ସିଡ୍ୟୁଲ-୨ ବନ୍ୟପ୍ରାଣୀ ବେପାରକୁ ଗ୍ରୀନ୍‌ ସିଗ୍‌ନାଲ

ଭୁବନେଶ୍ୱର, ୨୧।୧(ଅସମାପିକା ସାହୁ)ଆଇନଗତ ଉପାୟରେ ଏଣିକି ଭାରତୀୟ ବନ୍ୟପ୍ରାଣୀଙ୍କୁ କିଣାବିକା କରି ହେବ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗତ ୧୮ ତାରିଖରେ ଜାରି କରାଯାଇଥିବା ଗେଜେଟ ନଂ. ୪୦ରେ ଏଥିପାଇଁ ଲାଇସେନ୍ସ ପ୍ରଦାନ କରାଯିବା ନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ଏଥିସହ ନୂତନ ୱାଇଲ୍ଡ ଲାଇଫ(ପ୍ରୋଟେକ୍ସନ) ଲାଇସେନ୍ସିଂ (ଆଡିଶନାଲ ମ୍ୟାଟର୍ସ ଫର୍‌ କନ୍ସିଡିରେଶନ) ରୁଲ୍‌ସ ୨୦୨୪କୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ତେବେ ଏଥିରୁ ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ପ୍ରାଣୀଙ୍କୁ ବାଦ୍‌ ଦିଆଯାଇଥିବାବେଳେ ଅନ୍ୟସବୁ ପ୍ରାଣୀଙ୍କୁ ଟ୍ରେଡିଂ କରିବା ପାଇଁ ଲାଇସେନ୍ସ ମିଳିବାକୁ ନେଇ ଗ୍ରୀନ୍‌ ସିଗ୍‌ନାଲ ଦିଆଯାଇଛି। ଏହି ଗେଜେଟ ପ୍ରକାଶ ପାଇବା ପରେ ପୂର୍ବରୁ ପ୍ରଚଳିତ ଥିବା ୧୯୮୩ ମସିହାର ନିୟମ ଅକାମୀ ହୋଇଯାଇଛି। ଉକ୍ତ ନିୟମ ଅନୁସାରେ, ସିଡ୍ୟୁଲ-୧ କିମ୍ବା ସିଡ୍ୟୁଲ-୨ର ପାର୍ଟ ୨ ପ୍ରାଣୀମାନଙ୍କ ଟ୍ରେଡିଂ ପାଇଁ ଲାଇସେନ୍ସ ଦିଆଯାଉ ନ ଥିଲା। ତେବେ ନୂଆ ନିୟମରେ ବନ୍ୟଜୀବ (ସଂରକ୍ଷଣ) ଆଇନ – ୧୯୭୨ର ସେକ୍ସନ ୪୪, କ୍ଲଜ(ବି) ସବ-ସେକ୍ସନ(୪) ଅଧୀନରେ ଲାଇସେନ୍ସ ଦେବା ପାଇଁ ପ୍ରାବଧାନ ସହ କିଛି ସର୍ତ୍ତାବଳୀ ରଖାଯାଇଛି। ରାଜ୍ୟର ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକ କିମ୍ବା ତାଙ୍କ ଅଧିକୃତ ଅଧିକାରୀ ଏହି ଲାଇସେନ୍ସ ପ୍ରଦାନ କରିପାରିପାରିବେ ବୋଲି ନିୟମ ଲାଗୁ କରାଯାଇଛି।
ନୂଆ ନିୟମକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ଗତବର୍ଷ ଏପ୍ରିଲ ୧ରେ ଦେଶରେ ସଂଶୋଧିତ ବନ୍ୟଜୀବ (ସଂରକ୍ଷଣ) ଆଇନ ୧୯୭୨କୁ ଲାଗୁ କରାଯାଇଥିଲା। ଏଥିରେ ବନ୍ୟପ୍ରାଣୀ, ଉଦ୍ଭିଦ ଓ ବିଦେଶୀ(Exotic) ପ୍ରାଣୀଙ୍କ ପାଇଁ ବ୍ୟାପକ ସଂଶୋଧନ କରାଯାଇଥିଲା। ବିଦେଶୀ(Exotic) ପ୍ରାଣୀଙ୍କୁ ସିଡ୍ୟୁଲ-୪ ତାଲିକାରେ ସ୍ଥାନ ଦିଆଯାଇଥିଲା। ସେହିପରି ଦଣ୍ଡବିଧାନ ବା ଜରିମାନା ପରିମାଣ ୨୫ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିସହ ସମସ୍ତ ବନ୍ୟପ୍ରାଣୀଙ୍କୁ ସିଡ୍ୟୁଲ-୧ ଏବଂ ସିଡ୍ୟୁଲ-୨ରେ ରଖାଯାଇଥିଲା। ଯଦିଓ ସିଡ୍ୟୁଲ-୧ ପ୍ରାଣୀଙ୍କ ଟ୍ରେଡିଂକୁ ଲାଇସେନ୍ସ ପ୍ରକ୍ରିୟାରୁ ବାହାରେ ରଖାଯାଇଛି, କିନ୍ତୁ ସିଡ୍ୟୁଲ-୨ରେ ସର୍ବାଧିକ ପ୍ରାଣୀ ଅଛନ୍ତି। ସିଡ୍ୟୁଲ-୨ ପ୍ରାଣୀ ଭିତରେ ନୀଳଗାଈ, ବାଦୁଡ଼ି, ଚିତ୍ରା ହରିଣ, ଜଙ୍ଗଲି ଠେକୁଆ, ବାର୍‌ହା, ହନୁ ମାଙ୍କଡ଼ ଇତ୍ୟାଦି ସ୍ତନ୍ୟପାୟୀ, ବାର୍‌ବେଟ(Barbets), ବି ଇଟର(Bee-eater), ବିଟର୍ନ (Bittern), ହେରୋନ (Heron), ଇଗ୍ରେଟ (Egret), ବୁଲ୍‌ବୁଲ୍‌ (Bulbul), କୋଇଲି (Cuckoos), ଅନେକ ପ୍ରଜାତିର ବତକଙ୍କ ସମେତ ମୋଟ ୧,୧୩୪ ଟି ପ୍ରଜାତିର ପକ୍ଷୀ, ୩୦୦ରୁ ଊର୍ଦ୍ଧ୍ୱ ସାପ, ଅନେକ ପ୍ରଜାତିର ବେଙ୍ଗ ଆଦି ଅନ୍ତର୍ଭୁକ୍ତ। ଏବେ ଏସବୁ ପ୍ରାଣୀଙ୍କ ପାଇଁ ଟ୍ରେଡିଂ ଲାଇସେନ୍ସ ଦିଆଯିବା ଦ୍ୱାରା କେନ୍ଦ୍ର ସରକାର ପ୍ରତ୍ୟକ୍ଷ ଭାବରେ ବେପାର ଓ ପରୋକ୍ଷ ଭାବରେ ଶିକାର ପାଇଁ ରାସ୍ତା ଫିଟାଇଦେଲେ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଲେଣି।
ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ସିଡ୍ୟୁଲ-୨ ପ୍ରାଣୀଙ୍କ ପାଇଁ ଟ୍ରେଡିଂ ଲାଇସେନ୍ସ ନିଶ୍ଚୟ ଏକ ଚିନ୍ତାର ବିଷୟ। ଗତ ୪୦ବର୍ଷ ପରେ କେନ୍ଦ୍ର ସରକାର ଏଭଳି ପରିବର୍ତ୍ତନ ଆଣିଛନ୍ତି। ଯେଉଁମାନଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ଚିନ୍ତା କରାଯାଉଥିଲା ଏବେ ସେମାନଙ୍କୁ ଟ୍ରେଡିଂ ପାଇଁ ଅନୁମତି ମିଳିଲା। ପରୋକ୍ଷରେ ଏହାର ଶିକାର ପାଇଁ ସୁଯୋଗ ମିଳିଯିବ। ଏମାନଙ୍କ ଶିକାର ବଢ଼ିଲେ ଆଗକୁ ଏସବୁ ପ୍ରାଣୀ ଲୋପ ପାଇଯିବାର ମଧ୍ୟ ଆଶଙ୍କା ରହୁଛି। ଖୋର୍ଦ୍ଧା ଜିଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଟ୍ରେଡିଂର ଅର୍ଥ ବେପାର। ହେଲେ ଘରେ ପୋଷିବା ପାଇଁ ଟ୍ରେଡିଂ ହେବ କି ମାଂସ ଖାଇବା ପାଇଁ ଟ୍ରେଡ଼ିଂ ହେବ ସେଇଟା କିଏ କହିବ। ଲାଇସେନ୍ସ ପାଇବା ପରେ ଯାହାର ଯାହା ଇଚ୍ଛା ହେଲା ସିଏ କରିବ। ବନ୍ୟପ୍ରାଣୀଙ୍କୁ ଚୋରା ଶିକାର ଓ ବେପାରରୁ ରକ୍ଷା କରିବା ପାଇଁ ସେମାନଙ୍କୁ ସଂରକ୍ଷଣ ଦେଇ ସିଡ୍ୟୁଲ୍‌-୨ ତାଲିକାରେ ରଖିବାର ବର୍ଷେ ନ ପୂରୁଣୁ କେନ୍ଦ୍ର ସରକାରଙ୍କର ଏବେ ଟ୍ରେଡିଂ ଲାଇସେନ୍ସ ଦେବାର କ’ଣ ଦରକାର ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଦେଶୀ ପ୍ରାଣୀଙ୍କ ବେପାର କରୁଥିବା ପେଟ୍‌ ସପ୍‌ ମାଲିକମାନେ ନୂତନ ନିୟମକୁ ସ୍ବାଗତ କରିଛନ୍ତି। ଏ ଲାଇସେନ୍ସ ବ୍ୟବସ୍ଥା ଦ୍ୱାରା ବିଦେଶରୁ ବନ୍ୟପ୍ରାଣୀ ଆମଦାନୀ କରିବାର ବାଟ ଫିଟିଯିବ। ଭୁବନେଶ୍ୱରର ଏକ ପେଟ୍‌ସପ୍‌ର ମାଲିକ ସତ୍ୟ ଶଙ୍କର ବିଶ୍ୱାଳ କହିଛନ୍ତି, ସିଡ୍ୟୁଲ-୨ରେ ଥିବା ଭାରତୀୟ ବନ୍ୟପ୍ରାଣୀଙ୍କୁ ଟ୍ରେଡିଂ ଲାଇସେନ୍ସ ଭଲ ହେଲା। କିନ୍ତୁ ସିଡ୍ୟୁଲ-୪ ପ୍ରାଣୀଙ୍କ ପାଇଁ ଲାଇସେନ୍ସ ମିଳିଲେ ଆମକୁ ବିଦେଶରୁ ଭଲ ପ୍ରଜାତିର ଏକଜୋଟିକ ପ୍ରାଣୀ ଆମଦାନୀ କରିବା ପାଇଁ ସୁଯୋଗ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri