୧୩,୭୩୫ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ ଯୋଗ୍ୟତା ଓ ସମୟସୀମା

ନୂଆଦିଲ୍ଲୀ,୧୮ା୧୨: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଏସବିଆଇ ଏକ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ୧୩,୭୩୫ କିରାଣୀ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ନିମନ୍ତ୍ରଣ କରିଥିବା ବେଳେ ଏଥିନିମନ୍ତେ ଆବେଦନ ଆରମ୍ଭ ହୋଇଯାଇଛି।

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.in ରୁ ଆବେଦନ କରିପାରିବେ। ଏସବିଆଇ କ୍ଲର୍କ ନିଯୁକ୍ତି

୨୦୨୪ ପାଇଁ ଆବେଦନ କରିବାର ଶେଷ ତାରିଖ ୭ ଜାନୁଆରୀ ୨୦୨୫ ରହିଛି।

ଏସବିଆଇ କ୍ଲର୍କ ନିଯୁକ୍ତି ୨୦୨୪: ଗୁରୁତ୍ୱପୂର୍ଣ୍ଣ ତାରିଖ।
ଆବେଦନ ଆରମ୍ଭ ତାରିଖ: ୧୭ ଡିସେମ୍ବର ୨୦୨୪।
ଆବେଦନ କରିବାର ଶେଷ ତାରିଖ: ୭ ଜାନୁଆରୀ ୨୦୨୫।
ପ୍ରିଲିମ ପରୀକ୍ଷା: ସମ୍ଭବତ ଫେବୃଆରୀ ୨୦୨୫।
ମେନ୍ ପରୀକ୍ଷା: ସମ୍ଭବତ ମାର୍ଚ୍ଚ / ଏପ୍ରିଲ୍ ୨୦୨୫।

ଏସବିଆଇ କ୍ଲର୍କ ନିଯୁକ୍ତି ୨୦୨୪ ପାଇଁ ଜରୁରୀ ଯୋଗ୍ୟତା:

କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ଇଣ୍ଟିଗ୍ରେଟେଡ୍ ଡୁଆଲ୍ ଡିଗ୍ରୀ (IDD) ସାର୍ଟିଫିକେଟ୍ ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ, କିନ୍ତୁ ଏହା ଡିସେମ୍ବର ୩୧, ୨୦୨୪ ରେ କିମ୍ବା ପୂର୍ବରୁ ହେବା ଉଚିତ୍।

ସେହିଭଳି ପ୍ରାର୍ଥୀଙ୍କ ବୟସ ସୀମା ୧.୦୪.୨୦୨୪ ସୁଦ୍ଧା ୨୦ ବର୍ଷରୁ କମ୍ କିମ୍ବା ୨୮ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ, ଅର୍ଥାତ୍ ପ୍ରାର୍ଥୀ ୨.୦୪.୧୯୯୬ ପୂର୍ବରୁ ଏବଂ ୧.୦୪.୨୦୦୪ ପରେ (ଉଭୟ ଦିନ ଅନ୍ତର୍ଭୂକ୍ତ) ହେବା ଉଚିତ୍ ନୁହେଁ।

ଏସବିଆଇ କ୍ଲର୍କ ନିଯୁକ୍ତି ୨୦୨୪ ଚୟନ ପ୍ରକ୍ରିୟା:

ଏସବିଆଇ କ୍ଲର୍କ ନିଯୁକ୍ତି ୨୦୨୪ ଚୟନ ପ୍ରକ୍ରିୟାରେ ଅନଲାଇନ୍ ପରୀକ୍ଷା ହେବ। ପରୀକ୍ଷଣର ଦୁଇଟି ପର୍ୟ୍ୟାୟ ହେବ। ଗୋଟିଏ ପ୍ରିଲିମ ପରୀକ୍ଷା ଏବଂ ଅନ୍ୟଟି ମେନ୍ ପରୀକ୍ଷା। ଆବେଦନକାରୀମାନଙ୍କୁ ଚୟନ କରିଥିବା ଭାଷାରେ ପରୀକ୍ଷା ଦେବାକୁ ପଡିବ। ପ୍ରିଲିମ ପରୀକ୍ଷାରେ ୧୦୦ ମାର୍କର ଅବଜେକ୍ଟିଭ୍ ପ୍ରଶ୍ନ ରହିବ। ପରୀକ୍ଷାର ସମୟ ଅବଧି ୧ ଘଣ୍ଟା ହେବ।

ଏସବିଆଇ କ୍ଲର୍କ ନିଯୁକ୍ତି ୨୦୨୪ ଆବେଦନ ଶୁଳ୍କ:

ଜେନେରାଲ / OBC / EWS ବର୍ଗ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା। ଯେଉଁଠାରେ AC / ST / PWBD / XS / DXS ବର୍ଗ ପ୍ରାର୍ଥୀମାନଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁପଡିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶତଭିଷା ନକ୍ଷତ୍ରକୁ ଗୋଚର କଲେ ବୁଧ, ଏହି ୩ ରାଶିର ବଦଳିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ଏବଂ ବୁଦ୍ଧିର କାରକ ଭାବରେ ବିବେଚିତ ବୁଧ ଗ୍ରହ ଆଜି ନିଜର ପକ୍ଷ ପରିବର୍ତ୍ତନ କରିଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ,…

୧୨ ବର୍ଷ ପରେ ଓଡ଼ିଶାରେ ରାଜ୍ୟ ସଭା ପାଇଁ ହେଉଛି ନିର୍ବାଚନ, ୪ ଆସନରେ ୫ ପ୍ରାର୍ଥୀ, କେହି କଲେନି ନାମାଙ୍କନ ପ୍ରତ୍ୟାହାର

ଭୁବନେଶ୍ୱର,୧୦।୩: ସୋମବାର ଓଡ଼ିଶାରେ ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଶାନ୍ତିପୂର୍ଣ୍ଣ ଥିଲା, କାରଣ କୌଣସି ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି…

ଯୁଦ୍ଧ ମଧ୍ୟରେ ଭାରତକୁ ଏମିତି କହିଦେଲା ଇରାନ, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୦।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନ ଭାରତକୁ ଧନ୍ୟବାଦ ଦେଇଛି। ପୂର୍ବରୁ ଆମେରିକା ସମୁଦ୍ରରେ ଏକ ଇରାନୀ ଯୁଦ୍ଧଜାହାଜକୁ ଗୁଳି କରି ଖସାଇ ଦେବା…

୨୫ ମିନିଟ୍‌ର ଫୋନ୍‌ କଲ୍‌…ବଦଳାଇଦେଲା ସଞ୍ଜୁ ସାମସନଙ୍କ କ୍ୟାରିଅର୍‌: ବଖାଣିଲେ ସବୁ ସତ

ନୂଆଦିଲ୍ଲୀ,୧୦।୩: ଟି୨୦ ବିଶ୍ୱକପରେ ଭାରତର ଐତିହାସିକ ବିଜୟରେ ସଞ୍ଜୁ ସାମସନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା।…

ଟ୍ରମ୍ପଙ୍କ ଦାବିକୁ ନେଇ ଫାୟାର ହେଲା ଇରାନ, ଦେଲା ଏମିତି ଜବାବ

ତେହରାନ୍‌,୧୦।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଚାଲିଥିବା ଯୁଦ୍ଧ ଖୁବ ଶୀଘ୍ର ଶେଷ ହୋଇପାରେ, କିନ୍ତୁ ଇରାନ ଏହାକୁ ନେଇ ଏକ…

‘ମୋ ପାଇଁ ବିଶ୍ୱକପ ଜିତିବା…’ ଏମିତି କ’ଣ କହିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଯାହାକୁ ନେଇ କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୦।୩: ଭାରତର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ ତାଙ୍କର କ୍ରମାଗତ ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ତାଙ୍କ ପାଇଁ ଏକ ବ୍ୟକ୍ତିଗତ ପ୍ରତିଶ୍ରୁତି…

ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ, ଜିଲାପାଳ…

ପୁରୁଷୋତ୍ତମ ପୁର,୧୦।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି ‌। ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି…

ଯୁଦ୍ଧ ମଧ୍ୟରେ ‘ମୋଦିଙ୍କ ଗୋଟିଏ କଲ…’, ବୟାନକୁ ନେଇ ହେଲାଣି ଚର୍ଚ୍ଚା

ତେହରାନ୍‌,୧୦।୩: ଭାରତରେ ଅବସ୍ଥାପିତ UAEର ପ୍ରଥମ ରାଷ୍ଟ୍ରଦୂତ ହୁସେନ ହାସନ ମିର୍ଜା କହିଛନ୍ତି ଯେ ତାଙ୍କ ଦେଶ ଇରାନ-ଇସ୍ରାଏଲ ବିବାଦରେ ସାମିଲ ହେବାକୁ ଇଚ୍ଛା କରେ ନାହିଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri