କର୍ଲାମୁଣ୍ଡା,୧୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବରିଷ୍ଠ ସମାଜସେବୀ ତଥା ବ୍ୟବସାୟୀ ଭୁବନ ବିହାରୀ ସିଂଙ୍କ ୬୮ ବର୍ଷ ବୟସରେ ଗୁରୁବାର ପରଲୋକ ଘଟିଛି। ଏହି ଖବର ପ୍ରଚାର ହେବା ମାତ୍ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଦେହ ଅସୁସ୍ଥ ଥିବାରୁ ପରିବାର ଲୋକେ ଭୁବନେଶ୍ୱର ଏକ ହସ୍ପିଟାଲରେ ଚିକିତ୍ସା କରାଉଥିଲେ। ତେବେ ଚିକିତ୍ସା ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିବା ଜଣାପଡିଛି। ତାଙ୍କୁ ପୁରୀ ସ୍ବର୍ଗଦ୍ୱାରରେ ଦାହ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ସେ ବ୍ଲକ ସଦର ବିଭିନ୍ନ ଅନୁଷ୍ଠାନ ସହିତ ସାମିଲ ହୋଇ ସାମାଜିକ ବିକାଶ ପାଇଁ ସବୁବେଳେ କାର୍ଯ୍ୟ କରିଆସୁଥିଲେ।


