ହରିପୁର କ୍ରିକ୍‌ ତଟରେ ପୁନର୍ଜୀବିତ ହେଲା ସମୁଦ୍ର ଘାସ

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ): ବୈଚିତ୍ର୍ୟମୟ ସାମୁଦ୍ରିକ ପରିସଂସ୍ଥା ମଧ୍ୟରେ ସ୍ବଳ୍ପ ଆଲୋଚିତ ଉଦ୍ଭିଦ ସମୂହ ମଧ୍ୟରେ ସମୁଦ୍ର ଘାସ (ସି’ ଗ୍ରାସ) ବା ସାମୁଦ୍ରିକ ସପୁଷ୍ପକ ଉଦ୍ଭିଦ ଅନ୍ୟତମ। ଓଡ଼ିଶାରେ କେବଳ ଚିଲିକା ହ୍ରଦରେ ସି ଗ୍ରାସ୍‌ ରହିଛି। ମାତ୍ର ୨୦୧୨ରେ ପ୍ରଥମଥର ପାଇଁ ଗଞ୍ଜାମ ଜିଲା ଗୋପାଳପୁର ନିକଟରେ ସମୁଦ୍ରକୁ ସଂଯୋଗ ହୋଇଥିବା ହରିପୁର କ୍ରିକ୍‌ ତଟରେ ଏହା ଦେଖାଯାଇଥିଲା। ଏ ନେଇ ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ଜିଓ ମେରାଇନ୍‌ ସାଇନ୍ସରେ ସାମୁଦ୍ରିକ ଜୀବ ବୈଜ୍ଞାନିକ ଡ. ଦେବାଶିଷ ମହାପାତ୍ରଙ୍କ ଗବେଷଣାମୂଳକ ପ୍ରବନ୍ଧ ପ୍ରକାଶ ପାଇବା ପରେ ଲୋକଲୋଚନକୁ ଆସିଥିଲା। ହେଲେ କେତେକ କାରଣରୁ ୨୦୧୯ ମଧ୍ୟରେ ଏହି ବିରଳ ସି ଗ୍ରାସ୍‌ ହରିପୁର କ୍ରିକ୍‌ ତଟରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେବେ ବିଲୁପ୍ତ ହୋଇଯାଇଥିବା ଏହି ସି ଗ୍ରାସ୍‌ ୨୦୧୯-୨୧ କୋଭିଡ୍‌ ଲକ୍‌ଡାଉନ୍‌ ସମୟରେ ପୁନର୍ଜୀତିତ ହୋଇଥିବା ଦେଖାଯାଇଛି। ଏହା ଜଣାପଡିବା ପରେ ଡ. ମହାପାତ୍ର ଓ ଡ. ସଙ୍ଗୀତା ମିଶ୍ର ଏହା ଉପରେ ଅଧିକ ଗବେଷଣା ଆରମ୍ଭ କରିଥିଲେ। ତେବେ ତାହା ସେହି ବିରଳ ହାଲୋଫିଲା ଓଭାଲିସ୍‌ ପ୍ରଜାତିର ସି’ ଗ୍ରାସ୍‌ ବୋଲି ପ୍ରମାଣିତ ହୋଇଛି ବୋଲି ନ୍ୟାଶନାଲ ଏକାଡେମୀ ସାଇନ୍ସ ଲେଟର୍ସରେ ପ୍ରକାଶିତ ଆଉ ଏକ ଗବେଷଣା ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି।
ମହାପାତ୍ର କହିଛନ୍ତି, ସି ଗ୍ରାସ୍‌କୁ ଇକୋସିଷ୍ଟମ ଇଞ୍ଜିନିୟର କୁହାଯାଏ। ଏମାନେ ପରିବେଶ ସହିତ ସମନ୍ବୟ ରକ୍ଷା କରି ପ୍ରଦୂଷଣ ହ୍ରାସ କରିନ୍ତି। ଏଥିସହ ସମୁଦ୍ର ତଳର ବାଲି, ତରଙ୍ଗ ଓ ପାଣିର ଗତିକୁ ସ୍ଥିର କରିବାରେ ସହାୟକ ହୁଅନ୍ତି। ଫଳରେ ଉପକୂଳର ସୁରକ୍ଷା ହୋଇଥାଏ। ୨୦୧୨ ପରଠାରୁ ବିଭିନ୍ନ ଘୂର୍ଣ୍ଣିବାତ୍ୟା, ପ୍ରଦୂଷଣ, ନୌକାଚାଳନା ପରି ମାନବୀୟ କାର୍ଯ୍ୟକଳାପ ପାଇଁ ସି ଗ୍ରାସ୍‌ଗୁଡିକ ଲୁପ୍ତ ହୋଇଯାଇଥିଲା। ତେବେ କୋଭିଡ୍‌ ଲକ୍‌ଡାଉନ ସମୟରେ କରାଯାଇଥିବା ପର୍ଯ୍ୟବେକ୍ଷଣରେ ମାନବୀୟ କାର୍ଯ୍ୟକଳାପ ଯଥା ପର୍ଯ୍ୟଟନ, ମାଛଧରା, ନୌକା ଚଳାଚଳ ପ୍ରାୟ ବନ୍ଦ ହେବାରୁ ହରିପୁର କ୍ରିକ୍‌ରେ ସମୁଦ୍ର ଘାସର ସ୍ବାଭାବିକ ପୁନର୍ଜନ୍ମ ଦେଖିବାକୁ ମିଳିଛି। ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?