ଜନଶୁଣାଣିକୁ ଗୁରୁତ୍ୱ ଦେଉନାହାନ୍ତି ୬ ବିଭାଗ, ଗଡୁଛି ୩୮ ହଜାର ଲୋକଙ୍କ ସମସ୍ୟା

ଭୁବନେଶ୍ୱର,୧୭ା୧୦(ରବିନାରାୟଣ ଜେନା): ରାଜ୍ୟରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ସୋମବାର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରୀ ପରିଷଦ ସମସ୍ତ ଅବହେଳିତ ବର୍ଗଙ୍କୁ ଭେଟି ଗୁହାରି ଶୁଣୁଛନ୍ତି ଏବଂ ତା’ର ତ୍ୱରିତ୍‌ ସମାଧାନ ଦିଗରେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ୬ଟି ବିଭାଗ ଲୋକଙ୍କ ଅଭିଯୋଗର ସମାଧାନ ଦିଗରେ ଗୁରୁତ୍ୱ ଦେଉ ନାହାନ୍ତି, ଯେଉଁଥିପାଇଁ ପ୍ରାୟ ୩୮ହଜାର ଲୋକଙ୍କ ଅଭିଯୋଗର ସମାଧାନ ହୋଇପାରୁନାହିଁ। ଏନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ପତ୍ର ଲେଖାଗଲେ ମଧ୍ୟ କର୍ଣ୍ଣପାତ କରୁ ନ ଥିବାରୁ ଏହାକୁ ନେଇ ଗତ ୧୫ ତାରିଖରେ ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ପୁନର୍ବାର ପତ୍ର ଲେଖି ତାଗିଦ୍‌ କରାଯାଇଛି।
ସାଧାରଣ ଅଭିଯୋଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରା ବୁଧବାର ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି, ଜନଶୁଣାଣି ହେଉଛି ଓଡ଼ିଶା ସରକାରଙ୍କ ସର୍ବୋତ୍ତମ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ। ଏହା ମାଧ୍ୟମରେ ନାଗରିକମାନଙ୍କୁ ଯେକୌଣସି ସ୍ଥାନରୁ ଏବଂ ଯେ କୌଣସି ସମୟରେ ରାଜ୍ୟର ପଦସ୍ଥ ସରକାରୀ ଅଧିକାରୀଙ୍କ ନିକଟରେ ସେମାନଙ୍କ ଅଭିଯୋଗ ପହଞ୍ଚିପାରିବ। ହେଲେ ପରିଲକ୍ଷିତ ହୋଇଛି, ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ, ଇସ୍ପାତ ଓ ଖଣି ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ଅଭିଯୋଗ ସମାଧାନ ହାର ଅନ୍ୟାନ୍ୟ ବିଭାଗଠାରୁ ଯଥେଷ୍ଟ କମ୍‌ ରହିଛି। ଏହାକୁ ଦୃଷ୍ଟିିରେ ରଖି ବାକି ପଡ଼ିଥିବା ଅଭିଯୋଗଗୁଡ଼ିକର ତ୍ୱରିତ୍‌ ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କର। ସେ ତଥ୍ୟ ସହିତ ଦର୍ଶାଇଛନ୍ତି, ପଞ୍ଚାୟତିରାଜ ବିଭାଗରେ ଏବେ ବି ୨୦ହଜାର ୫୪୪ଟି ଅଭିଯୋଗ ସମାଧାନ ହୋଇ ନ ଥିବାବେଳେ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ୨ହଜାର ୩୧୯ ଅଭିଯୋଗ ଗଡୁଛି। ସେହିପରି ଜଳସମ୍ପଦ ବିଭାଗରେ ୧ହଜାର ୪୪୬, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୪ହଜାର ୯୮୮, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୮ହଜାର ୬୫୨ ଏବଂ ଖଣି ଓ ଇସ୍ପାତ ବିଭାଗରେ ୫୦୬ଟି ଅଭିଯୋଗ ଗଡୁଛି। ପଞ୍ଚାୟତିରାଜ ବିଭାଗକୁ ବାଦ୍‌ ଦେଇ ଅନ୍ୟ ୫ଟି ବିଭାଗରେ ଅଭିଯୋଗ ସମାଧାନ ହାର ୮୦ପ୍ରତିଶତରୁ କମ୍‌ ରହିଛି।
ଇତିମଧ୍ୟରେ ରାଜ୍ୟରେ ୪୦ଟି ବିଭାଗକୁ ୪ଲକ୍ଷ ୯୯ହଜାର ୮୫୧ଟି ଅଭିଯୋଗ ମିଳିଥିବାବେଳେ ଗତ ସେପ୍ଟେମ୍ବରରେ ୧୭ହଜାର ୧୧ଟି ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇଛି। ସେପ୍ଟେମ୍ବର ମାସରେ ସରକାରଙ୍କ ହସ୍ତଗତ ହୋଇଥିବା ଅଭିଯୋଗର ସମାଧାନ ହାର ୧୧ପ୍ରତିଶତ ଭିତରେ ରହିଛି। ଅଧିକାଂଶ ବିଭାଗର ଅଭିଯୋଗ ସମାଧାନ ହାର ୩ରୁ ୫ପ୍ରତିଶତ ମଧ୍ୟରେ ରହିଛି। ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୬୬ହଜାର ୮୬୮ଟି ଅଭିଯୋଗ ୪୦ଟି ବିଭାଗରେ ଗଡୁଛି। ଅଭିଯୋଗ ସମାଧାନ ହାର ମଧ୍ୟରେ ସାଧାରଣ ଉଦ୍ୟୋଗ, ସୂଚନା ଓ ଲୋକସମ୍ପର୍କ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗର ସମାଧାନ ହାର ୯୭ରୁ ୯୮ପ୍ରତିଶତ ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri