୬୫ ବର୍ଷରେ ଦ୍ୱିତୀୟ ବିବାହ କରିବେ ଦେଶର ପ୍ରଖ୍ୟାତ ଓକିଲ

ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ଜଣାଶୁଣା ଓକିଲ ହରିଶ ସାଲଭେ ଆସନ୍ତା ସପ୍ତାହରେ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାଲଭେଙ୍କୁ ଏବେ ୬୫ ବର୍ଷ। ୩୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଗତ ମାସରେ ସ୍ତ୍ରୀ ମୀନାକ୍ଷୀ ସାଲଭେଙ୍କୁ ଛାଡପତ୍ର ଦେଇଥିଲେ। ହରିଶ ସାଲଭେ ଏବଂ ମୀନାକ୍ଷୀଙ୍କ ମଧ୍ୟ ଦୁଇଟି ଝିଅ ଅଛନ୍ତି। ହରିଶ ସାଲଭେ ୨୮ ଅକ୍ଟୋବରରେ ଲଣ୍ଡନର ଏକ ଚର୍ଚ୍ଚରେ ତାଙ୍କ ବନ୍ଧୁ କାରୋଲିନ ବ୍ରୋସାର୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ଉଭୟଙ୍କର ଦ୍ୱିତୀୟ ବିବାହ। ଖ୍ରୀଷ୍ଟିଆନ ହେବା ପାଇଁ ସାଲଭେ ମଧ୍ୟ ତାଙ୍କର ଧର୍ମ ପରିବର୍ତ୍ତନ କରିଛନ୍ତି। ସେ କାରୋଲିନଙ୍କ ସହ ଗତ ଦୁଇ ବର୍ଷ ଧରି ଉତ୍ତର ଲଣ୍ଡନର ଚର୍ଚ୍ଚରେ ନିୟମିତ ଯୋଗ ଦେଉଥିଲେ। ଏକ କଳା ପ୍ରଦର୍ଶନୀରେ ହରିଶ ସାଲଭେ କାରୋଲିନଙ୍କୁ ଭେଟିଥିଲେ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ଏବଂ ସାଲଭେ ଗୋଟିଏ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ୧୯୭୬ରେ ସାଲଭେ ଦିଲ୍ଲୀ ଏବଂ ବୋବଡେ ମୁମ୍ବାଇ ହାଇକୋର୍ଟକୁ ଆସିଥିଲେ। ପରେ ବୋବଡେ ହାଇକୋର୍ଟର ଜଜ ଏବଂ ସାଲଭେ ସିନିୟର ଆଡଭୋକେଟ ଏବଂ ପରେ ସଲିସିଟର ଜେନେରାଲ ହୋଇଥିଲେ। ଚମତ୍କାର ପ୍ରତିଭାର ଅଧିକାରୀ ହରିଶ ସାଲଭେ ଜଣେ ପ୍ରଖ୍ୟାତ ଓକିଲ ଭାବେ ଜଣାଶୁଣା। ଏହି କାରଣରୁ ତାଙ୍କୁ ଭାରତ ସରକାର ତାଙ୍କୁ ସଲିସିଟର ଜେନେରାଲ ଭାବରେ ନିଯୁକ୍ତ କରିଥିଲେ। ସାଲଭେ ଏବଂ କୁଲଭୂଷଣ ଯାଦବ ଅନେକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଭାରତ ସରକାରଙ୍କ ପକ୍ଷରୁ ଲବି କରି ଦେଶକୁ ଗର୍ବିତ କରିଛନ୍ତି। ଦେଶର ଅଗ୍ରଣୀ ଶିଳ୍ପପତି ତଥା କମ୍ପାନୀ ଭୋଡାଫୋନ, ରିଲାଏନ୍ସ, ମୁକେଶ ଅମ୍ବାନୀ, ରତନ ଟାଟା ଭଳି ସମସ୍ତ ବଡ ନାମର ଆଇନଗତ ମାମଲାରେ ସାଲଭେ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri