ଏସ୍‌ବିଆଇର ନୂତନ ଉତ୍ପାଦ ସମ୍ଭାର

ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଉତ୍ପାଦ ସମ୍ଭାର (ଏମ୍‌ଟିଏସ୍‌ କାର୍ଡ ଏମ୍‌ଟିଏସ୍‌ କାର୍ଡ, ୱାନ୍‌ଭିଉ ମୋବାଇଲ୍‌ ଆପ୍ଲିକେଶନ୍‌ ଓ ନୂତନ ଡିଜାଇନ୍‌ ଏସବିଆଇ ଫାଷ୍ଟଟ୍ୟାଗ୍‌)ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ସାରା ଭାରତରେ ଗମନାଗମନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ବ୍ୟାଙ୍କ ପକ୍ଷରୁ ଏଭଳି ଏକ ଅଭିନବ ସମାଧାନ ପ୍ରଦାନ କରାଯାଇଛି। ଭାରତର ପ୍ରଥମ ଏମ୍‌ଟିଏସ୍‌ କାର୍ଡ ଭାବେ ଏମ୍‌ଟିଏସ୍‌ ରୁପେ ଏନସିଏମସି ପ୍ରିପେଡ୍‌ କାର୍ଡକୁ ଏନ୍‌ସିଏମ୍‌ସିର ପରିବହନ ପ୍ରକଳ୍ପଗୁଡ଼ିକରେ ଯାତାୟାତ ପାଇଁ ନିରବଚ୍ଛିନ୍ନ ଅଫଲାଇନ୍‌ ପେମେଣ୍ଟ୍‌ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହି ପ୍ରିପେଡ୍‌ କାର୍ଡକୁ ଏନ୍‌ସିଏମ୍‌ସିର ମେଟ୍ରୋ ରେଳ, ବସ୍‌, ଫେରି, ଟୋଲ ଓ ପାର୍କିଂରେ ବ୍ୟବହାର କରାଯାଇପାରିବ। ଅନ୍ୟ ଏକ ସମାଧାନ ଭାବେ ୱାନ୍‌ଭିଉ ମୋବାଇଲ୍‌ ଆପ୍ଲିକେଶନ ଯାହାକୁ ଏସବିଆଇର ଏନ୍‌ସିଏମ୍‌ସି ପ୍ରିପେଡ୍‌ କାର୍ଡ ପରିଚାଳନା ପାଇଁ ଲାଗି ପ୍ରସ୍ତୁତ କରାଯାଇଛି, ଏହା ଜରିଆରେ ଗ୍ରାହକମାନେ ଗୋଟିଏ ପ୍ଲାଟଫର୍ମରେ ନିଜ କାର୍ଡ ଉପରେ ନଜର ରଖିବା ସହ ତାହାକୁ ପରିଚାଳନା ମଧ୍ୟ କରିପାରିବେ। ସେହିପରି ଅନ୍ୟ ଏକ ସମାଧାନ ଭାବେ ଏସବିଆଇ ଫାଷ୍ଟଟ୍ୟାଗ୍‌ ପାଇଁ ଉନ୍ନତ ଡିଜାଇନ୍‌, ଯେଉଁଥିରେ ଗାଡ଼ି ପରିଚୟ ଓ ଟୋଲ୍‌ ସଂଗ୍ରହ ଦକ୍ଷତାରେ ଉନ୍ନତି ଅଣାଯାଇଛି। ଏହା ସାରା ଦେଶରେ ପରିବହନ ସମୟ କମ୍‌ କରିବାରେ ସହାୟକ ହେବ। ଏ ସମ୍ପର୍କରେ ଏସବିଆଇର ଚେୟାରମ୍ୟାନ (ଅଧ୍ୟକ୍ଷ) ଚାଲା ଶ୍ରୀନିବାସୁଲୁ ସେଟ୍ଟି କହିଛନ୍ତି, ଆମେ ଆମର ନୂତନ ଉତ୍ପାଦ ସମ୍ଭାରକୁ ଉନ୍ମୋଚନ(ଶୁଭାରମ୍ଭ) କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଦେଶର ପ୍ରଥମ ଏମ୍‌ଟିଏସ୍‌ କାର୍ଡ, ୱାନ୍‌ଭିଉ ମୋବାଇଲ୍‌ ଆପ୍ଲିକେଶନ୍‌ ଓ ନୂତନ ଡିଜାଇନ୍‌ ଏସବିଆଇ ଫାଷ୍ଟଟ୍ୟାଗ୍‌ର ଶୁଭାରମ୍ଭ ଡିଜିଟାଲ୍‌ ସମାଧାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏସବିଆଇର ନେତୃତ୍ୱ ଓ ସାର୍ବଜନୀନ ପରିବହନରେ ଉନ୍ନତି ଆଣିବା ପାଇଁ ଆମ ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି। ଏହି ନବସୃଜନଗୁଡ଼ିକୁ ଉପସ୍ଥାପନ କରି ଆମେ ଗର୍ବିତ, ଯାହା ଆମ ଗ୍ରାହକମାନଙ୍କ ପାଇଁ ସୁବିଧା, ନିରାପତ୍ତା ଓ ଦକ୍ଷତାରେ ଉନ୍ନତି ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri