ଆସନ୍ତାକାଲିଠାରୁ କଟକରେ ୧୪୪ ଧାରା ଜାରି

କଟକ,୨୨ା୫(କାର୍ତ୍ତିକ ସାହୁ): ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମେ’ ୨୫ରେ ହେବାକୁ ଥିବା ମତଦାନ ପାଇଁ କଟକ ଜିଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪୪ ଧାରା ଜାରି କରିଛନ୍ତି। ଏହି ୧୪୪ ଧାରା ୨୩ ତାରିଖ ସନ୍ଧ୍ୟା ୫ଟାରୁ ଲାଗୁ ହୋଇ ୨୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ କଟକ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ଜିଲାର ୮୭-ବଡ଼ମ୍ବା, ୮୮- ବାଙ୍କୀ, ୮୯-ଆଠଗଡ଼, ୯୦- ବାରବାଟୀ କଟକ, ୯୧- ଚୌଦ୍ୱାର କଟକ ଓ ୯୩- କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ସମଗ୍ର ଅଞ୍ଚଳରେ ଫୌଜଦାରୀ ଆଇନ୍‌, ୧୮୭୩ ୧୪୪ ଧାରା ଜାରି କରିଛନ୍ତି।
ଏହି ଧାରା ଅନୁଯାୟୀ, ଭୋଟଗ୍ରହଣ କେନ୍ଦ୍ର ପରିସରର ୨୦୦ ମିଟର ଅଞ୍ଚଳ ମଧ୍ୟରେ ୫ ଜଣ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତି ଏକତ୍ରିତ ହେବା ନିଷିଦ୍ଧ। କେବଳ ଜନସେବାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ନିମନ୍ତେ ସମଗ୍ର କଟକ ଜିଲାରେ ଲାଉଡସ୍ପିକର, ଆମ୍ପ୍ଲିଫାୟର ଏବଂ ଉଚ୍ଚ ସ୍ବର କରୁଥିବା ଅନ୍ୟ ଯେ କୌଣସି ଉପକରଣ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମତଦାନ କେନ୍ଦ୍ରର ୨୦୦ ମିଟର ପରିସୀମା ମଧ୍ୟରେ ସରକାରୀ ଦାୟିତ୍ୱ ନିର୍ବାହ କରୁଥିବା ପ୍ରାଧିକୃତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାର ଯାନବାହନ ପାର୍କିଂ କରାଯାଇ ପାରିବ ନାହିଁ। ଉକ୍ତ ପରିସୀମାରେ କୌଣସି ନିର୍ବାଚନ ପୋଷ୍ଟର କିମ୍ବା ଅନ୍ୟ ସାମଗ୍ରୀ ଲଗାଯାଇ ପାରିବ ନାହିଁ। ନିର୍ବାଚନ ଶେଷ ପର୍ଯ୍ୟାୟର ସମାପ୍ତି ପର୍ଯ୍ୟନ୍ତ ଏକଜିଟ ପୋଲ୍‌ର ଫଳାଫଳ ଘୋଷଣା ମଧ୍ୟ ନିଷେଧ କରାଯାଇଛି। ପ୍ରାଧିକୃତ ଅଧିକାରୀଙ୍କ ବ୍ୟତୀତ ମତଦାନ କେନ୍ଦ୍ରର ୧୦୦ ମିଟର ପରିସୀମା ମଧ୍ୟରେ ସେଲୁଲାର ଫୋନ୍‌, କର୍ଡଲେସ ଫୋନ୍‌ ଇତ୍ୟାଦି ବ୍ୟବହାର ମଧ୍ୟ ନିଷେଧ। ସେହିପରି କଟକ ଜିଲା ପରିସରରେ କୌଣସି ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଆଦି ପ୍ରଦର୍ଶନ କରାଯାଇପାରିବ ନାହିଁ। ପ୍ରାଧିକୃତ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କେହି ମତଦାନ କେନ୍ଦ୍ର ପରିସରରେ ଅସ୍ତ୍ର ଧାରଣ କରି ରହିବା ମଧ୍ୟ ନିଷେଧ। କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶନାମା ଅମାନ୍ୟ କଲେ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୮୮ ଏବଂ ଅନ୍ୟ ସମ୍ପୃକ୍ତ ପ୍ରାବଧାନ ଅନୁଯାୟୀ ଦଣ୍ଡିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri