ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ ଧାନର ବେଆଇନ ପରିବହନ ରୋକିବାକୁ ସୀମାକୁ ସିଲ୍‌ କରାଯାଇଥିବା ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ୨୦୨୫-୨୬ ବର୍ଷ ଖରିଫ ଧାନ ସଂଗ୍ରହ ଚାଲିଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ବେଆଇନ ଧାନ ଚାଲାଣ ଆଶଙ୍କାରେ ଏପରି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହିତ ପୂର୍ବରୁ ସୀମାରେ ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଯାଇଛି।

Dharitri – Odisha’s No.1 Odia Daily