Posted inଖେଳ

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ଭୁବନେଶ୍ୱର, ୨୬।୧ (କ୍ରୀଡ଼ା ପ୍ରତିନିଧି): ତିନିଥର ଚାମ୍ପିୟନ ନେଦରଲାଣ୍ଡ୍ସ ଚଳିତ ହକି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଏହି ଦଳ ଦକ୍ଷିଣ କୋରିଆକୁ ୫-୧ ଗୋଲରେ ପରାସ୍ତ କରିଛି। ଏଥିସହ ପ୍ରତିଯୋଗିତାର ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି। ୨୭ ତାରିଖ ପ୍ରଥମ ସେମିଫାଇନାଲରେ ଜର୍ମାନୀକୁ ଅଷ୍ଟ୍ରେଲିଆ ଏବଂ ଦ୍ୱିତୀୟ ସେମିରେ ଗତଥରର ଚାମ୍ପିୟନ ବେଲ୍‌ଜିୟମକୁୁ ଭେଟିବ ନେଦରଲାଣ୍ଡ୍ସ।

ଏହା ଗତ ସଂସ୍କରଣ ଫାଇନାଲର ରିମ୍ୟାଚ ସଦୃଶ ହେବ। ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱକପ୍‌ ଫାଇନାଲରେ ନେଦରଲାଣ୍ଡ୍ସକୁ ହରାଇ ବେଲ୍‌ଜିୟମ ପ୍ରଥମଥର ପାଇଁ ଟାଇଟଲ ଜିତିଥିଲା। ତେଣୁ ପରାଜୟର ମଧୁର ପ୍ରତିଶୋଧ ନେବା ପାଇଁ ନେଦରଲାଣ୍ଡ୍ସ ନିକଟରେ ସୁଯୋଗ ରହିବ। ବୁଧବାର ତୃତୀୟ କ୍ୱାର୍ଟର ଫାଇନାଲରେ ଜର୍ମାନୀ ଶୁଟ୍‌ଆଉଟ ୪-୩ (ନିର୍ଦ୍ଧାରିତ ସମୟରେ ୨-୨) ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ମଙ୍ଗଳବାର ଅନୁଷ୍ଠିତ ଅନ୍ୟ ୨ କ୍ୱାର୍ଟର ଫାଇନାଲରେ ଯଥାକ୍ରମେ ସ୍ପେନ୍‌କୁ ୪-୩ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ବେଲ୍‌ଜିୟମ ପରାସ୍ତ କରିଥିଲା। ହକିି ଇଣ୍ଡିଆ ମହାସଚିବ ଭୋଳାନାଥ ସିଂ ଅତିଥିଭାବେ ଯୋଗଦେଇ ନେଦରଲାଣ୍ଡ୍ସର କୋଏନ ବିଜେନଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।
ପ୍ରଥମ କ୍ୱାର୍ଟରରେ ନେଦରଲାଣ୍ଡ୍ସକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା କୋରିଆ। ଫଳରେ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ୱାର୍ଟର ଶେଷ ଭାଗରେ ଅର୍ଥାତ୍‌ ୨୯ତମ ମିନିଟରେ କୋଏନ ବିଜେନ ଏକ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷ ବେଳକୁ ନେଦରଲାଣ୍ଡ୍ସକୁ ୧-୦ ଗୋଲରେ ଅଗ୍ରଣୀ କରିଥିଲେ।

ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୩୧ତମ ମିନିଟରେ ନେଦରଲାଣ୍ଡ୍ସକୁ ମିଳିଥିବା ପେନାଲ୍ଟି କର୍ନରକୁ ବିଜେନ ଗୋଲରେ ପରିଣତ କରିଥିଲେ। ଏହା ବ୍ୟକ୍ତିଗତ ଏବଂ ଦଳ ପକ୍ଷରୁ ତାଙ୍କର ଥିଲା ଦ୍ୱିତୀୟ ଗୋଲ। ୩୬ତମ ମିନିଟରେ ଜଣ୍ଟିନ ବ୍ଲକ ଏକ ଫିଲ୍ଡ ଗୋଲ ମାଧ୍ୟମରେ ଦଳର ଅଗ୍ରଣୀ ବ୍ୟବଧାନକୁ ୩-୦ରେ ପହଞ୍ଚାଇଥିଲେ। ଚତୁର୍ଥ କ୍ୱାର୍ଟରରେ ମଧ୍ୟ ନେଦରଲାଣ୍ଡ୍ସର ପ୍ରଭାବ ଜାରି ରହିଥିଲା। ୫୦ତମ ମିନିଟରେ ଷ୍ଟେଜନ ଭାନ ହେଜନିନ୍‌ଗେନନ୍‌ ଦଳ ପକ୍ଷରୁ ୪ର୍ଥ ଗୋଲଟି ସ୍କୋର କରିିଥିଲେ। ୫୧ତମ ମିିନିଟରେ କୋରିଆର ଇନ୍‌ଉ ସ୍ୟୁ ଗୋଟିଏ ଗୋଲ ପରିଶୋଧ କରିଥିଲେ ହେଁ ୫୮ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଟିଉନ ବେନ୍ସ ଦଳର ବିଜୟ ପକ୍କା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri