ଋଣ ସୁଧ କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୭ : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ବା ଋଣ ଉପରେ ସୁଧହାର ହ୍ରାସ ନେଇ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୩ ମାସ ଅବଧିର ଋଣ ଉପରେ ବ୍ୟାଙ୍କ ୫ରୁ ୧୦ ବେସିସ୍‌ ପଏଣ୍ଟ ହ୍ରାସ କରିବ ବୋଲି ଜଣାପଡିଛି। ଏହି ହ୍ରାସ ଫଳରେ ବ୍ୟାଙ୍କର ସୁଧହାର ୬.୬୫%କୁ ହ୍ରାସ ଘଟିଛି। ଘରୋଇ ବଜାରରେ ଚାହିଦା ଏବଂ ଋଣ ଅଭିବୃଦ୍ଧିକୁ ଉତ୍ସାହିତ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ବ୍ୟାଙ୍କର ଲଗାତର ୧୪ତମ ଏମ୍‌ସିଏଲ୍‌ଆର୍‌ ହ୍ରାସ। ଚଳିତ ମାସ ୧୦ ତାରିଖରୁ ଏହା କାର୍ଯ୍ୟକାରୀ ହେବ ବୋଲି ଏସ୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri