ସର୍ବୋଚ୍ଚ ସ୍ତରରେ ସେନ୍‌ସେକ୍ସ, ୨୪,୦୦୦ ପଏଣ୍ଟ ନିକବର୍ତ୍ତି ନିଫ୍ଟି

ନୂଆଦିଲ୍ଲୀ,୨୬।୬(ଅଭୟ ଦାଶ): ଚଳିତ ସାଧାରଣ ନିର୍ବାଚନ ଫଳାଫଳ ପରେ ଘରୋଇ ଶେୟାର ବଜାରର କାରବାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପରିକି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇ ସେନ୍‌ସେକ୍ସ ଅଲ ଟାଇମ ହାଇ ବା ସର୍ବୋଚ୍ଚ ସ୍ତର (୭୮,୧୬୪.୭୧ଅଙ୍କ) ରେ ପହଞ୍ଚତ୍ଥିଲାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ବା ଏନ୍‌ଏସ୍‌ଇ ନିଫ୍ଟର କାରବାର ମଧ୍ୟ ନୂତନ ରେକର୍ଡ ସହ ୨୪,୦୦୦ (୨୩,୭୫୪.୧୫) ଅଙ୍କର ନିକଟବର୍ତ୍ତୀ ହୋଇଛି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ବିଏସ୍‌ଇ ସେନ୍‌ସେକ୍ସ କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଜ ସ୍ତରରେ ରହିଥିଲାବେଳେ ପ୍ରାରମ୍ଭରେ ସେନ୍‌ସେକ୍ସ ଅଲ୍‌ ଟାଇମ ହାଇ ୭୮,୧୬୪.୭୧ଅଙ୍କରେ ପହଞ୍ଚତ୍ଥିଲା ବେଳେ ୭୮,୦୫୩.୫୨ ଅଙ୍କରେ କାରବାର ଶେଷ କରିଥିଲା। ଏପରିକି ଏନ୍‌ଏସ୍‌ଇର ନିଫ୍ଟି ୫୦ର କାରବାର ପ୍ରାରମ୍ଭରେ ପ୍ରାୟ ୨୪,୦୦୦ (୨୩,୭୫୪.୧୫) ଅଙ୍କ ଛୁଲଁଥିଲାବେଳେ ଶେଷ ବେଳକୁ ୨୩,୭୨୧.୩୦ଅଙ୍କରେ କାରବାର ବନ୍ଦ କରିଥିଲା।
ସେହିଭଳି ବିଏସ୍‌ଇ ସେନ୍‌ସେକ୍ସ ୦.୯୨% ବୃଦ୍ଧି ଘଟିଥିବାବେଳେ ଏସ୍‌ଏନ୍‌ଇ ନିଫ୍ଟି ୫୦ରେ ୦.୭୮% ବୃଦ୍ଧି ହୋଇଛି। ଏପରିକି ବିଏସ୍‌ଇ ସ୍ମଲକ୍ୟାପ ୦.୯୨% ଏବଂ ବିଏସ୍‌ଇ ମିଡ୍‌କ୍ୟାପ ୦.୦୩% ବୃଦ୍ଧି ପାଇଥିବାବେଳେ ନିଫ୍ଟି ମିଡ୍‌କ୍ୟାପ ୦.୩୮% ହ୍ରାସ ପାଇଥିଲାବେଳେ ନିଫ୍ଟି ସ୍ମଲ୍‌କ୍ୟାପ ୦.୪୦% ଏବଂ ନିଫ୍ଟି ବ୍ୟାଙ୍କିଙ୍ଗ୍‌ (ବ୍ୟାଙ୍କ)ର କାରବାର ୧.୭୪% ବୃଦ୍ଧି ହୋଇଛି ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଅପରପକ୍ଷରେ ନିଫ୍ଟ ବ୍ୟାଙ୍କ ପ୍ରଥମ ଥର ପାଇଁ ରେକର୍ଡସ୍ତରର କାରବାର କରିଛି। ଏପରିକି ମଙ୍ଗଳବାର ନିଫ୍ଟ ବ୍ୟାଙ୍କ ୯୦୨.୦୫ ପଏଣ୍ଟ ବା ୧.୭୪% ବୃଦ୍ଧି ପାଇଁ ୫୨,୬୦୬.୦୦ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ସେକ୍ଟେରାଲ କ୍ଷେତ୍ରରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଉଲ୍ଲେଖନୀୟ ସଫଳତା ଯୋଗୁ ଏହି ନୂଆ ମାଇଲଖୁଣ୍ଟ ହାସଲ ହୋଇଛି।
ସେହିପରି ବିଏସ୍‌ଇ ସେନ୍‌ସେକ୍ସ ପଞ୍ଜୀକୃତ ନିବେଶକଙ୍କ ମଧ୍ୟରେ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଭଳି ନିବେଶକମାନେ ସର୍ବାଧିକ ଲାଭବାନ ହୋଇଥିଲାବେଳେ ପାଓ୍ବାର ଗ୍ରୀଡ୍‌,ଟାଟା ଷ୍ଟିଲ୍‌ ଏସିଆନ ପେଣ୍ଟସ୍‌ ଭଳି ନିବେଶକ କ୍ଷତି ସହିଛନ୍ତି। ଏପରିକି ସେକ୍ଟେରାଲ କ୍ଷେତ୍ରରେ ଅଟୋ, ଆଇଟି, ଟେଲିକମ୍‌, ମେଟାଲ, ଏଫ୍‌ଏମ୍‌ସିଜି, ଫାର୍ମା, ହେଲ୍‌ଥ କେୟାର ଏବଂ ଘରୋଇ ବ୍ୟାଙ୍କ ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି ନିବେଶ ସଂସ୍ଥାର ନିବେଶ ପୂର୍ବଦିନ ଅପେକ୍ଷା ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଛି। ଚଳିତ ସପ୍ତାହ କାରବାରର ୨ୟ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୩୬ (୪୩୮.୮ଲକ୍ଷ କୋଟି) ଲକ୍ଷ କୋଟି ଟଙ୍କାରେ ପହଞ୍ଚଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri