କାଲିଠୁ ୨ ଦିନ ସ୍କୁଲ ବନ୍ଦ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ତୈଳଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ। ଏହାବ୍ୟତୀତ ତା’ ପରଦିନ ମଙ୍ଗଳବାର ସରସ୍ବତୀ ପୂଜାରେ ମଧ୍ୟ ସ୍କୁଲ ବନ୍ଦ ରହିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ତେବେ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ସୋମବାର ସ୍କୁଲ ଯିବେ ନାହିଁ। ମାତ୍ର ମଙ୍ଗଳବାର ସ୍କୁଲରେ ପୂଜା ହେଲେ ମଧ୍ୟ ଛାତ୍ରୀଛାତ୍ର ସ୍କୁଲ ଯିବେ ନାହିଁ ବୋଲି ସେ କହିଛନ୍ତି।

Share
Tags: hm