ସର୍ବୋଚ୍ଚ ସ୍ତରରେ ସେନ୍‌ସେକ୍ସ

ନୂଆଦିଲ୍ଲୀ,୧୯।୬(ଅଭୟ ଦାଶ): ସାଧାରଣ ନିର୍ବାଚନ ଫଳାଫଳ ପରେ ଘରୋଇ ଶେୟାର ବଜାର କାରବାରରେ କ୍ରମାଗତ ଭାବେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇ ସେନ୍‌ସେକ୍ସ ଅଲ ଟାଇମ ହାଇ ବା ସର୍ବୋଚ୍ଚସ୍ତର (୭୭,୩୪୭ ଅଙ୍କ) ରେ ପହଞ୍ଚତ୍ଥିଲାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ବା ଏନ୍‌ଏସ୍‌ଇ ନିଫ୍ଟର କାରବାର ମଧ୍ୟ ନୂତନ ରେକର୍ଡ (୨୩,୫୭୩) ହାସଲ କରିଛି।
ସେହିଭଳି ଚଳିତ ସପ୍ତାହ କାରବାରର ପ୍ରଥମ ଦିନରେ ଶେୟାର ବଜାରର ନିବେଶକମାନେ ପ୍ରାୟ ୨.୩୩ ଲକ୍ଷ କୋଟି ଟଙ୍କାର ନିବେଶ ପୁଞ୍ଜିବଜାର ଖାତାରେ ଯୋଡ଼ିଥିଲାବେଳେ ନିବେଶକଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି। ଏପରିକି ପୂର୍ବ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୩୫ (୪୩୪.୮୮ଲକ୍ଷ କୋଟି) ଲକ୍ଷ କୋଟି ଥିଲାବେଳେ ମଙ୍ଗଳବାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୨.୩୩ ଲକ୍ଷ କୋଟି ବୃଦ୍ଧି ପାଇ ୪୩୭.୨୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ବିଏସ୍‌ଇ ସେନ୍‌ସେକ୍ସ କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଜ ସ୍ତରରେ ରହିଥିଲାବେଳେ ପ୍ରାରମ୍ଭରେ ସେନ୍‌ସେକ୍ସ ଅଲ ଟାଇମ ହାଇ ୭୭, ୩୪୭ ଅଙ୍କରେ ପହଞ୍ଚତ୍ଥିଲାବେଳେ ୭୭,୩୦୧.୧୪ ଅଙ୍କରେ କାରବାର ଶେଷ କରିଥିଲା। ଏପରିକି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସଇ)ର ନିଫ୍ଟି ୫୦ରେ ମଧ୍ୟ କାରବାର ପ୍ରାରମ୍ଭରେ ପ୍ରାୟ ୨୩,୫୭୩ ଅଙ୍କ ଛୁଲଁଥିଲାବେଳେ ଶେଷ ବେଳକୁ ୨୩, ୫୬୨.୩୦ ଅଙ୍କରେ କାରବାର ବନ୍ଦ କରିଥିଲା।
ସେହିପରି ବିଏସ୍‌ଇ ସେନ୍‌ସେକ୍ସ ୨.୬୨% ବୃଦ୍ଧି ଘଟିଥିବାବେଳେ ଏସ୍‌ଏନ୍‌ଇ ନିଫ୍ଟି ୫୦ରେ ୨.୫୭% ବୃଦ୍ଧି ହୋଇଛି। ଏପରିକି ବିଏସ୍‌ଇ ସ୍ମଲକ୍ୟାପ ୧.୨୮% ଏବଂ ବିଏସ୍‌ଇ ମିଡକ୍ୟାପ ୧.୧୮% ବୃଦ୍ଧିପାଇଥିବାବେଳେ ନିଫ୍ଟି ମିଡକ୍ୟାପ ୦.୪୮% ଓ ନିଫ୍ଟି ସ୍ମଲକ୍ୟାପ ୧.୩୦% ଏବଂ ନିଫ୍ଟି ବ୍ୟାଙ୍କିଙ୍ଗ୍‌ (ବ୍ୟାଙ୍କ) ୦.୯୫% ବୃଦ୍ଧି ହୋଇଛି ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଅପରପକ୍ଷରେ ବିଏସ୍‌ଇ ସେନ୍‌ସେକ୍ସ ପଞ୍ଜୀକୃତ ନିବେଶକଙ୍କ ମଧ୍ୟରେ ଓ୍ବିପ୍ରୋ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଇଟନ, ପାଓ୍ବାର ଗ୍ରୀଡ, ଏସ୍‌ବିଆଇ, ଟେକ୍‌ ମହିନ୍ଦ୍ରା ଓ ଘରୋଇ ବ୍ୟାଙ୍କଗୁଡିକର ନିବେଶ ବୃଦ୍ଧି ଘଟିଛି। ଏପରିକି ସେକ୍ଟେରାଲ କ୍ଷେତ୍ରରେ ଅଟୋ, ଆଇଟି, ଟେଲିକମ, ମେଟାଲ, ଏଫ୍‌ଏମ୍‌ସିଜି, ଫାର୍ମା, ହେଲ୍‌ଥ କେୟାର ଏବଂ ଘରୋଇ ବ୍ୟାଙ୍କ ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି ନିବେଶ ସଂସ୍ଥାର ନିବେଶ ପୂର୍ବଦିନ ଅପେକ୍ଷା ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri