ସେନ୍‌କୋର ସ୍ବତନ୍ତ୍ର ଫ୍ରିଡମ୍‌ ଅଫର

ଭୁବନେଶ୍ୱର,୧୪।୮: ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ଏକ ଆକର୍ଷଣୀୟ ଏବଂ ସ୍ବତନ୍ତ୍ର ଫ୍ରିଡମ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ସ୍ବାଧୀନତା ଦିବସ ଉପଲକ୍ଷେ ସେନ୍‌କୋର ସ୍ବତନ୍ତ୍ର ଫ୍ରିଡମ୍‌ ଅଫର ସମସ୍ତ ସେନ୍‌କୋ ଷ୍ଟୋରରେ ଶୁଭାରମ୍ଭ କରାଯାଇଛି। ଏହି ଅଫର ୨୦୨୩ ଅଗଷ୍ଟ ୨୦ପର୍ଯ୍ୟନ୍ତ ଉପଲବ୍ଧ। ଉକ୍ତ ଅଫର ଜରିଆରେ ସୁନା, ହୀରା, ରୁପା, ପ୍ଲାଟିନମ୍‌ ଓ ଗସିପ୍‌ ଗହଣା କିଣାକିଣି ଉପରେ ଗ୍ରାହକଙ୍କୁ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି। ଏପରିକି ଫ୍ରିଡମ୍‌ ଅଫରରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୧୫% ପର୍ଯ୍ୟନ୍ତ ରିହାତି ଦିଆଯାଉଥିବାବେଳେ ହୀରା ଗହଣାର ଗଢ଼ା ମୂଲ୍ୟ ଉପରେ ୭୭% ପର୍ଯ୍ୟନ୍ତ ରିହାତି ମିଳୁଛି। ସେହିଭଳି ପ୍ଲାଟିନମ୍‌ ଓ ରୁପା ଗହଣା ସହିତ ଗସିପ୍‌ ଗହଣାର ଗଢ଼ା ମୂଲ୍ୟ ଉପରେ ୧୫% ପର୍ଯ୍ୟନ୍ତ ରିହାତି ଗ୍ରାହକମାନେ ପାଇପାରିବେ। ଅପରପକ୍ଷରେ କମ୍ପାନୀ ଜେମ୍‌ଷ୍ଟୋନ୍‌ ଉପରେ ୧୦% ରିହାତି ପ୍ରଦାନ କରୁଥିବା ବେଳେ ପୁରୁଣା ସୁନା ବଦଳରେ ୦% ମୂଲ୍ୟ କାଟ କରାଯାଉଛି।
ଏ ସମ୍ପର୍କରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଡିଜାଇନ୍‌ ଓ ମାର୍କେଟିଂ ମୁଖ୍ୟ ଜୋଇତା ସେନ୍‌ କହିଛନ୍ତି, ଭାରତ ୭୭ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଏହି ଐତିହାସିକ ମୁହୂର୍ତ୍ତକୁ ଆମେ ଆମର ଗ୍ରାହକମାନଙ୍କ ସହ ପାଳନ କରିବା ପାଇଁ ଚାହିଁ ରହିଛୁ। ଏପରିକି ଆମେ ଆମର ଚେନ୍‌ ସେଟ୍‌ର ନୂଆ ଡିଜାଇନ୍‌କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିବା ବେଳେ ନୂଆ ମାରିପୋଷା ସମ୍ଭାରକୁ ମଧ୍ୟ ବଜାର ପ୍ରବେଶ କରାଇଛୁ। ସାରା ଭାରତରେ ଅଗଷ୍ଟକୁ ଉତ୍ସବ ମାସ ଭାବେ ପାଳନ କରାଯାଉଥିବା ବେଳେ ଉତ୍ତର ଭାରତରେ ତିଜ୍‌, ଦକ୍ଷିଣ ଭାରତରେ ଓନାମ ଓ ବରାଲକ୍ଷ୍ମୀ ଏବଂ ରାଖିକୁ ସର୍ବଭାରତୀୟ ସ୍ତରରେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri