Posted inଜାତୀୟ

ଆସନ ବୁଝାମଣା: ଶୀଘ୍ର ନିଷ୍ପତ୍ତି ନେବ ଇଣ୍ଡିଆ

ନୂଆଦିଲ୍ଲୀ,୧୪ା୯: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ପ୍ରଥମ ରଣନୀତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ନୂଆଦିଲ୍ଲୀ ବାସଭବନରେ ହୋଇଥିବା ଏହି ବୈଠକରେ ଜାତିଗତ ଜନଗଣନା କରାଯିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସେହିପରି ଖୁବ୍‌ ଶୀଘ୍ର ଆସନ ବୁଝାମଣା ଉପରେ ନିଷ୍ପତ୍ତି ନିଆଯିବ। ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆର ପ୍ରଥମ ମିଳିତ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ବୈଠକ ଶେଷରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ସୂଚନା ଦେଇଛନ୍ତି।

ତାମିଲନାଡୁ ମନ୍ତ୍ରୀ ତଥା ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ସନାତନ ବିରୋଧୀ ମନ୍ତବ୍ୟକୁ ନେଇ ବିବାଦ ଉଠିଥିବାବେଳେ ଇଣ୍ଡିଆ ବ୍ଲକ୍‌ର ୧୪ ଜଣିଆ ସମନ୍ବୟ ସମିତି ବୈଠକରେ ୧୨ ସଦସ୍ୟ ଉପସ୍ଥିତ ଥିଲେ। ସମନ୍ବୟ ସମିତି ସଦସ୍ୟ ବେଣୁଗୋପାଳ କହିଥିଲେ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ପଶ୍ଚିମବଙ୍ଗର ସରକାରୀ ସ୍କୁଲଗୁଡ଼ିକରେ ନିଯୁକ୍ତିରେ ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ କରାଯାଇଥିବାରୁ ସେ ବୈଠକରେ ଯୋଗଦେଇପାରି ନାହାନ୍ତି। ଅଭିଷେକଙ୍କ କହିବା ହେଲା, ବୈଠକ ଥିବାରୁ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଉଦ୍ଦେଶ୍ୟ ରଖି ସମନ ପଠାଇବା ପାଇଁ ଉଡିକୁ ପ୍ରବର୍ତ୍ତାଇଛନ୍ତି।

ବୈଠକ ଶେଷରେ ବେଣୁଗୋପାଳ ଏକ ମିଳିତ ବିବୃତି ପଢ଼ି କହିଛନ୍ତି, ସମନ୍ବୟ ସମିତି ଆସନ ବୁଝାମଣା ଉପରେ ଆଲୋଚନା ଆରମ୍ଭ କରିବାକୁ ସ୍ଥିର କରିଛି। ଯଥାଶୀଘ୍ର ସମ୍ଭବ ଏହି ନିଷ୍ପତ୍ତି ନିଆଯିବ। ଦେଶର ବିଭିନ୍ନ ଭାଗରେ ମିଳିତ ସାଧାରଣ ସଭାଗୁଡ଼ିକର ଆୟୋଜନ କରାଯିବ। ଅକ୍ଟୋବର ପ୍ରଥମ ସପ୍ତାହରେ ଭୋପାଳରେ ପ୍ରଥମ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ଇଣ୍ଡିଆ ବ୍ଲକ୍‌ ଦରଦାମ୍‌ ବୃଦ୍ଧି, ବେରୋଜଗାରି ଏବଂ ଭାଜପା ସରକାରର ଦୁର୍ନୀତିକୁ ପ୍ରସଙ୍ଗ କରିବ। ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇବା ପାଇଁ ମଧ୍ୟ ଦଳଗୁଡ଼ିକ ମଧ୍ୟରେ ସହମତି ପ୍ରକାଶ ପାଇଛି। ଇଣ୍ଡିଆ ଗ୍ରୁପ୍‌ ପକ୍ଷରୁ ଏକ ସବ୍‌-କମିଟି ମଧ୍ୟ ଗଠନ କରାଯାଇଛି। କେଉଁ ଟିଭି ଚ୍ୟାନେଲ ଏବଂ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ବିତର୍କ ବେଳେ ମେଣ୍ଟର ନେତାମାନେ ଭାଗନେବେ ତାହା ଏହି ସବ୍‌-କମିଟି ଚୟନ କରିବ ବୋଲି ବେଣୁଗୋପାଳ କହିଛନ୍ତି।

ସମନ୍ବୟ ସମିତି ବୈଠକରେ ପାଓ୍ବାର ଓ ବେଣୁଗୋପାଳଙ୍କ ସମେତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ(ଜେଏମ୍‌ଏମ୍‌), ଡି. ରାଜା (ସିପିଆଇଏମ୍‌), ଜଓ୍ବାଦ୍‌ ଅଲୀ ଖାନ୍‌ (ସମାଜବାଦୀ ପାର୍ଟି), ଟି.ଆର୍‌. ବାଲୁ (ଡିଏମ୍‌କେ), ତେଜସ୍ବୀ ଯାଦବ (ଆର୍‌ଜେଡି), ରାଘବ ଚଢ଼ା (ଏଏପି), ସଞ୍ଜୟ ଝା (ଜେଡିୟୁ), ଓମାର ଅବ୍‌ଦୁଲ୍ଲା (ଏନ୍‌ସି), ମେହବୁବା ମୁଫ୍‌ତି (ପିଡିପି) ଏବଂ ସଞ୍ଜୟ ରାଉତ୍‌ (ଶିବସେନା ୟୁବିଟି) ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri