ଜନଶୁଣାଣିକୁ ଗୁରୁତ୍ୱ ଦେଉନାହାନ୍ତି ୬ ବିଭାଗ, ଗଡୁଛି ୩୮ ହଜାର ଲୋକଙ୍କ ସମସ୍ୟା

ଭୁବନେଶ୍ୱର,୧୭ା୧୦(ରବିନାରାୟଣ ଜେନା): ରାଜ୍ୟରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ସୋମବାର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରୀ ପରିଷଦ ସମସ୍ତ ଅବହେଳିତ ବର୍ଗଙ୍କୁ ଭେଟି ଗୁହାରି ଶୁଣୁଛନ୍ତି ଏବଂ ତା’ର ତ୍ୱରିତ୍‌ ସମାଧାନ ଦିଗରେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ୬ଟି ବିଭାଗ ଲୋକଙ୍କ ଅଭିଯୋଗର ସମାଧାନ ଦିଗରେ ଗୁରୁତ୍ୱ ଦେଉ ନାହାନ୍ତି, ଯେଉଁଥିପାଇଁ ପ୍ରାୟ ୩୮ହଜାର ଲୋକଙ୍କ ଅଭିଯୋଗର ସମାଧାନ ହୋଇପାରୁନାହିଁ। ଏନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ପତ୍ର ଲେଖାଗଲେ ମଧ୍ୟ କର୍ଣ୍ଣପାତ କରୁ ନ ଥିବାରୁ ଏହାକୁ ନେଇ ଗତ ୧୫ ତାରିଖରେ ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ପୁନର୍ବାର ପତ୍ର ଲେଖି ତାଗିଦ୍‌ କରାଯାଇଛି।
ସାଧାରଣ ଅଭିଯୋଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରା ବୁଧବାର ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି, ଜନଶୁଣାଣି ହେଉଛି ଓଡ଼ିଶା ସରକାରଙ୍କ ସର୍ବୋତ୍ତମ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ। ଏହା ମାଧ୍ୟମରେ ନାଗରିକମାନଙ୍କୁ ଯେକୌଣସି ସ୍ଥାନରୁ ଏବଂ ଯେ କୌଣସି ସମୟରେ ରାଜ୍ୟର ପଦସ୍ଥ ସରକାରୀ ଅଧିକାରୀଙ୍କ ନିକଟରେ ସେମାନଙ୍କ ଅଭିଯୋଗ ପହଞ୍ଚିପାରିବ। ହେଲେ ପରିଲକ୍ଷିତ ହୋଇଛି, ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ, ଇସ୍ପାତ ଓ ଖଣି ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ଅଭିଯୋଗ ସମାଧାନ ହାର ଅନ୍ୟାନ୍ୟ ବିଭାଗଠାରୁ ଯଥେଷ୍ଟ କମ୍‌ ରହିଛି। ଏହାକୁ ଦୃଷ୍ଟିିରେ ରଖି ବାକି ପଡ଼ିଥିବା ଅଭିଯୋଗଗୁଡ଼ିକର ତ୍ୱରିତ୍‌ ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କର। ସେ ତଥ୍ୟ ସହିତ ଦର୍ଶାଇଛନ୍ତି, ପଞ୍ଚାୟତିରାଜ ବିଭାଗରେ ଏବେ ବି ୨୦ହଜାର ୫୪୪ଟି ଅଭିଯୋଗ ସମାଧାନ ହୋଇ ନ ଥିବାବେଳେ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ୨ହଜାର ୩୧୯ ଅଭିଯୋଗ ଗଡୁଛି। ସେହିପରି ଜଳସମ୍ପଦ ବିଭାଗରେ ୧ହଜାର ୪୪୬, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୪ହଜାର ୯୮୮, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୮ହଜାର ୬୫୨ ଏବଂ ଖଣି ଓ ଇସ୍ପାତ ବିଭାଗରେ ୫୦୬ଟି ଅଭିଯୋଗ ଗଡୁଛି। ପଞ୍ଚାୟତିରାଜ ବିଭାଗକୁ ବାଦ୍‌ ଦେଇ ଅନ୍ୟ ୫ଟି ବିଭାଗରେ ଅଭିଯୋଗ ସମାଧାନ ହାର ୮୦ପ୍ରତିଶତରୁ କମ୍‌ ରହିଛି।
ଇତିମଧ୍ୟରେ ରାଜ୍ୟରେ ୪୦ଟି ବିଭାଗକୁ ୪ଲକ୍ଷ ୯୯ହଜାର ୮୫୧ଟି ଅଭିଯୋଗ ମିଳିଥିବାବେଳେ ଗତ ସେପ୍ଟେମ୍ବରରେ ୧୭ହଜାର ୧୧ଟି ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇଛି। ସେପ୍ଟେମ୍ବର ମାସରେ ସରକାରଙ୍କ ହସ୍ତଗତ ହୋଇଥିବା ଅଭିଯୋଗର ସମାଧାନ ହାର ୧୧ପ୍ରତିଶତ ଭିତରେ ରହିଛି। ଅଧିକାଂଶ ବିଭାଗର ଅଭିଯୋଗ ସମାଧାନ ହାର ୩ରୁ ୫ପ୍ରତିଶତ ମଧ୍ୟରେ ରହିଛି। ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୬୬ହଜାର ୮୬୮ଟି ଅଭିଯୋଗ ୪୦ଟି ବିଭାଗରେ ଗଡୁଛି। ଅଭିଯୋଗ ସମାଧାନ ହାର ମଧ୍ୟରେ ସାଧାରଣ ଉଦ୍ୟୋଗ, ସୂଚନା ଓ ଲୋକସମ୍ପର୍କ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗର ସମାଧାନ ହାର ୯୭ରୁ ୯୮ପ୍ରତିଶତ ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

Budgetରେ ଜନଗଣନା ପାଇଁ କ’ଣ ରହିଛି ଜାଣନ୍ତୁ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ୨୦୨୭ ଜନଗଣନା ପାଇଁ କେନ୍ଦ୍ର ବଜେଟରେ ୬,୦୦୦…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

ସ୍କଟଲାଣ୍ଡ, ଆୟର୍ଲାଣ୍ଡ ଖେଳିବେ ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୧ା୨:  ଜୁନରେ ଇଂଲଣ୍ଡରେ ହେବାକୁ ଥିବା ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡ ରବିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ନେପାଳର କିର୍ତିପୁରଠାରେ ଚାଲିଥିବା କ୍ୱାଲିଫାୟର୍ସ…

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri