ଏସଡିପିଓଙ୍କ ମିଳିତ ଚଢ଼ାଉ: ବିପୁଳ ପରିମାଣ ବିଦେଶୀ ମଦ ଜବତ, ଜଣେ ଗିରଫ

ପଟ୍ଟାଙ୍ଗି,୫।୪(ଶରତ ଧଳ):ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଧରପଗଡ କ୍ଷେତ୍ରରେ ତପ୍ତରତା ପ୍ରକାଶ ପାଇଛି। ଏହିପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ଅଞ୍ଚଳରେ। ସୂଚନା ମୁତାବକ, ସୁନାବେଡା ଏସଡିପିଓ ମନୋବ୍ରତା ଶତପଥୀ ଏବଂ ଆଇପିଏସ୍‌(ପ୍ରୋଭିସନାଲ୍‌) ପାର୍ଥ କଶ୍ୟପ ମିଳିତ ଚଢାଉ
ସମୟରେ ଉକ୍ତ ଅଞ୍ଚଳରୁ ୯୦ ଲିଟର ଫରେନ ଲିକର୍‌ ସିଜ କରି ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଜିଲାର ପଟ୍ଟାଙ୍ଗି ବ୍ଲକ ଏକ ଆନ୍ଧ୍ର ରାଜ୍ୟ ସୀମାନ୍ତ ହୋଇଥିବା ବେଳେ ନିର୍ବାଚନ ବିଗୁଲ ବାଜିଥିବା ବେଳେ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ନିଜ ନିଜ ଦଳ ପକ୍ଷରୁ ଟିକେଟ ପାଇ ସାରିଲେଣି, ଯାହାକୁ ନେଇ ଏହିପରି ସ୍ଥିତିରେ ପୋଲିସ ପାଇଁ ସୁରକ୍ଷା ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ହୋଇ ଥିବା ସହ ନିର୍ବାଚନ ପୁର୍ବରୁ ହେଉ ବା ନିର୍ବାଚନ ସମୟରେ କୈଣସି ଅଘଟଣ ନ ଘଟୁ ଏହାକୁ ଦୃଷ୍ଟିରେ ରଖି ସୁନାବେଡା ଏସଡିପିଓ ଶତପଥୀଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଅନ୍ୟପକ୍ଷରେ ଉକ୍ତ ଅଧିକାରୀଙ୍କ ଅଧିନରେ ଯାଉଥିବା ସୁନାବେଡା, ଶିମିଳିଗୁଡା, ଦାମନଯୋଡି, ପଟ୍ଟାଙ୍ଗି, କୋଟିଆ ଏବଂ ସୁଙ୍କି ପ୍ରମୁଖ ଥାନା ମାନଙ୍କ ଅଞ୍ଚଳରେ ଯେପରି କୈଣସି ଅଘଟଣ ନ ଘଟେ ସେଥିପ୍ରତି ଦୃଷ୍ଟି ରଖିବାକୁ ସମ୍ପୃକ୍ତ ଥାନାଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ବସନ୍ତ ମହୋତ୍ସବକୁ ନେଇ ସାର୍ବଜନିକ ଅଭିଯୋଗ, ଅନୁମତି ବିନା…

ଗୁଣୁପୁର,୨୨।୧(ସଂକେତ ପାତ୍ର ): ଗୁଣୁପୁର ନବ ନିର୍ମାଣ ସମିତି ପକ୍ଷରୁ ପ୍ରତିବର୍ଷ ଆୟୋଜିତ “ବଂଶଧାରା ବସନ୍ତ ମହୋତ୍ସବ” କାର୍ଯ୍ୟକ୍ରମକୁ ନେଇ ଅଭିଯୋଗ ସାମ୍ନାକୁ ଆସିଛି ।...

1984 Anti-Sikh Riots: ଶିଖ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ଏମପି ସଜ୍ଜନ କୁମାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୨।୧: ରାଜଧାନୀ ଦିଲ୍ଲୀରେ ୧୯୮୪ ମସିହାରେ ହୋଇଥିବା ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ଏକ ମାମଲାରେ କଂଗ୍ରେସ ଏମପି ସଜ୍ଜନ କୁମାରଙ୍କୁ ଆଜି (ଜାନୁଆରୀ...

ଗଣତନ୍ତ୍ର ଦିବସରେ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା! ଟାର୍ଗେଟରେ ରାଜଧାନୀ ସମେତ ରାମ ମନ୍ଦିର, ଆଲର୍ଟରେ ଏଜେନ୍ସି

ନୂଆଦିଲ୍ଲୀ,୨୨।୧: ଗଣତନ୍ତ୍ର ଦିବସ (ଜାନୁଆରୀ ୨୬) ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବାରୁ ଭାରତର ବିଭିନ୍ନ ସହରରେ ସତର୍କତା ଜାରି କରାଯାଇଛି।...

ରେଳଯାତ୍ରୀଙ୍କୁ Indian Railwayର ବଡ଼ ଉପହାର! ଏହାର ଦାମ୍‌ କମାଇଲା…         

ନୂଆଦିଲ୍ଲୀ,୨୨।୧: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଏକ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ଉପହାର ଦେଇଛି। ଏବେ ଟ୍ରେନ ଓ ରେଳଷ୍ଟେଶନରେ ମିଳୁଥିବା ପ୍ୟାକେଜ୍ଡ ପାଣି ବୋତଲ...

BJD ରାଜ୍ୟସଭା ଏମପି ଶୁଭାଶିଷଙ୍କୁ ହତ୍ୟା ଧମକ, ୧୦ ଲକ୍ଷ ଟଙ୍କା ଦିଅ…

ପୁରୀ,୨୨।୧(ଅଜିତ୍‌ କୁମାର ମହାନ୍ତି)- ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ,ଖୁବଶୀଘ୍ର ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ ଏବଂ ରାଜ୍ୟ ସଭା ଏମପି ଶୁଭାଶିଷ...

ଜୁଆର ମାଡକୁ ସହି ପାରୁନାହିଁ ଜିଓ ସିନ୍ଥେଟିକ ଟ୍ୟୁବୱାଲ, ଖସୁଛି ପଥର ପ୍ୟାକିଂ, ବର୍ଷା ପୂର୍ବରୁ କାମ ନ ହେଲେ…

କେନ୍ଦ୍ରାପଡ଼ା, ୨୨ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ପଞ୍ଚାୟତକୁ କାଣୀ, ଖରସ୍ରୋତା,...

ଏମିତି ନିଆଁ ଲଗାଇଲା ଆମେରିକା: ଚାପରେ ଅଛନ୍ତି ବିଶ୍ୱର ସବୁଠୁ ୨ ଖୁସିର ଦେଶ

ଓ୍ବାଶିଂଟନ୍‌,୨୨।୧: ସାରା ବିଶ୍ୱରେ ଖୁସି ଦେଶର ତାଲିକାରେ ନରୱେ ଏବଂ ଡେନମାର୍କ ତାଲିକାର ଶୀର୍ଷରେ ଥାଆନ୍ତି। ବର୍ତ୍ତମାନ ଉଭୟ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ...

ଗୋଟିଏ ସ୍ବାମୀଙ୍କୁ ୨ ସ୍ତ୍ରୀ: ପଞ୍ଚାୟତ ନେଲା ବଡ଼ ନିଷ୍ପତ୍ତି, ଜଣଙ୍କ ସହ ୩ ଦିନ, ଅନ୍ୟ ଜଣଙ୍କ ସହ ୩ ଦିନ, ଆଉ ରବିବାରରେ…

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଗାଁ ପଞ୍ଚାୟତ ଏପରି ନିଷ୍ପତ୍ତି ଜାରି କରିଛି ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri