ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦିଲେ ଚାଷୀ….ମିଳିଲା ଏମିତି ଜବାବ

ଧାମନଗର/ବନ୍ତ,୩୦ା୧୨ (ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ/ହରିନାରାୟଣ ମହାନ୍ତି)
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଭଦ୍ରକ ଜିଲା ଗସ୍ତରେ ଆସି ଧାମନଗର ଓ ବନ୍ତ ବ୍ଲକରେ ଅଦିନିଆ ବର୍ଷାରେ ଧାନଚାଷ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ବିଶେଷକରି ଅମଳକ୍ଷମ ପାଚିଲା ଧାନ ଅଦିନିଆ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି। କ୍ଷେତରେ ବର୍ଷାପାଣି ଜମି ପାଚିଲା ଧାନ ବୁଡ଼ି ରହି ନଷ୍ଟ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ଚାଷଜମି ବୁଲି କ୍ଷୟକ୍ଷତି ଦେଖିଥିଲେ। କେତେଜଣ ଚାଷୀ ନଷ୍ଟ ହୋଇଥିବା ଫସଲ ଦେଖାଇ କାନ୍ଦି ପକାଇଥିଲେ। ଉପମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରି ଆଶ୍ୱାସନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ଧାମନଗର ବ୍ଲକର ଭଗବାନପୁର, ଜୟକୃଷ୍ଣପୁର, ପଳିକିରି, ଇଛଦା ଓ ଅନହରପୁର ମୌଜାର ଚାଷଜମି ବୁଲି ଦେଖିଥିଲେ। ଉପମୁଖ୍ୟମନ୍ତ୍ରୀ ଆସୁଥିବା ଖବର ପାଇ ଭଗବାନପୁର ମୌଜାର ଚାଷୀମାନେ ରାସ୍ତାରେ ନିଜ ଗଜାଧାନ ଓ ନଷ୍ଟ ହୋଇଥିବା ଧାନ ବିଡ଼ା ଧରି ଠିଆ ହୋଇଥିଲେ। ରାସ୍ତାରେ ଚାଷୀଙ୍କୁ ଦେଖି ଉପମୁଖ୍ୟମନ୍ତ୍ରୀ ଗାଡ଼ି ଅଟକାଇ ସେମାନଙ୍କ ପାଖକୁ ଯାଇଥିଲେ। ଜମିରେ ବାସ୍ତବ ସ୍ଥିତି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ସରକାର ଚାଷୀମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଏପରି ବିପଦ ସମୟରେ ଭାଙ୍ଗି ନ ପଡ଼ି ଧୈର୍ଯ୍ୟ ଧରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଜିଲା ଓ ବ୍ଲକ ଗସ୍ତରେ ଅଛନ୍ତି। ସରକାରଙ୍କ ଉପରେ ଭରସା ରଖନ୍ତୁ, ଦୈବ ଦୁର୍ବିପାକରେ ସରକାର ସାଥୀରେ ଥାଇ ସମାଧାନ କରିବେ। ସୋମବାର ସୁଦ୍ଧା କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିବା ପରେ ସମୀକ୍ଷା କରାଯାଇ କ୍ଷତିପୂରଣ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ବେଳେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ଦିଲୀପ ରାଉତରାଏ, ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲା ମୁଖ୍ୟ କୃଷି ଅଧିକାରୀ ଜଗଦୀଶ ପ୍ରସାଦ ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ବିଡିଓ ବନବିହାରୀ ଦିଣ୍ଡା, ତହସିଲଦାର ଦୀପକ କୁମାର ଦାସ, କୃଷି ଜିଲା ଅଧିକାରୀ ଗଣେଶ ଚନ୍ଦ୍ର ମାଝୀ, ବ୍ଲକ କୃଷି ଅଧିକାରୀ ଅନୁରାଧା ପଣ୍ଡା, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଦେବାଶିଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଉପମୁଖ୍ୟମନ୍ତ୍ରୀ ବନ୍ତ ବ୍ଲକର ଛୟାଳସିଂହ ପଞ୍ଚାୟତଠାରେ ପହଞ୍ଚତ୍ବା ପରେ ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଆଣିଥିବା ପଚା ଓ ଗଜା ଧାନ ବିଡ଼ା ଦେଖାଇ ନିଜର ଦୁଃଖ ଜଣାଇଥିଲେ। ଭଦ୍ରକ ବିଧାୟକ, ଜିଲାପାଳଙ୍କ ସହ ଜିଲା ଆରକ୍ଷୀ ଅଧୀକ୍ଷକ ମଡ଼କର ସନ୍ଦୀପ ସମ୍ପଦ, ଭାଜପା ନେତା ସୁଧାଂଶୁ ଶେଖର ନାୟକ, ଜିଲା କୃଷି ଅଧିକାରୀ ବିଶ୍ୱରଞ୍ଜନ ରାଉତ, ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ, ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି ପ୍ରମୁଖ ଉପସ୍ଥିତ ଥିଲେ। ଖୁବ୍‌ଶୀଘ୍ର ଫସଲ କ୍ଷତି ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରାଯିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ମହିଳାମାନଙ୍କୁ ସୁଭଦ୍ରା ଟଙ୍କା ମିଳିଛି କି ନାହିଁ ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri