କୋଲକାତା,୧୯ା୪(ପି.ଟି.):ପଶ୍ଚିମବଙ୍ଗ ଭାଜପାର ପୂର୍ବତନ ସଭାପତି ଦିଲୀପ ଘୋଷ ୬୦ ବର୍ଷ ବୟସରେ ହାତେରୁ ଦି ହାତ ହୋଇଛନ୍ତି। କୋଲକାତାରେ ଭାଜପା ନେତ୍ରୀ ରିଙ୍କୁ ମଜୁମଦାର (୫୧)ଙ୍କୁ ସେ ବିବାହ କରିଛନ୍ତି। ୨୦୨୧ରେ ପ୍ରାତଃଭ୍ରମଣ ବେଳେ ଉଭୟେ ପରସ୍ପରକୁ ଭେଟିଥିଲେ। ପରେ ସମ୍ପର୍କରେ ଘନିଷ୍ଠତା ବଢ଼ିଥିଲା। ତେବେ ମା’ଙ୍କ କଥା ମାନି ବିବାହ କରିଥିବା ପୂର୍ବତନ ଏମ୍ପି ଦିଲୀପ କହିଛନ୍ତି। ଦିଲୀପ ପୂର୍ବରୁ ଅବିବାହିତ ଥିବାବେଳେ ରିଙ୍କୁଙ୍କ ଏହା ଦ୍ୱିତୀୟ ବିବାହ। ପ୍ରଥମ ବିବାହରୁ ତାଙ୍କର ଏକ ପୁଅ ଅଛନ୍ତି।


