ଟିପିସିଓଡିଏଲ୍‌ ପକ୍ଷରୁ ୧୦୬ ଛାତ୍ରୀଛାତ୍ରଙ୍କୁ ଶିକ୍ଷାବୃତ୍ତି

ଭୁବନେଶ୍ୱର,୧୮।୮:ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ୨୦୨୨-୨୩ ଶିକ୍ଷାବର୍ଷର ଦଶମ, ଦ୍ୱାଦଶ ଏବଂ ସ୍ନାତକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୦୬ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିଲା। ବିଶେଷକରି ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଟିପିସିଓଡିଏଲ୍‌ ପକ୍ଷରୁ ଏକ ସମ୍ମାନ ସମାରୋହ ଓ ସ୍ମାରକୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହା ଏକତାର ଭାବ, ସାହସ ଓ ଶିକ୍ଷା ସଫଳତାକୁ ପ୍ରତିଫଳିତ କରିଥିଲା। ଏପରିକି ଟିପିସିଓଡିଏଲ୍‌ର କର୍ପୋରେଟ୍‌ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ପ୍ରଗତି ଓ ଆତ୍ମନିର୍ଭରଶୀଳତା ଆଡ଼କୁ ରାଷ୍ଟ୍ରର ଯାତ୍ରାକୁ ଆଗେଇ ନେଇଥିଲା। ଏହି କାର୍ଯ୍ୟକ୍ରମରେ ଆମ ଦେଶର ସାର୍ବଭୌମତ୍ୱର ସୁରକ୍ଷା ଲାଗି ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରୁଥିବା ଯୁଦ୍ଧ ନାୟକମାନଙ୍କୁ ସହୃଦୟତାର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଆମ ସ୍ବାଧୀନତାକୁ ସୁରକ୍ଷିତ ରଖିବାରେ ଅତୁଳନୀୟ ସାହସ ଓ ସମର୍ପଣ ପ୍ରଦର୍ଶନ କରିଥିବା ସାହସ ବ୍ୟକ୍ତିମାନଙ୍କୁ ଏହି ଅବସରରେ ଟିପିସିଓଡିଏଲ୍‌ ସମ୍ମାନିତ କରିଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ୩ ଯୁଦ୍ଧ ନାୟକ ୱିଙ୍ଗ୍‌ କମାଣ୍ଡର ଜିପିବି ଚୌଧୁରୀ, ଲ୍ୟୁଟ୍‌ନାଣ୍ଟ କଲୋନେଲ ବି.ବି.ଶତପଥୀ ଏବଂ ସେନା ମେଡାଲ୍‌ ଓ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ମେଜର ଜେନେରାଲ ଭବାନୀ ଏସ୍‌.ଦାସ ଉପସ୍ଥିତ ରହି ଯୁଦ୍ଧ ସମୟରେ ସେମାନଙ୍କ ସାହସିକ ସେବା ଓ ବଳିଦାନର ଅଭିଜ୍ଞତା ବାଣ୍ଟିଥିଲେ।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଭାରତର ସ୍ବାଧୀନତା ପାଇଁ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆମେ ଏହି ୭୭ ତମ ସ୍ବାଧୀନତା ଦିବସରେ ମନେପକାଉଛୁ। ଆମ ମହାନ୍‌ ଦେଶର ମୂଳଦୁଆ ପକାଇଥିବା ଏହି ଯୁଦ୍ଧ ନାୟକମାନଙ୍କୁ ଆଜିର ଐତିହାସିକ ଦିନରେ ଆମେ ସଲାମ କରୁଛୁ। ବିଶେଷକରି ୨୦୨୨-୨୩ ଶିକ୍ଷା ବର୍ଷର ଦଶମ,ଦ୍ୱାଦଶ ଓ ସ୍ନାତକ ପରୀକ୍ଷାରେ ଉତ୍କର୍ଷ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ଆମେ ଶିକ୍ଷାରେ ଉତ୍କର୍ଷ ପାଇଁ ସଲାମ କରୁଛୁ। ଏହି ମହାନ୍‌ ଅବସରରେ ସେ ଯୁଦ୍ଧ ନାୟକ, ଅଭିଭାବକ ଓ ପିଲାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଦେଶାତ୍ମବୋଧକ ବନ୍ଦନା ଓ ପ୍ରେରଣାଦାୟୀ ବକ୍ତୃତା ଆଦି ଆୟୋଜନ କରାଯାଇଥିଲା, ଯାହା ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ଓ ଏକତାର ଭାବ ଜାଗ୍ରତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri