୨୨ରେ ଡିଗ୍ରୀଧାରୀ ମାଧ୍ୟମିକ ଶିକ୍ଷକ ଆଶାୟୀଙ୍କ ଧାରଣା

ଭୁବନେଶ୍ୱର,୧୯ା୮(ଅନୁରାଧା ମହାରଣା): ରାଜ୍ୟରେ ୮୦ ହଜାରରୁ ଊଦ୍ଧର୍‌ବ ମେଧାବୀ ଛାତ୍ରୀଛାତ୍ର ଦୁଇବର୍ଷିଆ ବି.ଏଡ୍‌ ପାଠ ପଢି ଘରେ ବେକାର ହୋଇ ବସିଛନ୍ତି। ତୁରନ୍ତ ନିଯୁକ୍ତି ଦାବି କରି ମାଧ୍ୟମିକ ଆଶାୟୀ ଶିକ୍ଷକ ସଂଘ ଆସନ୍ତା ୨୨ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ବିଧାନସଭା ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପାଇଁ ସଂଘ ପ୍ରସ୍ତୁତ ହେଉଥିବା ସୂଚନା ଦିଆଯାଇଛି। ସଂଘର ଅଭିଯୋଗ ଅନୁସାରେ, ଆଶାୟୀ ଶିକ୍ଷକମାନେ ବି.ଏଡ୍‌. ପରେ ଓଏସ୍‌ଏସ୍‌ଟିଇଟି ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟପଟେ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ବହୁ ପଦବୀ ଖାଲିପଡ଼ିଛି। ଏହି ପଦବୀ ପୂରଣ ନିମନ୍ତେ ପୂର୍ବ ସରକାର ବିଜ୍ଞପ୍ତି ପ୍ରକାଶପୂର୍ବକ ୨୦୨୩ ଫେବୃଆରୀରେ ଲିଭ୍‌ ଟ୍ରେନିଙ୍ଗ ରିଜର୍ଭେଶନ(ଏଲଟିଆର୍‌) ଘୋଷଣା କରିଥିଲେ। ଛୁଟି ପ୍ରଶିକ୍ଷଣ ଓ ସ୍ବାସ୍ଥ୍ୟ ସମ୍ବନ୍ଧିତ ଅନୁପସ୍ଥିତି ଭରଣା ପାଇଁ ମୋଟ୍‌ ୬୦୨୫ ପଦବୀ ଥିଲେ ମଧ୍ୟ ଏହା ପୂରଣ ହୋଇପାରୁନାହିଁ। ଏହି ପଦବୀ ଅର୍ଥ ବିଭାଗରୁ ମଧ୍ୟ ଅନୁମୋଦିତ ହୋଇଥିବା ନେଇ ଶିକ୍ଷକ ଆଶାୟୀ ସଂଘ ବହୁବାର ସରକାରଙ୍କୁ ଅବଗତ କରିଆସୁଛି। ମୋହନ ସରକାରଙ୍କୁ ମଧ୍ୟ ଆଶାୟୀ ଶିକ୍ଷକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ବାରମ୍ବାର ଜଣାଇଛନ୍ତି। ମାତ୍ର କିଛି ସୁଫଳ ମିଳୁନାହିଁ ବୋଲି ସୋମବାର ସଂଘର ସଦସ୍ୟମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି। କିଛିି ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଅବସର ପରେ ସେହି ଶିକ୍ଷକମାନଙ୍କୁ ପୁଣି ନିଯୁକ୍ତି ଦିଆଯାଉଥିବାବେଳେ ଏଥିରେ ମଧ୍ୟ ଆଶାୟୀ ମେଧାବୀ ଶିକ୍ଷକ ନିଯୁକ୍ତିରୁ ବଞ୍ଚତ୍ତ ହେଉଥିତ୍ବା ସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

ତେଲଙ୍ଗାନାରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଲାଠୋର,୨୦ା୧(ଭୁବନେଶ୍ୱର ବାରିକ)- ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ତୁରେକେଲା ଥାନା ଭାଲୁକୁନା ଗ୍ରାମର...

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri