ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ଏସ୍‌ବିଆଇର ବଡ଼ ଯୋଜନା: ଯେକୌଣସି ସ୍ଥାନରୁ କାମ କରିପାରିବେ କର୍ମଚାରୀ

ମୁମ୍ବାଇ,୧୪।୭: କୋଭିଡ୍‌ ଯୋଗୁ ବର୍ତ୍ତମାନ ଅଫିସ କଲ୍‌ଚର ବଦଳିଯାଇଛି। ଲୋକମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ ବା ଘରେ ରହି କାମ କରୁଛନ୍ତି। ସଂକ୍ରମଣ ଭୟ ରହୁଥିବାରୁ ଏଭଳି କରାଯାଉଛି। ଲୋକଙ୍କୁ ସେବା ଯୋଗାଣ ଲାଗି ବ୍ୟାଙ୍କ ଖୋଲା ରହୁଥିବା କର୍ମଚାରୀଙ୍କୁ ବ୍ୟାଙ୍କ ଆସିବାକୁ ପଡୁଛି। ଏଭଳି ସ୍ଥିତିରେ ଦେଶର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ବଡ଼ ଯୋଜନା କରୁଛି। କର୍ମଚାରୀମାନେ ଯେକୌଣସି ସ୍ଥାନରୁ ଏହା ଦ୍ୱାରା କାମ କରିବାକୁ ସୁବିଧା ପାଇବେ। ଏଥିଲାଗି ବ୍ୟାଙ୍କ ବର୍ତ୍ତମାନ ଭିତ୍ତିଭୂମି ସ୍ଥାପନ କରୁଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ବ୍ୟାଙ୍କ ପ୍ରାୟ ୧୦୦୦ କୋଟି ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ହେବ ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର ମଙ୍ଗଳବାର ସୂଚନା ଦେଇଛନ୍ତି। ବ୍ୟାଙ୍କର ୬୫ତମ ବାର୍ଷିକ ସାଧାରଣ ବୈଠକରେ ଅଂଶୀଦାରଙ୍କୁ ଉଦ୍‌ବୋଧନ ଦେଇ କୁମାର କହିଛନ୍ତି ଯେ, ଖର୍ଚ୍ଚକାଟ, କର୍ମଚାରୀଙ୍କୁ ପୁନଃ କୁଶଳୀ କରିବା ଏବଂ କର୍ମଚାରୀଙ୍କ ଉତ୍ପାଦକତା ବୃଦ୍ଧି ଉପରେ ବର୍ତ୍ତମାନ ଫୋକସ କରାଯାଉଛି। ଗ୍ଲୋବାଲ ପ୍ରାକ୍ଟିସ ଓ୍ବାର୍କ ଫ୍ରମ୍‌ ଏନିହ୍ବେୟାର ବା ଯେକୌଣସି ସ୍ଥାନରୁ ବ୍ୟାଙ୍କର କର୍ମଚାରୀଙ୍କୁ କାମ କରିବାକୁ ସୁବିଧା ମିଳିବ। କୋଭିଡ୍‌ ନିୟନ୍ତ୍ରଣାଧୀନ ହୋଇ ନ ଥିବା ବେଳେ ଚଳିତ ବର୍ଷ ବ୍ୟାଙ୍କ ତଥା ବିତ୍ତ ଅନୁଷ୍ଠାନଗୁଡିକ ଲାଗି ବଡ଼ ଚ୍ୟାଲେଞ୍ଜ। ଏଭଳି ବିଭିନ୍ନ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ଲାଗି ଏସ୍‌ବିଆଇ ପ୍ରସ୍ତୁତ।


Enter your email to get our daily news in your inbox.

All Right Reserved By Dharitri.Com

୩.୨୬ ଲକ୍ଷ କୋଟିର କେନ୍ଦ୍ରୀୟ ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ,୨୬।୧୧: ୨୦୧୯-୨୦ ଆର୍ଥତ୍କ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୩.୨୬ ଲକ୍ଷ କୋଟି ଟଙ୍କାର ସେଣ୍ଟ୍ରାଲ ଜିଏସ୍‌ଟି ବା କେନ୍ଦ୍ରୀୟ ଜିଏସ୍‌ଟି କରିବାକୁ ସରକାର ସକ୍ଷମ...

ଖୁଚୁରା ମୁଦ୍ରାସ୍ଫୀତି ୬.୬୯%କୁ ହ୍ରାସ

ନୂଆଦିଲ୍ଲୀ, ୧୫।୯: ଦେଶ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ସାମାନ୍ୟ ହ୍ରାସ ହୋଇଛି। ଅଗଷ୍ଟରେ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୬.୬୯% ସ୍ତରକୁ ଖସିଛି।...

ପିଆଜ ଆମଦାନୀ କଟକଣା କୋହଳ ହେଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପିଆଜ ଆମଦାନୀ ଉପରେ ରହିଥିବା କଟକଣାକୁ କୋହଳ କରିଛନ୍ତି। ଡିସେମ୍ବର ୧୫ ଯାଏ ଏହି ନିୟମ କୋହଳ କରାଯାଇଛି। ଘରୋଇ ବଜାରକୁ...

ପୁଞ୍ଜିବଜାରରେ ଐତିହାସିକ ରେକର୍ଡ;୫୦ ହଜାର ପଏଣ୍ଟ ସ୍ତର ଛୁଇଁଲା ସେନ୍‌ସେକ୍ସ

  ମୁମ୍ବାଇ: ଭାରତୀୟ ପୁଞ୍ଜିବଜାର ଗୁରୁବାର ଐତିହାସିକ ରେକର୍ଡ ସ୍ତର ଛୁଇଁବାକୁ ସକ୍ଷମ ହୋଇଛି। ଦିନର କାରବାରରେ ସେନ୍‌ସେକ୍ସ ୫୦ ହଜାର ପଏଣ୍ଟ ଛୁଇଁଥିଲା। ହେଲେ...

୪୦ ବର୍ଷରେ ସର୍ବାଧିକ ସ୍ତରରେ ବ୍ରିଟେନ୍‌ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ, ୨୩ା୬: ବର୍ତ୍ତମାନ ସମୟରେ ସାରା ଦୁନିଆ ଦରବୃଦ୍ଧି ସହ ଲଢୁଥିବା ବେଳେ ବ୍ରିଟେନ୍‌ ମଧ୍ୟ ଏହାର ଶିକାର ହୋଇଛି। ଏପରିକି ବ୍ରିଟେନ୍‌ର ମୁଦ୍ରାସ୍ଫୀତି ଗତ...

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ମୁମ୍ବାଇ,୧୦-୧୦: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ବୁଧବାର ଏହାର ମାର୍ଜିନାଲ କଷ୍ଟ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଂ(ଏମ୍‌ସିଏଲ୍‌ଆର୍‌) ହାରକୁ ୧୦ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି।...

୩୬୬ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଫେରିଛନ୍ତି ୪ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ, ୧୧।୫ – ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ଲାଗି ବର୍ତ୍ତମାନ ସୁଦ୍ଧା ୩୬୬ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନର ସୁବିଧା...

ମୁଦ୍ରା ଭଣ୍ଡାର ୬୩୪ ବିଲିୟନ ଡଲାରକୁ ହ୍ରାସ

ନୂଆଦିଲ୍ଲୀ,୩୦।୧: ଚଳିତ ମାସ ତୃତୀୟ ସପ୍ତାହରେ ଶେଷ ହୋଇଥିବା ଦେଶର ବିଦେଶୀ ମୁଦ୍ରାଭଣ୍ଡାର ୬୩୪.୨୮୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସୂଚନା ଅନୁଯାୟୀ...

Advertisement
Archives

Model This Week