ସିଉନି ପଥର କ୍ବାରିରେ ମାପଚୁପ ଆରମ୍ଭ

ନବରଙ୍ଗପୁର,୩।୬(ବି.ପ୍ର.): ଭାରତମାଳା ସଡ଼କ ପାଇଁ ସିଉନି କ୍ବାରିରୁ ଠିକାସଂସ୍ଥା ପଥର ଖନନ କରୁଛି । ସରକାରୀ ଖଣି ନିୟମ ଉଲ୍ଲଂଘନକରି ସଂସ୍ଥା ଅନୁମତିଠାରୁ ଅଧିକ ମାତ୍ରାରେ ପଥର ଫଟାଇ ଉଠାଇ ଚାଲିଛିି। ୩ ମିଟର ମଧ୍ୟରେ ଖନନ କରିବା ପରିବର୍ତ୍ତେ ୫୦ ଫୁଟ ଗଭୀରରୁ ଊର୍ଦ୍ଧ୍ୱ ଖେଳାଯାଇ ପଥର ଉଠାଇ ନିଆଯାଉଥିଲା। ଏ ନେଇ ‘ଧରିତ୍ରୀ’ରେ ୨୯ ତାରିଖ ‘ଖଣି ନିୟମକୁ ଉଲ୍ଲଂଘନ, ରାଜସ୍ବ ହରାଉଛନ୍ତି ସରକାର’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ରାଜସ୍ବ ବିଭାଗ ତତ୍ପର ହୋଇଉଠିଛି। ନବରଙ୍ଗପୁର ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ ପରେ କ୍ବାରି ତଥା ଖନନ ସ୍ଥାନରେ ବିକ୍ରମପୁର ରାଜସ୍ବ ନିରୀକ୍ଷକ ଭି. ଭି.ରାଜୁ ଓ ସୁପରଭାଇଜର ସୀମାଞ୍ଚଳ ଦାଶ ମାପଚୁପ କରି ନବରଙ୍ଗପୁର ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ପ୍ରାୟ ୧ ଲକ୍ଷ ସିଏମ୍‌ରୁ ଊର୍ଦ୍ଧ୍ୱ ପଥର ଠିକାସଂସ୍ଥା ଖନନକରି ନେଇଥିବା ପ୍ରାଥମିକ ଆକଳନ କରିଛନ୍ତି।
ନବରଙ୍ଗପୁର ତହସିଲ ଅଧୀନ ବିକ୍ରମପୁର ରାଜସ୍ବ ସର୍କଲର ଖାତା ନମ୍ବର ୫୯୪, ପ୍ଲଟ୍‌ ନମ୍ବର ୧୯୪୪, ପଥର ବଣ କିସମ ଥିବା ସିଉନି କ୍ବାରିରୁ ପଥର ନେବାକୁ ଅର୍କନ୍ସ ସଂସ୍ଥା ୩୦ ହଜାର ୧୮୪ ସିଏମ୍‌ ପଥର ଉଠାଇବ ବୋଲି ଆବେଦନ କରିଥିଲା। ଭାରତମାଳା ସଡ଼କ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ କ୍ବାରିର ଆବଶ୍ୟକତା ପଡିବ ନାହିଁ। ଏ ଦୃଷ୍ଟିରୁ ଖଣି ନିୟମ ପ୍ରକାରେ ହିଁ ପ୍ରତି ୩ ମାସରେ ଥରେ କ୍ବାରି ପାଇଁ ଅନୁମତି ମିଳିଲା । ସଂସ୍ଥା ୨୦୨୨ ଜୁଲାଇ ୧୨ରେ ୧ ହଜାର ସିଏମ୍‌, ଡିସେମ୍ବର ୧୬ରେ ୧ ହଜାର ସିଏମ୍‌ ଓ ଡିସେମ୍ବର ୨୯ରେ ଆଉ ୧ ହଜାର ପଥର ଉଠାଇବାକୁ ଆବେଦନ କଲେ। ଇତିମଧ୍ୟରେ ଉପଜିଲାପାଳଙ୍କ ମୌଖିକ ନିର୍ଦ୍ଦେଶ ପରେ କ୍ବାରି ଉପରେ ତତ୍କାଳୀନ ତହସିଲଦାର ରବୀନ୍ଦ୍ର ରାଉତଙ୍କ ନିର୍ଦ୍ଦେଶରେ ରାଜସ୍ବ ନିରୀକ୍ଷକ ଓ ରେଭେନ୍ୟୁ ସୁପରଭାଇଜର ତଦନ୍ତକରି ତହସିଲଦାରଙ୍କୁ ୩୨ ହଜାର ୪ ଶହ ସିଏମ୍‌ ପଥର ଉଠି ସାରିଲାଣି ବୋଲି ଏକ ରିପୋର୍ଟ ପ୍ରଦାନ କଲେ। ଅର୍କନ୍ସ ସଂସ୍ଥାକୁ ତହସିଲ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପରେ ୧ ଲକ୍ଷ ପେନାଲ୍‌ଟି ନିର୍ଦ୍ଦେଶ ଦିଆଯାଇଛି। ୨୦୨୩ ମାର୍ଚ୍ଚ ୬ରେ ସଂସ୍ଥା ୪୬ ଲକ୍ଷ ଟଙ୍କା ଜମାକଲେ। ୫ଟି ପର୍ଯ୍ୟାୟରେ ଅର୍କନ୍ସ ଠିକା ସଂସ୍ଥା ୧୮ ହଜାର ସିଏମ୍‌ ପଥର କ୍ବାରିରୁ ପଥର ଉଠାଇବା ପାଇଁ ନବରଙ୍ଗପୁର ତହସିଲରୁ ଅନୁମତି ନେଇଛି। ଚଳିତ ମାସରେ ଆଉ ୫ ହଜାର ସିଏମ୍‌ ପଥର ଉଠାଇବାକୁ ଅନୁମତି ମାଗିଛି। ତେବେ ଠିକା ସଂସ୍ଥା ରାଜସ୍ବ ବିଭାଗକୁ ଠକିବାରେ ଲାଗିଛି। ଖନନ ହେଉଥିବା ସ୍ଥାନଟି ଏବେ ସୁଇସାଇଡ୍‌ ପଏଣ୍ଟ ସଦୃଶ ହୋଇଛି। କ୍ବାରି ନିୟମ ଅନୁଯାୟୀ ୩ ମିଟର ଖନନ ହେଲେ ପରବର୍ତ୍ତୀ ସମୟରେ ସେଥିରେ ମାଟି ସମତୁଲକରି ତାହା ଉପରେ ଚାରାରୋପଣ କରିବା ନିୟମ ମଧ୍ୟ ରହିଛି। ସିଉନି ପଥର କ୍ବାରି କ୍ଷେତ୍ରରେ ସବୁ କିଛି ଓଲଟା ଦେଖାଯାଉଛି। ପ୍ରଶାସନକୁ ଅନ୍ଧାରରେ ରଖି ଠିକା ସଂସ୍ଥା ଆବଶ୍ୟକଠାରୁ ବହୁଗୁଣରେ ପଥର ଉଠାଇ ରାଜସ୍ବ ଠକି ଚାଲିଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri