ହାଉସିଂ ଫାଇନାନ୍ସ କମ୍ପାନୀ ସହ ଏସ୍‌ବିଆଇର ସହଭାଗିତା

ମୁମ୍ବାଇ,୨୭।୩: ଗୃହଋଣ ପହଞ୍ଚୁ ନ ଥିବା କିମ୍ବା ଅଭାବ ରହୁଥିବା କ୍ଷେତ୍ର ପାଇଁ ଆବଶ୍ୟକ ଗୃହଋଣ ମଞ୍ଜୁର କରିବା ନିମନ୍ତେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ୫ଟି ହାଉସିଂ ଫାଇନାନ୍ସ କମ୍ପାନୀ ମଧ୍ୟରେ ସହଭାଗିତା ସ୍ଥାପନ କରାଯାଇଛି। ଏସ୍‌ବିଆଇ ସହ ସହଭାଗିତା ସ୍ଥାପନ କରିଥିବା ସଂସ୍ଥାଗୁଡ଼ିକ ହେଉଛନ୍ତି ପିଏନ୍‌ବି ହାଉସିଂ ଫାଇନାନ୍ସ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍‌ ହୋମ୍‌ ଫାଇନାନ୍ସ ଲିମିଟେଡ୍‌, ଶ୍ରୀରାମ ହାଉସିଂ ଫାଇନାନ୍ସ ଲିମିଟେଡ୍‌, ଏଡେଲ୍‌ୱିସ୍‌ ହାଉସିଂ ଫାଇନାନ୍ସ ଲିମିଟେଡ୍‌ ଓ କାପ୍ରି ଗ୍ଲୋବାଲ ହାଉସିଂ ଫାଇନାନ୍ସ ଲିମିଟେଡ୍‌ ପ୍ରମୁଖ। ନିକଟରେ ମୁମ୍ବାଇଠାରେ ଏହି ରାଜିନାମା ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ଉପରୋକ୍ତ ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକର ମୁଖ୍ୟମାନଙ୍କୁ ଏସ୍‌ବିଆଇର ଅଧ୍ୟକ୍ଷ ଦୀନେଶ ଖାରା ଚୁକ୍ତିନାମା ହସ୍ତାନ୍ତର କରିଥିଲେ। ଏହି ଅବସରରେ ଚେଲ୍ଲା ଶ୍ରୀନିଭାସୁଲୁ ସେଠୀ ପରିଚାଳନା ନିର୍ଦ୍ଦେଶକ, ଏସ୍‌ବିଆଇ, ସଲୋନି ନାରାୟଣ ଉପ ପରିଚାଳନା ନିର୍ଦ୍ଦେଶକ (ଆର୍‌ବି), ଏସ୍‌ବିଆଇ ଓ ମହେଶ ଗୋଏଲ, ସିଜିଏମ୍‌ (ଆର୍‌ଇ), ଏସ୍‌ବିଆଇ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଖାରା କହିଛନ୍ତି, ମିଳିତ ଭାବେ ଋଣ ପ୍ରଦାନ କରିବା କାର୍ଯ୍ୟକ୍ରମ ପାଇଁ ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକ ସହିତ ହାତ ମିଳାଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ।


Enter your email to get our daily news in your inbox.

All Right Reserved By Dharitri.Com

୫୨୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଲଗାତର ତୃତୀୟ ସେସନ ଲାଗି ଦେଶର ପୁଞ୍ଜିବଜାରରେ କାରବାର ଉନ୍ନତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ଗୁରୁବାର ୫୦୦ ପଏଣ୍ଟରୁ ଊର୍ଦ୍ଧ୍ୱ ବଢିଛି।...

କୋର୍‌ ସେକ୍ଟର ୧୬.୮% ବୃଦ୍ଧି

ମୁମ୍ବାଇ,୩୦।୬: ଦେଶର ୮ କୋର୍‌ ସେକ୍ଟର ମେ ମାସରେ ୧୬.୮% ବୃଦ୍ଧି ପାଇଛି। କରୋନା ଯୋଗୁ ବଜାର ପ୍ରଭାବିତ ରହିବା କାରଣରୁ ଗତ ବର୍ଷ ଏପ୍ରିଲରେ...

ଭାରତ ପାଲଟିବ ବିଶ୍ୱସ୍ତରୀୟ ଗେମିଂ ହବ…

ନୂଆଦିଲ୍ଲୀ,୨୯।୧୨ : ଭାରତକୁ ଏକ ବିଶ୍ୱ ଗେମିଂ ହବ କରିବା ପାଇଁ ସହଜ ବ୍ୟବସ୍ଥା ଉପରେ ଯୋଜନା ଜାରି ରହିଛି। ଖେଳ କାର୍ଯ୍ୟକଳାପରୁ ହୋଇଥିବା ଆୟରୁ...

ଅମ୍ବାନୀଙ୍କୁ କାଟିଲେ ଆଦାନୀ, ଜୁକରବର୍ଗ ପଡ଼ିଲେ ପଛରେ

ନୂଆଦିଲ୍ଲୀ,୪।୨: ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ। ଏବେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି ସେ। ଫୋର୍ବସ ରିୟଲ୍‌ ଟାଇମ୍‌ ବିଲେନିୟର୍ସ ରିପୋର୍ଟ ତାଲିକାରେ ଗୌତମ...

ମାଇକ୍ରୋସଫ୍ଟ ବୋର୍ଡରୁ ଇସ୍ତଫା ଦେଲେ ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ,୧୫।୩: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ କମ୍ପାନୀର ବୋର୍ଡ ଅଫ୍‌ ଡାଇରେକ୍ଟର୍ସରୁ ଶନିବାର ଇସ୍ତଫା ଦେଇଛନ୍ତି। ସମାଜ ସେବା ଏବଂ ଦାତବ୍ୟ କାର୍ଯ୍ୟରେ ଅଧିକ...

କୋକାକୋଲାରୁ ୪ହଜାର ଛଟେଇ

ବାଙ୍ଗାଲୋର,୩୦।୮: କୋଭିଡ୍‌-୧୯ ସଂକ୍ରମଣ କାରଣରୁ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ସହ ବଜାରରେ ସମସ୍ୟା ସୃଷ୍ଟି ହୋଇଛି। ବିଶ୍ୱର ପ୍ରମୁଖ କମ୍ପାନୀ କୋକାକୋଲା ବର୍ତ୍ତମାନ ବିଭିନ୍ନ...

ଏଚ୍‌ଓ୍ବାନ ବି ଭିଜାଧାରୀଙ୍କୁ ୟୁଏସ୍‌ ନ୍ୟାୟାଳୟଙ୍କଠାରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧-୧୧: ଆମେରିକାରେ କାର୍ଯ୍ୟରତ ଏଚ୍‌ଓ୍ବାନ ବି ଭିଜାଧାରୀଙ୍କୁ ସେଠାକାର ନ୍ୟାୟାଳୟଙ୍କଠାରୁ ଆଶ୍ୱସ୍ତି ମିଳିଛି। ଏହି ଭିଜା ଲାଭ କରିଥିବା ଭାରତୀୟଙ୍କ ଜୀବନସାଥୀ ଆମେରିକାରେ କାର୍ଯ୍ୟ କରିବା...

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୧୧।୧୧:କ୍ରମାଗତ ୨ ଦିନ ଲାଗି ଶେୟାର ବଜାରର କାରବାର ହ୍ରାସ ଘଟିଛି। ଫଳରେ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ମଧ୍ୟ ହରାଇଛନ୍ତି। ଏପରିକି...

Advertisement
Archives

Model This Week