୩ ରାଜ୍ୟରେ ସ୍କୁଲ-କଲେଜ ବନ୍ଦ…

ନୂଆଦିଲ୍ଲୀ, ୨।୧ : ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହରିୟାଣା ଆଦି ୩ ରାଜ୍ୟ ସରକାର ସମସ୍ତ ସ୍କୁଲ୍‌ କଲେଜକୁ ବନ୍ଦ କରିବା ନେଇ ଘୋଷଣା କରିଛନ୍ତିି। ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ଶୀତ ଛୁଟି ଘୋଷଣା କରାଯାଇଛି। ତେବେ ପିଲାମାନଙ୍କର ଶିକ୍ଷାକୁ ଧ୍ୟାନରେ ରଖି ଅନଲାଇନ କ୍ଲାସ ପୂର୍ବ ପରି ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।

ଓମିକ୍ରନ୍‌ ଆକ୍ରାନ୍ତଙ୍କ ବଢୁଥିବା ସଂଖ୍ୟାକୁ ଦୃଷ୍ଟିଟିରେ ରଖି ଦିଲ୍ଲୀର ସରକାର ୟେଲୋ ସତର୍କ ସୂଚନା ଜାରି କରିଛନ୍ତି। ଏଥି ସହିତ, ଗତ ଦୁଇ ସପ୍ତାହ ମଧ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହାର ୨-୩ ପ୍ରତିଶତରୁ ୨୫-୩୦ ପ୍ରତିଶତକୁ ବୃଦ୍ଧି ପାଇବା ପରେ ସମସ୍ତ ସ୍କୁଲ ଏବଂ କଲେଜ ପାଇଁ ଏକ ନୂତନ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶୀତଛୁଟି ଘୋଷଣା କରିଛନ୍ତି।

ହରିୟାଣା ସରକାର ମଧ୍ୟ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀକୁ ରୋକିବା ପାଇଁ ସିନେମା ହଲ, ପ୍ରେକ୍ଷାଳୟ, ବିଦ୍ୟାଳୟ, କଲେଜ, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ ଏବଂ ଜିମ ବନ୍ଦ କରିବାକୁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ, କାର୍ଯ୍ୟାଳୟରେ ୫୦ ପ୍ରତିଶତ ଉପସ୍ଥାନ ସହିତ କାର୍ଯ୍ୟ କରାଯିବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ବ୍ୟତୀତ ମଲ ଏବଂ ବଜାର ସା ପାଞ୍ଚଟା ସମୟରେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହ କଟକଣା ଜାନୁଆରୀ ୧୨ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଉତ୍ତରପ୍ରଦେଶରେ ଓମିକ୍ରନ ସଙ୍କଟକୁ ଦୃଷ୍ଟିରେ ରଖି ନୋଏଡା, ଗାଜିଆବାଦ, ହାପୁର ଏବଂ ଗ୍ରେଟର ନୋଏଡାର ସମସ୍ତ ସ୍କୁଲ କଲେଜ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶୀତକାଳୀନ ଛୁଟି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଦେଶ ଜାନୁଆରୀ ୧୪ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ଗାଇଡଲାଇନ ଜାରି କରିନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

କଳସ ଯାତ୍ରା ସମୟରେ ଦଳାଚକଟା, ମହିଳା ମୃତ

ଗ୍ବାଲିୟର,୧୦।୨: ମଧ୍ୟ ପ୍ରଦେଶ ଗ୍ବାଲିୟରର ନବଗ୍ରହ ପୀଠ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ କଳସ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶୋଭାଯାତ୍ରାରେ…

ନଗଦ କାରବାର, ସମ୍ପତ୍ତି ଏବଂ ଯାନବାହାନ କ୍ରୟ ପାଇଁ ପ୍ୟାନ୍ ନିୟମରେ ପରିବର୍ତ୍ତନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୨: ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆୟକର ନିୟମର ଡ୍ରାଫ୍ଟରେ ଅନେକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ପରାମର୍ଶ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ନଗଦ…

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

ବର୍ଷସାରା ମାଗଣା ପିଜ୍ଜା: ଡୋମିନୋଜ୍‌ ଆଣିଲା ଜବରଦସ୍ତ ଅଫର୍‌

ନୂଆଦିଲ୍ଲୀ,୧୦।୨: ପିଜ୍ଜା ପ୍ରେମୀଙ୍କ ପାଇଁ ଖୁସିଖବର। ଡୋମିନୋଜ୍‌ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌ ଆଣିଛି। ଜାତୀୟ ପିଜ୍ଜା ଦିବସ ଅବସରରେ ଡୋମିନୋଜ ଇଣ୍ଡିଆ ଏକ ଅନନ୍ୟ ପ୍ରତିଯୋଗିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri