ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା ଟାଉନଥାନା ପୋଲିସ। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି. ଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ଅବନୀ ସାହୁଙ୍କ ନେତୃତ୍ୱରେ ଏକ ସ୍ପେସିଆଲ ଟିମ୍‌ ବଲାଙ୍ଗୀର ଟିଟିଲାଗଡ଼ ରାସ୍ତାରେ ଛକି ରହିଥିଲା। ବଲାଙ୍ଗୀର ସହର ବିଜାଖମନ ଟ୍ରକ ଟର୍ମିନାଲ ରାସ୍ତା ସମ୍ମୁଖରେ ପୋଲିସ କାରଟିକୁ କାବୁ କଲା ପରେ କାରକୁ ସିଜ୍‌ କରି ବହୁ କଷ୍ଟରେ ଜାର ଭିତରେ ଥିବା ସିକ୍ରେଟ ଚ୍ୟାମ୍ବର୍‌ରେ ଗଞ୍ଜେଇ ଥିବାର ସନ୍ଧାନ ପାଇଥିଲା।କାରର ସାମ୍ନା ପଟରେ ତିଆରି ହୋଇଥିଲା ସିକ୍ରେଟ ଚ୍ୟାମ୍ବର। ଭିତରେ ଥିଲା ଗଞ୍ଜେଇ। ପୋଲିସ ମାଜିଷ୍ଟେଟଙ୍କ ଉପସ୍ଥିତିରେ ୨୪ ପ୍ୟାକେଟ ଗଞ୍ଜେଇ ଜବତ କରିଥିବା ବେଳେ, ଦୁଇଜଣଙ୍କୁ ଗିରଫ କରିଛି। ଗିରଫମାନେ ଛତିଶଗଡ଼ର ହୋଉଥିବା ଜଣାପଡିଛି। ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share