ଆତ୍ମନିର୍ଭରଶୀଳ କୁକୁଡ଼ା ଚାଷ ଯୋଜନା ଦିଗହରା

ଚଣ୍ଡିଖୋଲ,୨୭ା୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ଯୁବତୀଯୁବକ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହିକ୍ରମରେ ଗ୍ରାମାଞ୍ଚଳରେ କୁକୁଡ଼ା ଚାଷ କରିବା ସହ ଅଣ୍ଡା ଉପତ୍ାଦନ କରି ତାହାକୁ ନିକଟସ୍ଥ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯୋଗାଇବା ପାଇଁ ଆତ୍ମନିର୍ଭରଶୀଳ କୁକୁଡ଼ା ଚାଷ ଯୋଜନା ହୋଇଛି। ଏହି ଚାଷ କଲେ ସରକାରଙ୍କ ତରଫରୁ ୪୦ପ୍ରତିଶତ ରିହାତି ଦିଆଯିବ। ଫଳରେ ଏହାକୁ ଦୃଷ୍ଟିରେ ରଖି ଏହି ଚାଷ ପ୍ରତି ବହୁ ଯୁବତୀଯୁବକ ଓ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ଯୋଜନା ଠିକ୍‌ରେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଆଗ୍ରହ କମିଯାଉଛି। ଫଳରେ ଯୋଜନା ଦିଗହରା ହେବାରେ ଲାଗିଛି।

୭ଲକ୍ଷ ୫୯ହଜାର୨ଶହ ଟଙ୍କାର ପ୍ରକଳ୍ପ ପାଇଁ ୩ଲକ୍ଷ ୩ହଜାର ୬ଶହ ୮୦ଟଙ୍କା ଛାଡ଼ କରାଯିବା ବ୍ୟବସ୍ଥା ରହିଛି। ହେଲେ କେତେଜଣ ଅଧିକାରୀ ଏହି ଯୋଜନାକୁ ବାଟବଣା କରୁଥିବା ଅଭିଯୋଗ ହୋଇଛି। ବଡ଼ଚଣା ବ୍ଲକରେ ଗତ ବର୍ଷ ଏକ ହଜାର କୁକୁଡ଼ା ଛୁଆ ରଖିବାର କ୍ଷମତା ଥିବା ୨୧ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ସେହିଭଳି ୫୦୦ କ୍ଷମତା ବିଶିଷ୍ଟ କୁକୁଡ଼ା ଚାଷ ପାଇଁ ୫୦ଜଣଙ୍କୁ ଯୋଜନାରେ ସାମିଲ କରାଯାଇଥିଲା। ତେବେ ଏହି ପ୍ରସ୍ତାବକୁ କାଗଜପତ୍ରରେ କରାଯାଉଥିବା ଦେଖାଯାଉଛି, ଯଦ୍ଦ୍ବାରା ପ୍ରକୃତ ଫାର୍ମ କରି ରୋଜଗାର କ୍ଷମହେବାକୁ ଚାହିଁଥିବା ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସରକାରୀ ହିସାବ ଅନୁଯାୟୀ, ୫୦୦ ଲେୟାର ବିଶିଷ୍ଟ ଫାର୍ମ ପାଇଁ ୧ଲକ୍ଷ ୮୦ହଜାର ଟଙ୍କା ଦେବାର ବ୍ୟବସ୍ଥା ଥିବାବେଳେ ୧ହଜାର ଲେୟାର କୁକୁଡ଼ା ଫାର୍ମ ଓ ଅଣ୍ଡା ଉପତ୍ାଦନ ପାଇଁ ୟୁନିଟ୍‌ ପିଛା ୭ଲକ୍ଷ ୫୯ହଜାର ଟଙ୍କା ପ୍ରଦାନ କରାଯାଉଛି। ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହାର ପରୀକ୍ଷା ନିରୀକ୍ଷା କରିବା ସହିତ ପ୍ରାମାଣିକ ସାର୍ଟିଫିକେଟ୍‌ ପ୍ରଦାନ କରାଗଲେ ସରକାରଙ୍କ ତରଫରୁ ଏହି ରିହାତି ଋଣର ବ୍ୟବସ୍ଥା କରାଯାଉଛି। ତେବେ ବହୁ ବେକାର ଯୁବକ ଅଭିଯୋଗ କରିଛନ୍ତି, ପ୍ରାଣୀଧନ ଚିକିତ୍ସାଅଧିକାରୀ କମିଶନ ନେଇ ତାଙ୍କ ମନ ଇଚ୍ଛା ଏହାକୁ ବଣ୍ଟନ କରୁଛନ୍ତି। ଏ ପରିକି ପୁରୁଣା ଫାର୍ମରେ ରଙ୍ଗ ଦେଇ ଏହାକୁ ନୂଆ ଫାର୍ମ ବୋଲି ଦେଖାଇ ୪୦% ରିହାତି ଆତ୍ମସାତ କରାଯାଉଛି। ସରକାରଙ୍କ ସ୍ଥିରୀକୃତ ଯୋଜନା ଅନୁଯାୟୀ ଗୋଟିଏ ଫାର୍ମ (୫୫ଫୁଟ୍‌x୧୮ଫୁଟ) ତିଆରି କରିବାକୁ ୧ଲକ୍ଷ ୯୮ ହଜାର ଟଙ୍କା ପ୍ରଦାନ କରାଯିବ। ସେହିଭଳି ଗୋଟିଏ କୁକୁଡ଼ା ପାଇଁ ୧୫୦ଟଙ୍କା ପ୍ରଦାନ କରାଯିବ। ଏହି ଫାର୍ମରେ ବିଦ୍ୟୁତ୍‌ ଓ ପାନୀୟ ଜଳ ପାଇଁ ଗୋଟିଏ ପକ୍ଷୀ ପିଛା ୧୮ଟଙ୍କା ଖର୍ଚ୍ଚ କରାଯିବ। ସେହିଭଳି ୧୫ରୁ ୧୮ସପ୍ତାହ ପର୍ଯ୍ୟନ୍ତ ଗୋଟିଏ ପକ୍ଷୀ ପିଛା ଖାଦ୍ୟ ବାବଦରେ ୨୨ ଟଙ୍କା ଖର୍ଚ୍ଚ କରାଯିବ। ଯଦି କୁକୁଡ଼ାଗୁଡ଼ିକ ୧୯ ସପ୍ତାହରୁ ୨୫ ସପ୍ତାହ ପର୍ଯ୍ୟନ୍ତ ରୁହନ୍ତି ତେବେ ସେଥିପାଇଁ ୨୮ଟଙ୍କା ଖର୍ଚ୍ଚ କରାଯିବ। ସେମାନଙ୍କ ଔଷଧ ଓ ଭ୍ୟାକ୍‌ସିନ ପାଇଁ ପ୍ରତ୍ୟେକ ପକ୍ଷୀକୁ ୧୦ଟଙ୍କା ହିସାବରେ ୨ଥର ଦିଆଯାଇ ୨୦ଟଙ୍କା ଖର୍ଚ୍ଚ କରାଯିବ। ବିଦ୍ୟୁତ୍‌ ଶ୍ରମିକ ଓ ଏହାର ଲାଳନପାଳନ ପାଇଁ ଗୋଟିଏ ପକ୍ଷୀ ପିଛା ୧୦ଟଙ୍କା ଖର୍ଚ୍ଚ କରାଯିବ। ଏହିଭଳି ଭାବରେ ମୋଟ୍‌ ୩ଲକ୍ଷ୮୯ହଜାର ୬ଶହ ଟଙ୍କା ଖର୍ଚ୍ଚ କରିବାକୁ ଥିବାବେଳେ ଏହି ଚାଷ କରି ଲାଭ କରିବା ଏବଂ ପ୍ରୋତ୍ସାହନ ପାଇଁ ୭ଲକ୍ଷ ୫୯ହଜାର ୨ଶହ ଟଙ୍କା ଖର୍ଚ୍ଚ କରାଯିବାର ନିୟମ ରହିଛି। ତେବେ ଚଳିତ ବର୍ଷ ଏହି ଯୋଜନା ଆସିଥିବା ବେଳେ ଏହାକୁ ନେବା ପାଇଁ ୪୦୦ରୁ ଅଧିକ ବ୍ୟକ୍ତି ଅନ୍‌ଲାଇନ୍‌ ଦ୍ୱାରା ଆବେଦନ କରିଛନ୍ତି। ତେବେ ପାଇବା ଆଶା କ୍ଷୀଣ ଅଛି ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।

ଏହି ଯୋଜନାରେ ସାମିଲ ହେବାକୁ ହେଲେ ମୋଟା ଅଙ୍କର ଲାଞ୍ଚ କାରବାର ହେଉଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବଡ଼ଚଣା ପ୍ରାଣୀଧୀନ ଚିକିତ୍ସକ ଡ. ସେକ୍‌ ଜାବିର ଅଲ୍ଲୀଙ୍କୁ ପଚାରିବାରେ ସେ କହିଛନ୍ତି, ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି ଆବେଦନ କରିପାରିବେ। ଆମେ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କଲାପରେ ସେମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିବ। ଲାଞ୍ଚ କାରବାର ନେଇ ଯେଉଁମାନେ ଅଭିଯୋଗ କରୁଛନ୍ତି ତାହା ମିଥ୍ୟା। ତେବେ କେହି ଯଦି ପୁରୁଣା ଫାର୍ମ ଦେଖାଇ ଟଙ୍କା ଉଠାଇ ନେଉଥିବା ଆମ ନିକଟକୁ ଅଭିଯୋଗ ଆସେ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri