ବରିଷ୍ଠ  ଆଇନଜୀବୀଙ୍କ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ବରିଷ୍ଠ ଆଇନଜୀବୀ ଦିବାକର ପାଢ଼ୀ(୭୫) ଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘବର୍ଷ ହେଲା ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଓକିଲ ସଂଘର ସଦସ୍ୟ ଭାବେ ଜିଲା ଜଜ କୋର୍ଟରେ ଓକିଲାତି କରୁଥିଲେ। କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ସେ ତାଙ୍କର ଓକିଲାତି ପେଷାକୁ ସେବା ଭାବରେ ଗ୍ରହଣ କରି ଗରିବଙ୍କ ପାଇଁ ଜଣେ ଦରଦୀ ବନ୍ଧୁ ଭାବେ ପରିଚିତ ଥିଲେ ।

ତାଙ୍କ ବିୟୋଗରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ହୃଦୟ ରଞ୍ଜନ ମେକାପ, ପୂର୍ବତନ ସଭାପତି ହରପ୍ରସାଦ ରଥ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ସାହୁ, ରସାନନ୍ଦ ରାଉତ,ଏ. ସୋମେଶ୍ୱର ରାଓ, ଚନ୍ଦ୍ରଧ୍ବଜ ସିଂହ, ରବିନ୍ଦ୍ର ନାଥ ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ସାହୁ, କୁରେଶୁ ପଣ୍ଡା, ଅଶେଷ ନାଥ ମିଶ୍ର, ମନୋରଞ୍ଜନ ପଣ୍ଡା, ବିପିନ ବିହାରୀ ପଟ୍ଟନାୟକ, ସରକାରୀ ଓକିଲ ପରେଶ ଚନ୍ଦ୍ର ରଥ, ହେମନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଆଇନଜୀବୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି ସ୍ଵର୍ଗତ ଦିବାକର ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ବଡ଼ ଭାଇ ଅଟନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇଟା ଫ୍ୟାକ୍ଟ୍ରିକୁ ବେଆଇନ ଭାବେ ହେଉଥିଲା ବାଲି ଚାଲାଣ: ହାଇଓ୍ବାକୁ ଜବତ କଲା ରିଷିଡ଼ା…

ରିଷିଡା ,୨୫।୨(ସୁଶାନ୍ତ ମଲ୍ଲିକ):  ବେଆଇନ ଭାବେ କର୍ଲାମୁଣ୍ଡା ବ୍ଲକ ତେରେସିଂହା ତେଲନଦୀରୁ କଅଁସିଲଛକ ସ୍ଥିତ ଇଟା ଫ୍ୟାକ୍ଟ୍ରିକୁ ହାଇଓ୍ବାରେ ବାଲି ଯାଉଥିବା ବେଳେ ରିଷିଡା କଲେଜ ଛକ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ମିନି ଷ୍ଟାଡିୟମରେ ଜଳିଲା ଷ୍ଟ୍ରିଟ୍‌ ଲାଇଟ୍‌

ଗଞ୍ଜାମ,୨୫।୨(ବିଦ୍ୟାଧର ସାହୁ): ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଲାଇଟ ନ ଜଳିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ଓ ବିଦ୍ୟୁତ ବିଭାଗର ତତ୍ପରତା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାଇ ବୋଲି କହିଲେ ନେତାନ୍ୟାହୁ, ସଂସଦରେ କହିଲେ ‘ଭାରତ ଆମର ମହାନ ବନ୍ଧୁ…’

ନୂଆଦିଲ୍ଲୀ,୨୫।୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ପରେ, ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଅଛି ।…

ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ, ବେଡ୍‌ରୁ ହୋଇଯାଇଥିଲେ ନିଖୋଜ, ରାସ୍ତାରୁ ମିଳିଲା ମୃତଦେହ, ଦିଗପହଣ୍ଡିରେ ଶୋକ

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଚିକିଟିଆ ସାହିରେ ରହୁଥିବା ଏସ୍‌.ସତ୍ୟନାରାୟଣ ଦୋରା(୪୩)ଙ୍କ ମୃତଦେହକୁ ବ୍ରହ୍ମପୁର ଶ୍ରୀରାମ ନଗର ନିକଟ ମୁଖ୍ୟରାସ୍ତାରୁ ବୁଧବାର ସକାଳେ ଉଦ୍ଧାର…

ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ହାଇକୋର୍ଟରେ ଖାରଜ ହେଲା ଶୁଭ୍ରାଙ୍କ ମାମଲା, ଫଳାଫଳ ଘୋଷଣା ପରେ…

ରାୟଗଡ଼ା,୨୫।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା କରିଥିବା ରିଟ୍‌ ପିଟିସନ ମାମଲାକୁ ହାଇକୋର୍ଟ ବିଚାରପତି ଆର୍‌.କେ.ପଟ୍ଟନାୟକ…

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ରିଙ୍କୁ ସିଂଙ୍କ ବାପା, ଆଗକୁ ଖେଳିବେ କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୨: ଭାରତର ଷ୍ଟାର କ୍ରିକେଟର ରିଙ୍କୁ ସିଂହ ସମ୍ପ୍ରତି ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କ ଫେରିବାର…

ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂଜାରି, ୨୪ ଘଣ୍ଟା ମଧ୍ୟରେ ଏହି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର,୨୫।୨: ୨୩ ଜିଲାରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଦେଲେ ଆଞ୍ଚଳିକ…

କ’ଣ ଗୋଟିଏ ପୁଅ ନାଁରେ ସବୁ ସମ୍ପତ୍ତି କରିପାରିବେ ବାପା? ଜାଣନ୍ତୁ କ’ଣ ରହିଛି ନିୟମ

ପରିବାରରେ ସମ୍ପତ୍ତି ବିବାଦ କିଛି ନୂଆ ନୁହେଁ। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ପ୍ରାୟତଃ ଏହି ପ୍ରଶ୍ନ ଉଠେ: ଜଣେ ପିତା କ’ଣ ତାଙ୍କର ସମସ୍ତ ଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri