ଘରୋଇ ଅନୁଷ୍ଠାନରେ ଫି ଦେଇନପାରି ପରୀକ୍ଷାରୁ ବଞ୍ଚିତ ଘଟଣା: ଧରିତ୍ରୀରେ ଖବର ପ୍ରକାଶିତ ହେବା ପରେ ସଚିବ ଦେଲେ କଡ଼ା ନିର୍ଦ୍ଦେଶ

ଦାରିଙ୍ଗବାଡି, ୬।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ପାଦ୍ରୀ ପିଓ ଇଂଲିଶ ମିଡିୟମ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା ଚାଲିଥିବାବେଳେ କିଛି ଛାତ୍ରୀଛାତ୍ରଙ୍କ ବିଦ୍ୟାଳୟରେ ମାସିକ ଫି’ବାବଦକୁ ବକେୟା ଥିବା ଦର୍ଶାଇ ବିଦ୍ୟାଳୟ କତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରୁ ବଞ୍ଚିତ କରିଥିବା ଅଭିଯୋଗ ହୋଇଥିଲା । ଏସମ୍ପର୍କିତ ଖବର ଧରିତ୍ରୀରେ ପ୍ରକାଶିତ ହେବା ପରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ବିଭାଗର ସଚିବ କନ୍ଧମାଳ ଜିଲା ମଙ୍ଗଳ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଗୁରୁବାର ସକାଳ ସାଢେ ୯ ସମୟରେ ଦାରିଙ୍ଗବାଡି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ପାଦ୍ରୀ ପିଓ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି କେତେ ଜଣ ଏହି ପରୀକ୍ଷା ଦେଇ ପାରିନାହାନ୍ତି ତାହା ପଚାରିବୁଝିବା ସହ ବିଦ୍ୟାଳୟର ବିଭିନ୍ନ କାଗଜପତ୍ର କୁ ଯାଞ୍ଚ କରିବା ସହ କିଛି ଡକ୍ୟୁମେଣ୍ଟ ର ନକଲକୁ ସେ ଅଧିକା ଯାଞ୍ଚ କରିବାକୁ ନେଇ ଯାଇଛନ୍ତି । ସେ ଏହାର ତଦନ୍ତ କରିବା ପରେ ଜିଲାକୁ ରିପୋର୍ଟ ପଠାଇବେ ବୋଲି କହିଛନ୍ତି । ସେ ଏହି ତଦନ୍ତ କରିବା ସମୟରେ ବିଦ୍ୟାଳୟର ପ୍ରିନ୍ସପାଲ ଇତିଶ୍ରୀ ପରିଛା, ବିଦ୍ୟାଳୟ ପରିଚାଳକ ଜୋସେଫ ମାଇକଲ ଓ ଅନ୍ୟମାନଙ୍କୁ ପଚାରା ଉଚରା କରିଛନ୍ତି । ଏହି ସମ୍ପର୍କରେ ବିଦ୍ୟାଳୟ ପରିଚାଳକ ଜୋସେଫ ମାଇକଲଙ୍କୁ ପଚାରିବାରୁ ୨ ଜଣ ଛାତ୍ର ଷଷ୍ଠର ଫ୍ରାଞ୍ଚାଇଜ ଦିଗାଲ ଏବଂ ସପ୍ତମର ଅରବିନ୍ଦ ଦିଗାଲ ଏହି ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ପରୀକ୍ଷା ଦେବାପାଇଁ ସୁଯୋଗ ଦିଆଯାଇଛି ସେମାନେ ପ୍ରଥମ ଦିନ ଆସିଥିଲେ ସେହି ଦିନଠାରୁ ଆଉ ଆସୁନଥିବା ବିଦ୍ୟାଳୟ କତ୍ତୃପକ୍ଷ କହିଛନ୍ତି। ସେ ଆହୁରି କହିଛନ୍ତି ପୂର୍ବରୁ ଅଭିଭାବକମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ସହ ରିଜୁଲେସନ କରାଯାଇ ଯେଉଁ ମାନେ ଫି ବକେୟା ପ୍ରଦାନ କରିନଥିବେ ତେବେ ସେମାନଙ୍କ ପିଲା ମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବନି ବୋଲି କୁହାଯାଇଥିଲା । ତେବେ ଆମେ ପରୀକ୍ଷାରୁ କିଛି ସମୟ ବଞ୍ଚିତ କରି ପୁଣି ପରୀକ୍ଷା ଦେବାକୁ ସୁଯୋଗ ଦେଇଥିଲୁ କିନ୍ତୁ ୨ ଜଣ ଛାତ୍ରଙ୍କୁ ତାଙ୍କ ଅଭିଭାବକ ମାନେ ନେଇ ପଳାଇଯାଇଥିଲେ ବୋଲି ପ୍ରିନ୍ସପାଲ ଇତିଶ୍ରୀ ପରିଛା କହିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କ ଚମକିଲା ଭାଗ୍ୟ, ୫୮ ବର୍ଷ ବୟସରେ…

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ଏବ ପୁଣି ଥରେ ଖବରରେ ଅଛନ୍ତି। ଏଥର, ତାଙ୍କର ବିବାଦୀୟ…

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri