SBI ଆଣିଛି ନିଯୁକ୍ତି ସୁଯୋଗ: ୫୦୦୦ରୁ ଅଧିକ ପଦବୀ ହେବ ପୂରଣ, ଏହି ତାରିଖ ସୁଦ୍ଧା ତୁରନ୍ତ କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୧୮ା୮: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ଯୁବକ ଯୁବତୀମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ବ୍ୟାଙ୍କ ଜୁନିଅର ଆସୋସିଏଟ୍‌ (ଗ୍ରାହକ ସେବା ଏବଂ ସହାୟତା) ପାଇଁ ୫୫୮୩ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୬ରୁ ଆରମ୍ଭ ହୋଇଛି ଏବଂ ଅଗଷ୍ଟ ୨୬ ରାତି ୧୨ଟା ପର୍ଯ୍ୟନ୍ତ ଏହା ଚାଲିବ। ଅର୍ଥାତ୍‌ ପ୍ରାର୍ଥୀମାନଙ୍କ ପାଖରେ ପ୍ରାୟ ତିନି ସପ୍ତାହ ସମୟ ଅଛି।

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ପାଇଁ ସ୍ନାତକ ହେବା ବାଧ୍ୟତାମୂଳକ। ଏହା ସହିତ, ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ସର୍ବାଧିକ ୨୮ ବର୍ଷ ଧାର୍ଯ୍ୟ କରାଯାଇଛି।

ଜାଣନ୍ତୁ କେତେ ପାଇବେ ଦରମା?
SBI ଜୁନିଅର ଆସୋସିଏଟ୍‌ ପଦବୀ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଆକର୍ଷଣୀୟ ଦରମା ମିଳିବ। ପ୍ରାରମ୍ଭିକ ମୌଳିକ ଦରମା ପ୍ରତି ମାସରେ ୨୬୭୩୦ଟଙ୍କା ସ୍ଥିର କରାଯାଇଛି। ଏଥିରେ ୨୪୦୫୦ ଟଙ୍କାର ମୌଳିକ ଦରମା ଏବଂ ସ୍ନାତକ ପ୍ରାର୍ଥୀଙ୍କ ପାଇଁ ଦୁଇଟି ଅତିରିକ୍ତ ବୃଦ୍ଧି ଅନ୍ତର୍ଭୁକ୍ତ। ଯଦି ଭତ୍ତା ଏବଂ ସୁବିଧା ଯୋଡ଼ାଯାଏ, ତେବେ ମୁମ୍ବାଇ ଭଳି ମେଟ୍ରୋ ସହରରେ ମୋଟ୍‌ ପ୍ରାରମ୍ଭିକ ଦରମା ପ୍ରାୟ ୪୬୦୦୦ ଟଙ୍କାରେ ପହଞ୍ଚିବ। ଏଥିରେ ମହଙ୍ଗା ଭତ୍ତା (DA), ଘର ଭଡ଼ା ଭତ୍ତା (HRA), ଚିକିତ୍ସା ଏବଂ ଯାତ୍ରା ଭତ୍ତା (LTC) ଭଳି ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ। ତଥାପି ପୋଷ୍ଟିଂ ସହର ଅନୁସାରେ ଦରମାରେ ସାମାନ୍ୟ ପାର୍ଥକ୍ୟ ହୋଇପାରେ।

ଆବେଦନ ଶୁଳ୍କ କେତେ?
ଆବେଦନ କରିବା ପାଇଁ, ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ସାଧାରଣ, OBC ଏବଂ EWS ବର୍ଗର ପ୍ରାର୍ଥୀଙ୍କ ପାଇଁ ଶୁଳ୍କ ୭୫୦ଟଙ୍କା ରଖାଯାଇଛି। SC, ST ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ମାଗଣା ରହିଛି।

ସର୍ବପ୍ରଥମେ SBI sbi.co.inର ଅଫିସିଆଲ ଓ୍ବେବସାଇଟ୍‌କୁ ଯାଆନ୍ତୁ ପରେ କ୍ୟାରିଅର୍‌ ସେକ୍ସନରେ ଓପନ୍‌ ଉପରେ କ୍ଲିକ୍‌ କରନ୍ତୁ। ଏବେ ଜୁନିଅର୍‌ ଆସୋସିଏଟ୍ସ ନିଯୁକ୍ତି ୨୦୨୫ର ଲିଙ୍କ୍‌କୁ ଯାଆନ୍ତୁ ଏବଂ ଆବେଦନ ଉପରେ କ୍ଲିକ କରନ୍ତୁ।

ଏଠାରେ ନୂତନ ପଞ୍ଜୀକରଣ ପାଇଁ ଏଠାରେ କ୍ଲିକ୍‌ କରନ୍ତୁ ଉପରେ କ୍ଲିକ କରନ୍ତୁ ଏବଂ ନାମ, ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ଭଳି ଆବଶ୍ୟକୀୟ ସୂଚନା ପୂରଣ କରି ପଞ୍ଜୀକରଣ କରନ୍ତୁ। ଏହା ପରେ ଆପଣଙ୍କର ଶିକ୍ଷାଗତ ସୂଚନା, ଫଟୋ ଏବଂ ଦସ୍ତଖତ ଅପଲୋଡ୍‌ କରନ୍ତୁ।ଶେଷରେ ର୍ନିଦ୍ଧାରିତ ଆବେଦନ ଫି ପ୍ରଦାନ କରନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ।

କେଉଁ ରାଜ୍ୟ ପାଇଁ ହେଉଛି ନିଯୁକ୍ତି?
SBI ସାରା ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏହି ନିଯୁକ୍ତି ପ୍ରକାଶ କରିଛି। ଏଥିରେ, ଉତ୍ତରପ୍ରଦେଶ ଏବଂ ନୂଆଦିଲ୍ଲୀ ପାଇଁ ସର୍ବାଧିକ ସଂଖ୍ୟକ ପଦବୀ ପ୍ରକାଶ ପାଇଛି। ଏହା ବ୍ୟତୀତ, ଗୁଜରାଟ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ହରିୟାଣା, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା, ରାଜସ୍ଥାନ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ, ଆସାମ, ଜମ୍ମୁ-କଶ୍ମୀର ଏବଂ ଅନେକ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ନିଯୁକ୍ତି ପ୍ରକାଶ ପାଇଛି।

Share