Posted inଖେଳ

ସେମିରେ ମେଡ୍‌ଭେଡେଭ୍‌, ୟାସ୍ତ୍ରେମସ୍କା

ମେଲବୋର୍ନ,୨୫ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ ୨୦୨୪ର ସେମି ଫାଇନାଲ ଲାଇନ୍‌ଅପ୍‌ ଚୂଡାନ୍ତ ହୋଇଛି। ବୁଧବାର ସମସ୍ତ କ୍ୱାର୍ଟର ଫାଇନାଲ ଶେଷ ହେବା ସହ ସେମିରେ ପ୍ରବେଶ କରିଛନ୍ତି ଡାନିଲ ମେଡଭେଡେଭ,ଆଲେକଜାଣ୍ଡାର ଜେଭରେଭ୍‌, କ୍ୱିନଓ୍ବେନ ଝେଙ୍ଗ ଓ ଦାୟନା ୟାସ୍ତ୍ରେମସ୍କା। ପୁରୁଷ ସିଙ୍ଗିଲ୍ସରେ ୩ ନମ୍ବର ସ୍ଥାନରେ ଥିବା ରୁଷିଆର ଡାନିଲ ମେଡଭେଡେଭ ୪ ଘଣ୍ଟା ୩୦ ମିନିଟର କଡା ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ୯ ନମ୍ବର ଖେଳାଳି ହ୍ୟୁବର୍ଟ ହରକାଜଙ୍କୁ ପରାସ୍ତ କରିଥିଲେ। ୭-୬(୪), ୨-୬, ୬-୩, ୫-୭ ଓ ୬-୪ ସେଟ୍‌ରେ ମେଡଭେଡେଭ ଏହି ମ୍ୟାଚ୍‌କୁ ଜିତି ନେଇଥିଲେ। ଏହି ମ୍ୟାଚ୍‌ର ଏକାଧିକ ର଼୍ୟାଲି ୨୦ ଶଟ୍‌ରୁ ଅଧିକ ଖେଳାଯାଇଥିଲା। ୨୦୨୧ ଚାମ୍ପିୟନ ମେଡଭେଡେଭ ୨ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ ଖେଳି ସାରିଥିବା ବେଳେ ପ୍ରଥମ ସେଟରୁ ହି ଁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ପ୍ରଥମରୁ ସେ ୪-୨ରେ ଆଗୁଆ ରହିଥିଲେ ମଧ୍ୟ ହରକାଜ ପ୍ରତ୍ୟାବର୍ତ୍ତନ କରି ସେଟ୍‌କୁ ଟାଇବ୍ରେକରକୁ ନେଇଥିଲେ। ଦ୍ୱିତୀୟ ସେଟ୍‌କୁ ହରକାଜ ଜିତିବା ପରେ ତୃତୀୟ ସେଟକୁ ଜିତି ନେଇଥିଲେ ମେଡଭେଡେଭ। ହରକାଜ ପରବର୍ତ୍ତୀ ସେଟରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ନିର୍ଣ୍ଣାୟକ ସେଟ୍‌କୁ ନିଜ ଅଭିଜ୍ଞତା ବଳରେ ଜିତି ନେଇଥିଲେ। ସେହିପରି ଦ୍ୱିତୀୟ ସେମି ଫାଇନାଲରେ ଓ୍ବିମ୍ବେଲଡନ୍‌ ବିଜେତା କାର୍ଲୋସ୍‌ ଅଲକାରାଜ ଗାର୍ଫିଆଙ୍କୁ ୬-୧, ୬-୩, ୭-୬(୭) ଓ ୬-୪ ସେଟରେ ପରାସ୍ତ କରିଥିଲେ ଜର୍ମାନୀର ଆଲେକଜାଣ୍ଡାର ଜେଭରେଭ୍‌। ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜେଭ୍‌ରେଭ୍‌ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ଅଲକାରାଜଙ୍କୁ ଚାପରେ ରଖିଥିଲେ। ପ୍ରଥମ ଦୁଇ ସେଟ୍‌କୁ ଜିତିବା ପରେ ଜେଭରେଭଙ୍କ ବିଜୟ ସମ୍ଭାବନା ବୃଦ୍ଧି ପାଇଥିଲା। ତେବେ ତୃତୀୟ ସେଟ୍‌କୁ ଟାଇବ୍ରେକରରେ ଜିତି ନେଇଥିଲେ ଅଲକାରାଜ। ମାତ୍ର ନିର୍ଣ୍ଣାୟକ ଚତୁର୍ଥ ସେଟ୍‌କ ୬-୪ରେ ଜିତିବା ସହ ସେମି ଫାଇନାଲରେ ପ୍ରବେଶ କରିଥିଲେ ଜେଭରେଭ୍‌। ଶୁକ୍ରବାର ନୋଭାକ୍‌ ଜୋକୋଭିଚ୍‌-ଜାନିକ୍‌ ସିନ୍ନର, ଡାନିଲ ମେଡଭେଡେଭ-ଆଲେକଜାଣ୍ଡାର ଜେଭରେଭଙ୍କ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ।
ପ୍ରଥମେ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ଶେଷ ହୋଇଥିବା ବେଳେ କ୍ୱିନଓ୍ବେନ ଝେଙ୍ଗ ଓ ଦାୟନା ୟାସ୍ତ୍ରେମସ୍କା ବିଜୟୀ ହୋଇଥିଲେ। ବିଶ୍ୱ ମାନ୍ୟତାର ୯୩ ତମ ସ୍ଥାନରେ ଥିବା ୟୁକ୍ରେନର ଦାୟନା ୟାସ୍ତ୍ରେମସ୍କା୬-୩, ୬-୪ ସେଟରେ ଲିଣ୍ଡା ନୋସ୍କୋଭାଙ୍କୁ ପରାସ୍ତ କରିଥିଲେ। ୧୯୭୮ରେ କ୍ରିଷ୍ଟିନ ଷ୍ଟୋରିଙ୍କ ପରେ ଓପନ୍‌ ଏରାରେ ଦ୍ୱିତୀୟ ଖେଳାଳି ଭାବେ ସେ କ୍ୱାଲିଫାୟର ଖେଳି ସେମିରେ ପହଞ୍ଚିଛନ୍ତି। ଏହା ୟାସ୍ତ୍ରେମସ୍କାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ସେମି ଫାଇନାଲ। ଏହା ସହ ଇଗା ସ୍ବିଟେକଙ୍କୁ ପରାସ୍ତ କରିଥିବା ଲିଣ୍ଡା ନୋସ୍କୋଭାଙ୍କୁ ନିରାଶ ହେବାକୁ ପଡିଛି। ପ୍ରଥମ ସେଟ୍‌ରେ ନୋସ୍କୋଭା ୨-୧ରେ ଆଗୁଆ ରହିଥିଲେ। ତେବେ ସର୍ଭିସ୍‌ ପଏଣ୍ଟ ବ୍ରେକ୍‌ କରିବା ସହ ଅଗ୍ରଣୀକୁ ୫-୨ରେ ପହଞ୍ଚାଇଥିଲେ ୟାସ୍ତ୍ରେମସ୍କା। ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଚାଇନାର କ୍ୱିନଓ୍ବେନ ଝେଙ୍ଗ ୬-୭(୭), ୬-୩ ଓ ୬-୧ ସେଟ୍‌ରେ ରୁଷିଆର ଆନ୍ନା କାଲିନସ୍କାୟାଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌ ଟାଇବ୍ରେକରକୁ ଯାଇଥିବା ବେଳେ କାଲିନସ୍କାୟା ଏହି ମ୍ୟାଚ୍‌କୁ ଜିତି ନେଇଥିଲେ। ତେବେ ପରବର୍ତ୍ତୀ ୨ ସେଟକୁ ଜିତି ଝେଙ୍ଗ ସେମି ଫାଇନାଲରେ ପ୍ରବେଶ କରିଥିଲେ। ଗୁରୁବାର କୋକୋ ଗଫ-ଆରିନା ସାବାଲେଙ୍କା, କ୍ୱିନଓ୍ବେନ ଝେଙ୍ଗ-ଦାୟନା ୟାସ୍ତ୍ରେମସ୍କାଙ୍କ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri