ଉପନିର୍ବାଚନ ମଧ୍ୟରେ ନୂଆପଡ଼ା ମୁଖ୍ୟ ହସ୍ପିଟାଲ ଛାତରୁ ଡେଇଁ ସିକ୍ୟୁରିଟି ଗାର୍ଡଙ୍କ ଆତ୍ମହତ୍ୟା

ନୂଆପଡ଼ା,୨ା୧୧: ନୂଆପଡ଼ା ଜିଲା ମୁଖ୍ୟ ହସ୍ପିଟାଲ୍‌ରେ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ଜଣେ ସିକ୍ୟୁରିଟି ଗାର୍ଡ୍ ହସ୍ପିଟାଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ସିକ୍ୟୁରିଟି ଗାର୍ଡ୍ ଜଣକ ହେଉଛନ୍ତି ପଲାସାଗୁଡ଼ା ଗାଁର ଲଘୁତମ ସାହୁ। ସେ ହସ୍ପିଟାଲର ପଞ୍ଚମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଛି।

ତାଙ୍କର ଏଭଳି ଚରମ ପଦକ୍ଷେପ ନେବାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ, ସୂଚନା ମିଳିଛି ଯେ ଲଘୁତମ ଗତ ୫ ମାସ ଧରି ତାଙ୍କର ଦରମା ପାଇ ନଥିଲେ। ଆର୍ଥିକ ସମସ୍ୟା ଯୋଗୁଁ ସେ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Share