ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି। ହେଲେ ଶିଳ୍ପ କାରଖାନାଗୁଡ଼ିକର ବେଖାତିର ମନୋଭାବ ଏବଂ ସ୍ଥାନୀୟ ନିଯୁକ୍ତି ପ୍ରତିଶ୍ରୁତିକୁ ଉପେକ୍ଷା ପ୍ରଶାସନକୁ ଅଡୁଆରେ ପକାଉଛି। କେବଳ ସେତିକି ନୁହେଁ, ଇଡ୍‌କୋ ଜରିଆରେ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଜମି ଅକ୍ତିଆର କରି କାରଖାନା ନିର୍ମାଣ ଆରମ୍ଭ ନ କରି ଗତ ପ୍ରାୟ ୩ ମାସ ହେବ ମୋରମ ଲୁଟରେ ମାତିଥିବା ଅଭିଯୋଗ ହୋଇଛି। ଜମି ପାଇଁ ପ୍ରାୟ ୨ କୋଟି ଟଙ୍କା ରାଜସ୍ବ ଦାଖଲ କରି ମୋରମ ଲୁଟ ବାବଦରେ ପ୍ରାୟ ୨୫ କୋଟି ଟଙ୍କା ଆୟ କରି ସାରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ପରିସ୍ଥିତି କଳିଙ୍ଗନଗର ଶିଳ୍ପାଞ୍ଚଳର ଭିସିଆଇ କେମିକାଲ୍ସ ଇଣ୍ଡଷ୍ଟ୍ରିଜ କମ୍ପାନୀ ଜମିରେ ସୃଷ୍ଟି ହୋଇଥିବାବେଳେ ବିସ୍ଥାପିତ ଓ ଜମିହରା ଲୋକେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ଏନେଇ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟରେ ଖବର ପ୍ରକାଶ ପାଇବା ପରେ ଯାଜପୁର ଜିଲା ଲଘୁ ଖଣି ବିଭାଗ ପକ୍ଷରୁ ଗତ ୧୨ ତାରିଖରେ ଚଢ଼ାଉ କରିବା ସହ ଗତ ୨ ଦିନ ହେବ ଡ୍ରୋନ କ୍ୟାମେରାରେ ମାପଚୁପ ଚାଲିଛି।

ଶିଳ୍ପାଞ୍ଚଳରେ ଭିସିଆଇ କେମିକାଲ୍ସ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ କମ୍ପାନୀକୁ କାରଖାନା ପ୍ରତିଷ୍ଠା ପାଇଁ ୨୨ ଏକର ଜମି ଇଡ୍‌କୋ ଜରିଆରେ ଯୋଗାଇ ଦିଆଯାଇଛି। ୨୯ା୧୧ା୨୦୨୩ରେ କାରଖାନା ପ୍ରତିଷ୍ଠା ପାଇଁ ହୋଇଥିବା ଜନଶୁଣାଣିରେ ଅଞ୍ଚଳବାସୀ ବିଭିନ୍ନ ସର୍ତ୍ତ ରଖି ସମର୍ଥନ କରିଥିଲେ। ବିଶେଷକରି ସେମାନେ ସ୍ଥାନୀୟ ନିଯୁକ୍ତି, ପ୍ରଦୂଷଣ ନିୟନ୍ତ୍ରଣ, ପାରିପାର୍ଶ୍ୱିକ ଉନ୍ନୟନ ଭଳି ଅନେକ ଦାବି କରିଥିଲେ। ଏହାପରେ ଉକ୍ତ ୨୨ ଏକର ଜମିରେ ୧.୦ ଏଲ୍‌ଟିପିଏ କ୍ଷମତାବିଶିଷ୍ଟ ଗ୍ରୀନ ଫିଲ୍ଡ କୋଲଟାର ଡିଷ୍ଟିଲେଶନ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ କମ୍ପାନୀ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଏକ ଠିକାସଂସ୍ଥାକୁ ଏହାର ଦାୟିତ୍ୱ ଦେଇଥିଲା ଭିସିଆଇ କମ୍ପାନୀ। କିନ୍ତୁ ଉକ୍ତ ଜମିରେ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ମୋରମ ଦେଖି କମ୍ପାନୀ କର୍ତ୍ତୃପକ୍ଷଙ୍କ ଲୋଭ ବଢ଼ି ଯାଇଥିଲା। ଫଳରେ କାରଖାନା ନିର୍ମାଣସ୍ଥଳରେ ରାତିରେ ମୋରମ ଉତ୍ତୋଳନ କରୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଆଇନ ଅନୁସାରେ ପରିବେଶ ମଞ୍ଜୁର(ଇସି), କନସେଣ୍ଟ ଟୁ ଅପରେଟ(ସିଟିଓ) ଓ କନସେଣ୍ଟ ଟୁ ଏଷ୍ଟାବ୍ଲିସ(ସିଟିଇ) ଇତ୍ୟାଦିକୁ ଉଲ୍ଲଂଘନ କରି ମେଶିନ ସହାୟତାରେ ମୋରମ ଉତ୍ତୋଳନ କରାଯାଇ ଯଖପୁରା-ବାଂଶପାଳ ରେଳଲାଇନ ସମ୍ପ୍ରସାରଣ କାର୍ଯ୍ୟରେ ବିନିଯୋଗ କରାଯାଇଥିଲା। ଏନେଇ ଅଞ୍ଚଳବାସୀ ସ୍ଥାନୀୟ ରାଜସ୍ବ ବିଭାଗ, ପୋଲିସ ଏବଂ ଖଣି ବିଭାଗର ଦୃଷ୍ଟିଆକର୍ଷଣ କରିଥିଲେ ହେଁ କେହି ଶୁଣି ନ ଥିଲେ। ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଲଘୁ ଖଣି ବିଭାଗ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ କରାଯାଇଥିଲା। ଏଥିରେ ଲଘୁ ଖଣି ବିଭାଗ ମଧ୍ୟ କମ୍ପାନୀ ଫାଶରେ ଫସି ମୋରମ୍‌ ଲୁଟ୍‌ ହେଉନି ବରଂ ଜମି ସମତୁଲ କରାଯାଉଛି ବୋଲି କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉଚ୍ଚପଦସ୍ଥ ଅଧିକାରୀ ଚାପ ଯୋଗୁ ଲଘୁ ଖଣି ବିଭାଗ ପକ୍ଷରୁ ଗତ ୧୨ ତାରିଖରେ ଚଢାଉ କରାଯାଇ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗୁରୁବାରଠାରୁ ଲଘୁ ଖଣି ବିଭାଗ ପକ୍ଷରୁ ମୋରମ୍‌ ଉତ୍ତୋଳନ ହୋଇଥିବା ସ୍ଥାନରୁ ଡ୍ରୋନ୍‌ କ୍ୟାମେରାରେ ଫଟୋ ଉତ୍ତୋଳନ ସହ ମାପଚୁପ ଆରମ୍ଭ ହୋଇଛି। ତେବେ ଖଣି ବିଭାଗର ତଦନ୍ତରେ ବିପୁଳ ପରିମାଣର ବାଲି ଓ ମାଙ୍କଡା ପଥର ଜମି ପରିସରରେ ମିଳିଥିବା ଜଣାପଡିଛି। ଏହାପରେ ଲଘୁ ଖଣି ବିଭାଗ ପକ୍ଷରୁ ମୋରମ ଉତ୍ତୋଳନ ନ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ କମ୍ପାନୀ ଏହି ନିର୍ଦ୍ଦେଶକୁ ନ ମାନି ପୁଣି ମୋରମ ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଥିଲା। ଏଥିରେ କେତେକ ପ୍ରଭାବଶାଳୀ ନେତାଙ୍କ ସହଯୋଗ ଥିବାରୁ ଲଘୁ ଖଣି ବିଭାଗର କାର୍ଯ୍ୟାନୁଷ୍ଠାନରେ ତତ୍ପରତା ପ୍ରକାଶ ପାଇ ନ ଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ମୋରମ ଲୁଟ ଅଞ୍ଚଳର ପରିସୀମା ବଡ଼ ହୋଇଥିବାରୁ ଫଟୋ ଓ ମାପଚୁପ ପାଇଁ ଡ୍ରୋନ୍‌ କ୍ୟାମେରାର ସହାୟତା ନିଆଯାଉଛି। ତଦନ୍ତ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri