ଛତ୍ରପୁର,୬ା୯(ଦିଲ୍ଲୀପ ସାମଲ): ସାରର ଅଭାବୀ ବିକ୍ରିର ଅଭିଯୋଗ ହେବା ପରେ ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ, ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନମାର୍ଗ କର, ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନ୍ସପେକ୍ଟର ନିହାର ରଞ୍ଜନ ଦାଶ, କୃଷି ଅଧିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ ଓ ଗ୍ରାମ୍ୟ କୃଷି କର୍ମଚାରୀ ବୈରାଗୀ ସ୍ବାଇଁ ବିଭିନ୍ନ ସାର ଦୋକାନ, ଗୋଦାମ ଗୃହ ଓ ସମବାୟ ସମିତି ଯାଇ ସମସ୍ତ ନଥିପତ୍ର, ଷ୍ଟକ୍ ରେଜିଷ୍ଟର, ବିକ୍ରୟ ରେଜିଷ୍ଟର ତଦାରଖ କରିଥିଲେ। କୌଣସି ପରିସ୍ଥିତିରେ ଚାଷୀଙ୍କୁ ଚଢ଼ା ଦରରେ ସାର ବିକ୍ରୟ ନ କରିବାକୁ ତାଗିଦ କରିଥିଲେ। ଯଦି କୌଣସି ସରକାରୀ ସ୍ବୀକୃତି ପ୍ରାପ୍ତ ବିକ୍ରେତା ଚଢ଼ାଦରରେ ସାର ବିକ୍ରୟ କରିବା ଦୃଷ୍ଟିକୁ ଆସିଲେ ତୁରନ୍ତ ଲାଇସେନ୍ସ ରଦ୍ଦ କରାଯିବା କଥା କହିଛନ୍ତି। ଶନିବାର ଛତ୍ରପୁର ବ୍ଲକର ୭ଟି ସମବାୟ ସମିତିକୁ ୧୦୦ ମେଟ୍ରିକ୍ ଟନ୍ ସାର ଯୋଗାଇ ଦିଆଯାଇଛି ବୋଲି ସୂଚନା ମିଳିଛି।


