ଓଲଟିଲା ସ୍କୁଲ ଭ୍ୟାନ୍‌, ଧାନକିଆରିରେ ପଡ଼ିବାରୁ…

ଖଇରା,୧୩ା୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଅଧୀନ ଗଣ୍ଡିବେଡ଼ -ଔପଦା ରାସ୍ତାର ଖଇରା ଥାନା ଅଧୀନ ସରସତିଆ ପେଟ୍ରୋଲ ପମ୍ପ ନିକଟରେ ଗୌର ଗୋପାଳ ସ୍କୁଲର ଭ୍ୟାନ୍‌ ପିଲାମାନଙ୍କୁ ଆଣିବାକୁ ଯିବା ସମୟରେ ଭାରସାମ୍ୟ ହରାଇ ନୟନଯୋଡ଼ି ସଂଲଗ୍ନ ଧାନ କିଆରିକୁ ଓଲଟି ପଡ଼ିଥିଲା। ଫଳରେ ଡ୍ରାଇଭର ଜଣଙ୍କ ଗରୁତର ହୋଇଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲ ପଠାଯାଇଥିବା ସୂଚନାରୁ ଜଣାଯାଇଛି।

Dharitri – Odisha’s No.1 Odia Daily

Share