ବରିଷ୍ଠ ଦେଖାଇ ହେଉଛ, ଏଇଠି ବସ: ତାତିଲେ ଛାତ୍ର, ଯୁବ ବିଜେଡି ନେତା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର):ବରିଷ୍ଠମାନଙ୍କ ପରେ ଏବେ ବିଜେଡିରେ ଯୁବ ଓ ଛାତ୍ର ସଭାପତି ଚୟନକୁ ନେଇ ଦଳର ଛାମୁଆ ସଙ୍ଗଠନରେ ଅସନ୍ତୋଷ ତୀବ୍ରରୂପ ଧାରଣ କରିଛି। ଛାତ୍ର ସଭାପତି ଚୟନକୁ ନେଇ ଛାତ୍ରନେତାମାନଙ୍କ ମେଳି ଶୁକ୍ରବାର ସକାଳେ ସ୍ଥାନୀୟ ଏକ ମଣ୍ଡପରେ ଦେଖିବାକୁ ମିଳିଥିବା ବେଳେ ସାରେ ଶଙ୍ଖଭବନରେ ଯୁବନେତାମାନେ ବରିଷ୍ଠଙ୍କୁ ଘେରିଛନ୍ତି। ସୂଚନା ମୁତାବକ, ଗତ ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଛାତ୍ର ସଭାପତି ଭାବେ ଈପ୍ସିତା ସାହୁଙ୍କ ନାମ ଘୋଷଣା କରିଥିଲେ। ଏହାକୁ ଦଳର ଅନେକ ଛାତ୍ରନେତା ଗ୍ରହଣ କରିପାରିନାହାନ୍ତି। ଏହି ବିଷୟକୁ କେନ୍ଦ୍ରକରି ବହୁ ଛାତ୍ରନେତା ଖଣ୍ଡଗିରି ପାଖ ଏକ ମଣ୍ଡପରେ ଶୁକ୍ରବାର ଏକାଠି ହୋଇଥିଲେ। ଯେଉଁମାନଙ୍କର ଦଳରେ କୌଣସି ଅବଦାନ ନାହିଁ, ସେମାନଙ୍କୁ କାହିଁକି ପଦପଦବୀ ଦିଆଗଲା ବୋଲି ବୈଠକରେ ଆଲୋଚନା ହୋଇଥିଲା। ଯଦି ନିଷ୍ପତ୍ତିର ପୁନର୍ବିଚାର କରା ନ ଯାଏ ତେବେ ଆଗକୁ କୌଣସି କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଆନ୍ଦୋଳନରେ ଛାତ୍ରନେତାମାନେ ସହଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଏହାପରେ ବୈଠକ କରିଥିବା ଛାତ୍ରନେତାମାନେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ତାଙ୍କ ବାସଭବନରେ ଭେଟି ନିଜର ଅସନ୍ତୋଷ ଜଣାଇଥିଲେ। ସଞ୍ଜୟ ଏ ବିଷୟରେ ଦଳର ସଭାପତିଙ୍କ ସହ ଆଲୋଚନାକରି ଜଣାଇବେ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ, ‘ବରିଷ୍ଠ’ ସାଜୁଥିବା ଅଧିକାଂଶ ବିଜୁ ଜନତା ଦଳର ନେତା, ଯେଉଁମାନେ ବିଜେଡିରେ ମଙ୍ଗ ଧରିଛନ୍ତି ବୋଲି କହୁଛନ୍ତି, ସେମାନେ କେହି ଗତ ବିଧାନସଭା ନିର୍ବାଚନରେ ଜିତିପାରିନାହାନ୍ତି। ସେହି ତଥାକଥିତ ବରିଷ୍ଠ ନେତାମାନଙ୍କୁ ଛାତ୍ର ନେତାମାନେ ଶନିବାର ଭେଟି ନୂଆ ସଭାପତି ଚୟନ ଉପରେ ପ୍ରଶ୍ନ କରିବେ ବୋଲି ଜଣାପଡ଼ିଛି।
ଛାତ୍ର ନେତାମାନଙ୍କ ଏହି ଆଲୋଚନା ପରେ ଦଳର ଯୁବ ନେତାମାନଙ୍କ ଅସନ୍ତୋଷ ଦାନା ବାନ୍ଧିଥିଲା। ଯୁବ ନେତାମାନେ ଶଙ୍ଖ ଭବନରେ ପଶି କାହା ଇଙ୍ଗିତରେ ଏଭଳି ନିଷ୍ପତ୍ତି ହୋଇଛି ବୋଲି ପ୍ରଶ୍ନ ଉଠାଇଥିଲେ। ଏହାପରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଅସନ୍ତୁଷ୍ଟ ଯୁବ ନେତାମାନଙ୍କୁ ଡାକି ବୈଠକ କରିଥିଲେ। ବୈଠକରେ ଯୁବ ନେତାମାନେ ପ୍ରବଳ ହଙ୍ଗାମା କରିଥିଲେ। ସନ୍ଧ୍ୟା ସାଢେ ୭ଟାରୁ ଯୁବ ନେତାମାନେ ପ୍ରାୟ ରାତି ୧୦ଟା ୩୦ ପର୍ଯ୍ୟନ୍ତ ସଭାପତି ଚୟନ ନିଷ୍ପତ୍ତି ନେଇ ଯୁକ୍ତିତର୍କ କରିଚାଲିଥିଲେ। ଏହି ସମୟରେ ଦେବୀ ମିଶ୍ର ଉକ୍ତ ନିଷ୍ପତ୍ତି ସମ୍ପର୍କରେ ଜାଣି ନ ଥିବା କଥା କହିଥିଲେ। ଯୁବ ନେତାମାନେ ଏହି ଉତ୍ତର ଶୁଣି ଉତ୍‌କ୍ଷିପ୍ତ ହେବା ସହ ଯଦି ନିଷ୍ପତ୍ତି ସମ୍ପର୍କରେ ଜାଣିନ ତେବେ କାହିଁକି ଏଠି ବସିଛ ବୋଲି ପାଲଟା ପ୍ରଶ୍ନ କରିଥିଲେ। ନିଷ୍ପତ୍ତି ପରିବର୍ତ୍ତନ ନ ହେଲେ କେହି ଦଳ ସହିତ ଆଉ ରହିବେ ନାହିଁ ବୋଲି ଯୁବ ନେତାମାନେ ସିଧାସଳଖ ଶୁଣାଇ ଦେଇଛନ୍ତି। ସବୁ ବରିଷ୍ଠ ନେତାଙ୍କୁ ଡାକ, ଏକଥା ଉପରେ ଯଦି କିଛି ଚୂଡ଼ାନ୍ତ ନ ହୁଏ, ତେବେ ଏଠାରୁ ଯିବୁ ନାହୁଁ ବୋଲି କହି ସେମାନେ ଚେତାବନୀ ଦେଇଥିଲେ। କିଏ ବିଜେଡି ଯୁବ ଓ ଛାତ୍ର ସଭାପତି ଚୟନ କରିଛନ୍ତି, ଏନେଇ କିଏ ନିଷ୍ପତ୍ତି ନେଇଛନ୍ତି ତାଙ୍କୁ ଏଠିକି ଡକା ନ ହେଲେ ଛଡ଼ାଯିବ ନାହିଁ ବୋଲି ମଧ୍ୟ ସେମାନେ ଦେବୀ ମିଶ୍ରଙ୍କୁ କହିଥିଲେ। ଦଳର ନିଷ୍ପତ୍ତି ନବୀନ ନିଅନ୍ତି ବୋଲି ଦେବୀ କହିବାରୁ ଆମମାନଙ୍କୁ ଦଳର ସଭାପତିଙ୍କ ପାଖକୁ ନେଇକି ଚାଲ ବୋଲି ସେମାନେ କହିଥିଲେ। ଏହି ଖବର ଛପାହେବା ପର୍ଯ୍ୟନ୍ତ ପରିସ୍ଥିତି ଅମୀମାଂସିତ ଥିବା କେତେଜଣ ଯୁବନେତା ଖବର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri