ସିଉନି ପଥର କ୍ବାରିରେ ମାପଚୁପ ଆରମ୍ଭ

ନବରଙ୍ଗପୁର,୩।୬(ବି.ପ୍ର.): ଭାରତମାଳା ସଡ଼କ ପାଇଁ ସିଉନି କ୍ବାରିରୁ ଠିକାସଂସ୍ଥା ପଥର ଖନନ କରୁଛି । ସରକାରୀ ଖଣି ନିୟମ ଉଲ୍ଲଂଘନକରି ସଂସ୍ଥା ଅନୁମତିଠାରୁ ଅଧିକ ମାତ୍ରାରେ ପଥର ଫଟାଇ ଉଠାଇ ଚାଲିଛିି। ୩ ମିଟର ମଧ୍ୟରେ ଖନନ କରିବା ପରିବର୍ତ୍ତେ ୫୦ ଫୁଟ ଗଭୀରରୁ ଊର୍ଦ୍ଧ୍ୱ ଖେଳାଯାଇ ପଥର ଉଠାଇ ନିଆଯାଉଥିଲା। ଏ ନେଇ ‘ଧରିତ୍ରୀ’ରେ ୨୯ ତାରିଖ ‘ଖଣି ନିୟମକୁ ଉଲ୍ଲଂଘନ, ରାଜସ୍ବ ହରାଉଛନ୍ତି ସରକାର’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ରାଜସ୍ବ ବିଭାଗ ତତ୍ପର ହୋଇଉଠିଛି। ନବରଙ୍ଗପୁର ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ ପରେ କ୍ବାରି ତଥା ଖନନ ସ୍ଥାନରେ ବିକ୍ରମପୁର ରାଜସ୍ବ ନିରୀକ୍ଷକ ଭି. ଭି.ରାଜୁ ଓ ସୁପରଭାଇଜର ସୀମାଞ୍ଚଳ ଦାଶ ମାପଚୁପ କରି ନବରଙ୍ଗପୁର ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ପ୍ରାୟ ୧ ଲକ୍ଷ ସିଏମ୍‌ରୁ ଊର୍ଦ୍ଧ୍ୱ ପଥର ଠିକାସଂସ୍ଥା ଖନନକରି ନେଇଥିବା ପ୍ରାଥମିକ ଆକଳନ କରିଛନ୍ତି।
ନବରଙ୍ଗପୁର ତହସିଲ ଅଧୀନ ବିକ୍ରମପୁର ରାଜସ୍ବ ସର୍କଲର ଖାତା ନମ୍ବର ୫୯୪, ପ୍ଲଟ୍‌ ନମ୍ବର ୧୯୪୪, ପଥର ବଣ କିସମ ଥିବା ସିଉନି କ୍ବାରିରୁ ପଥର ନେବାକୁ ଅର୍କନ୍ସ ସଂସ୍ଥା ୩୦ ହଜାର ୧୮୪ ସିଏମ୍‌ ପଥର ଉଠାଇବ ବୋଲି ଆବେଦନ କରିଥିଲା। ଭାରତମାଳା ସଡ଼କ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ କ୍ବାରିର ଆବଶ୍ୟକତା ପଡିବ ନାହିଁ। ଏ ଦୃଷ୍ଟିରୁ ଖଣି ନିୟମ ପ୍ରକାରେ ହିଁ ପ୍ରତି ୩ ମାସରେ ଥରେ କ୍ବାରି ପାଇଁ ଅନୁମତି ମିଳିଲା । ସଂସ୍ଥା ୨୦୨୨ ଜୁଲାଇ ୧୨ରେ ୧ ହଜାର ସିଏମ୍‌, ଡିସେମ୍ବର ୧୬ରେ ୧ ହଜାର ସିଏମ୍‌ ଓ ଡିସେମ୍ବର ୨୯ରେ ଆଉ ୧ ହଜାର ପଥର ଉଠାଇବାକୁ ଆବେଦନ କଲେ। ଇତିମଧ୍ୟରେ ଉପଜିଲାପାଳଙ୍କ ମୌଖିକ ନିର୍ଦ୍ଦେଶ ପରେ କ୍ବାରି ଉପରେ ତତ୍କାଳୀନ ତହସିଲଦାର ରବୀନ୍ଦ୍ର ରାଉତଙ୍କ ନିର୍ଦ୍ଦେଶରେ ରାଜସ୍ବ ନିରୀକ୍ଷକ ଓ ରେଭେନ୍ୟୁ ସୁପରଭାଇଜର ତଦନ୍ତକରି ତହସିଲଦାରଙ୍କୁ ୩୨ ହଜାର ୪ ଶହ ସିଏମ୍‌ ପଥର ଉଠି ସାରିଲାଣି ବୋଲି ଏକ ରିପୋର୍ଟ ପ୍ରଦାନ କଲେ। ଅର୍କନ୍ସ ସଂସ୍ଥାକୁ ତହସିଲ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପରେ ୧ ଲକ୍ଷ ପେନାଲ୍‌ଟି ନିର୍ଦ୍ଦେଶ ଦିଆଯାଇଛି। ୨୦୨୩ ମାର୍ଚ୍ଚ ୬ରେ ସଂସ୍ଥା ୪୬ ଲକ୍ଷ ଟଙ୍କା ଜମାକଲେ। ୫ଟି ପର୍ଯ୍ୟାୟରେ ଅର୍କନ୍ସ ଠିକା ସଂସ୍ଥା ୧୮ ହଜାର ସିଏମ୍‌ ପଥର କ୍ବାରିରୁ ପଥର ଉଠାଇବା ପାଇଁ ନବରଙ୍ଗପୁର ତହସିଲରୁ ଅନୁମତି ନେଇଛି। ଚଳିତ ମାସରେ ଆଉ ୫ ହଜାର ସିଏମ୍‌ ପଥର ଉଠାଇବାକୁ ଅନୁମତି ମାଗିଛି। ତେବେ ଠିକା ସଂସ୍ଥା ରାଜସ୍ବ ବିଭାଗକୁ ଠକିବାରେ ଲାଗିଛି। ଖନନ ହେଉଥିବା ସ୍ଥାନଟି ଏବେ ସୁଇସାଇଡ୍‌ ପଏଣ୍ଟ ସଦୃଶ ହୋଇଛି। କ୍ବାରି ନିୟମ ଅନୁଯାୟୀ ୩ ମିଟର ଖନନ ହେଲେ ପରବର୍ତ୍ତୀ ସମୟରେ ସେଥିରେ ମାଟି ସମତୁଲକରି ତାହା ଉପରେ ଚାରାରୋପଣ କରିବା ନିୟମ ମଧ୍ୟ ରହିଛି। ସିଉନି ପଥର କ୍ବାରି କ୍ଷେତ୍ରରେ ସବୁ କିଛି ଓଲଟା ଦେଖାଯାଉଛି। ପ୍ରଶାସନକୁ ଅନ୍ଧାରରେ ରଖି ଠିକା ସଂସ୍ଥା ଆବଶ୍ୟକଠାରୁ ବହୁଗୁଣରେ ପଥର ଉଠାଇ ରାଜସ୍ବ ଠକି ଚାଲିଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri