SCB ମେଡିକାଲ ଅଗ୍ନିକାଣ୍ଡ: ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

କଟକ,୧୭।୩: କଟକ SCB ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି। ଏ ନେଇ ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ।

ରବିବାର ରାତିରେ SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଟ୍ରମା କେୟାର ICUରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଥିଲା। SCB ଆଗରେ କାନ୍ଦବୋବାଳି ପଡ଼ିଥିଲା। ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟ ଖୋଜୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ମୋ ବାପା ଆଇସିୟୁରେ ଥିଲେ, ରାତିରେ ହସ୍ପିଟାଲରେ ନିଆଁ ଲାଗିଗଲା ପରେ ମୋ ବାପାଙ୍କୁ ମୁଁ ଆଉ ପାଉ ନାହିଁ। ମୋ ବାପା କେମିତି ଅଛନ୍ତି, କେହି କିଛି କହୁ ନାହାନ୍ତି। ଅନ୍ୟ ଜଣେ ରୋଗୀଙ୍କ ବୃଦ୍ଧ ବାପା ଭୋ ଭୋ ହୋଇ କାନ୍ଦି କହିଥିଲେ, ମୋ ପୁଅ ଆଇସିୟୁରେ ଥିଲା। ସେ ବଞ୍ଚିଛି କି ମରିଛି ମୁଁ ଜାଣିନାହିଁ। ମୁଁ ତାକୁ ସବୁଆଡେ ଖୋଜିଲିଣି, ହେଲେ ମୁଁ ତାକୁ ପାଉନାହିଁ। ସେହିପରି ଜଣେ ମହିଳା କହିଛନ୍ତି, ମା ଛୁଆ ଦେହରୁ ଛୁଞ୍ଚି କାଢ଼ିଦେଲେ।ମୋ ଛୁଆ ଉପରେ ଅଛି ତାକୁ କେହି ଆଣିନାହାନ୍ତି। ମୋ ଛୁଆ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ।

Dharitri – Odisha’s No.1 Odia Daily

Share