କହନ୍ତି ଜନତାଙ୍କ ପାଇଁ

ଆମ ଦେଶ ପୃଥିବୀର ସର୍ବବୃହତ୍‌ ଗଣତନ୍ତ୍ର ଦେଶ। ଏଠି ଶାସନ ଡୋର ଧରାଇ ଦିଅନ୍ତି ସାଧାରଣ ଜନତା, ଯେଉଁମାନେ କି ସାବାଳକ, ଭୋଟର। ତେଣୁ ଭୋଟରଙ୍କୁ ନିଜର କରିବାର କଳାଟା ଦଳୀୟ ନେତାଙ୍କର ଜରୁରୀ ହୋଇଥାଏ। ଭାବିଚିନ୍ତି ପ୍ରତ୍ୟେକ ଦଳ ନିଜ ନିଜର ଭୋଟ ହାତେଇବା ଇସ୍ତାହାର ତିଆରି କରନ୍ତି। କେଉଁ ଦଳ କ’ଣ କହିଥାଏ, ସେତେଟା ଗୁରୁତ୍ୱ ବହନ କରେ ନାହିଁ। କିନ୍ତୁ ଯଦି କୌଣସି ଦଳ ଶାସନ ଗାଦିକୁ ଆସିଯାଏ, ତେବେ ତା’ର ପ୍ରକାଶିତ ଇସ୍ତାହାର ବିରୋଧୀଦଳମାନଙ୍କର ଆଲୋଚନାର ମୁଖ୍ୟ ବିଷୟ ହୋଇଯାଏ। କହିଥିଲେ କ’ଣ, କରୁଛନ୍ତି କ’ଣ? ଯଦିଓ କିଛି କିଛି କରାଯାଉଥାଏ, ଦୃଷ୍ଟିଯାଏ କହିଥିବାର କେଉଁ ମୁଖ୍ୟ ଅଂଶଟି କାର୍ଯ୍ୟକାରୀ ହୋଇପାରିନି, ଯାହା ବହୁଳ ଭାବେ ଲୋକଙ୍କୁ ପ୍ରଭାବିତ କରୁଥାଏ।
ଶାସନକୁ ଆସିବା ପୂର୍ବରୁ ସବୁ ଦଳର ଲକ୍ଷ୍ୟଥାଏ ଭୋଟରଙ୍କୁ ଆକର୍ଷିତ କରିବା। ପରେ ଲକ୍ଷ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇଥାଏ। କାରଣ ଦଳରେ ଦଳୀୟ ଭାବନାର ପ୍ରଭାବ ରହେ। ପ୍ରଥମେ ନିଜ ଦଳକୁ ମଜଭୁତ କରେ। ଦଳୀୟ ପାଣ୍ଠି ବଢ଼ାଏ। ଦଳୀୟ ଅଫିସ ବଢ଼ାଏ। କର୍ମକର୍ତ୍ତା ମଧ୍ୟ ଆସ୍ତେ ଆସ୍ତେ ବଢ଼ାଇଚାଲେ। ଚେଷ୍ଟାକରେ କୋଣ ଅନୁକୋଣରେ ନିଜର ସ୍ଥିତି ଜାହିର କରିବାକୁ। ସମସ୍ତଙ୍କ ପାଇଁ କହୁଥିଲେ ବି କାର୍ଯ୍ୟରେ ପାତରଅନ୍ତର ପରିଲକ୍ଷିତ ହୁଏ। ଗୋଟିଏ ଛୋଟ ଉଦାହରଣ ଦେଲେ ଯଥେଷ୍ଟ ହେବ। ମନେକର, ପୂର୍ବ ସରକାର କରିଥିବା କୌଣସି ଜନକଲ୍ୟାଣକାରୀ କାମ ବନ୍ଦକଲେ ଜନ ଆନ୍ଦୋଳନ ମୁଣ୍ଡ ଟେକିପାରେ। କିନ୍ତୁ କରାଯିବ, ନିଶ୍ଚୟ କରାଯିବ ବାରମ୍ବାର କହି କରୁ ନ ଥିଲେ ବି ସହଜରେ ବିଦ୍ରୋହ ଦାନା ବାନ୍ଧିପାରେ ନାହିଁ। ପ୍ରତିଶ୍ରୁତି ବିଦ୍ରୋହୀଙ୍କ ମନକୁ ଅସ୍ତମିତ କରେ।
ଗୋଟିଏ ଉଦାହରଣରୁ ଏହା ସ୍ପଷ୍ଟ ହୋଇପାରିବ। ପୁରୀ ସହର କଥା। ଆଗରୁ ଯେତିକି ଉନ୍ନତି ହୋଇଛି ଏବେ କିଛିଟା ଆଖିଦୃଶିଆ ଉନ୍ନତି ହେବା ପରି ଲାଗୁଛି କି? ଶ୍ରୀମନ୍ଦିରର ଚାରିପାଖ ଯେତିକି ପ୍ରଶସ୍ତ କରାଯାଇଛି, ତାହାର ଭଲ ମନ୍ଦ ବିଚାର ନ କରି ଆଗ ଭାବିବା, ପୂର୍ବପରି ସଂକୀର୍ଣ୍ଣ ରାସ୍ତାଥିଲେ ପୁରୀ ସହର କ୍ରମବର୍ଦ୍ଧିଷ୍ଣୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ସେତିକିରେ ସ୍ଥାନ ଦେଇପାରିଥାନ୍ତା କି? ପୁରୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ କାମ କିଛି ଆଗେଇଥିବାର ନଜରକୁ ଆସୁନାହିଁ। ରାଜଧାନୀ ଭୁବନେଶ୍ୱରରୁ ପୁରୀକୁ ଛଅଟିକିଆ ଆଉ ଗୋଟିଏ ସିଧାରାସ୍ତା କରାଯିବାର ପରିପ୍ରକାଶ କାଗଜ କଲମରେ ଅଛି ନା ଲିଭିଗଲାଣି ଜାଣିହେଉନି। ଶ୍ରୀମହାପ୍ରଭୁଙ୍କ ସୁନା ଅଳଙ୍କାର ଗଣତିମଣତି ବିଭିନ୍ନ ଆଳରେ ଡେରି ହେବାରେ ଲାଗିଛି। ଏଇ ସବୁରୁ ଜଣାପଡ଼େ ରାଜନୀତି ବଦଳିଗଲେ ପାଣିପାଗ କେମିତି ରହେ। ଆଉ ଚିଲିକାରେ ପୋଲ ଅବଶ୍ୟ ହେବ ବୋଲି ଶୁଣାଯାଉଛି। ଯାହା ହେଉ, ଗଲା ସରକାରର ଜନକଲ୍ୟାଣ କାର୍ଯ୍ୟଗୁଡ଼ିକର ଅଗ୍ରଗତି ପ୍ରତି ଦୃଷ୍ଟି ରହୁ। ନତୁବା ପାଞ୍ଚବର୍ଷ ଶାସନ ସମୟକୁ ଛଅ ବର୍ଷରେ କରିବାର ପ୍ରତିଶ୍ରୁତି ଦେଇ କିଛି ନ କଲେ ବି କେହି କହିବାର କୌଣସି ଉପାୟ ରହିବ ନାହିଁ। ବରଂ ଏହା କାମ ସମ୍ପୂର୍ଣ୍ଣ କରିପାରିବାରେ ଅକ୍ଷମତା ବୋଲି ଧରି ନିଆଯାଇପାରେ।
ଅବଶ୍ୟ ଏବେ ପୁରୀ ସହରକୁ ମହାନଗର ନିଗମ ଘୋଷଣା କରିବାର ପରିକଳ୍ପନା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ପ୍ରଚାରରେ ଏଥିପାଇଁ କାଲିଠାରୁ କାର୍ଯ୍ୟ ଆରମ୍ଭ ହେବାର ପ୍ରକାଶ ପୁରୀ ଲୋକଙ୍କୁ ଆହୁରି ଆକର୍ଷିତ ଏବଂ ଆଶ୍ୱସ୍ତ କରିଛି। ତେବେ ସରକାର ଏ ଦିଗରେ ଆଗଉଥିବାର କୌଣସି ଅନୁକୂଳ ପରିବେଶ ପୁରୀବାସୀଙ୍କୁ ପରିଲକ୍ଷିତ ହେଉନାହିଁ। ସୁଶାସନର ନାରା ଦେଇ ସରକାର ସୁଶାସନ କରୁଛନ୍ତି କହିବା ଲୋକେ ଅନୁଭବ କରୁଛନ୍ତି ତ?
ସବୁ ସମୟରେ ଲୋକମାନେ ଦଳମତ ନିର୍ବିଶେଷରେ ସରକାରଙ୍କର ଶାସନାଧୀନ। ସମସ୍ତଙ୍କ କଲ୍ୟାଣ ଦେଶର କଲ୍ୟାଣ। ପୂର୍ବ ସରକାର ଯଦି କିଛି କଲ୍ୟାଣକର କାର୍ଯ୍ୟ କରିଥାଏ, ତା’ଠାରୁ ଅଧିକ କଲ୍ୟାଣକର କାର୍ଯ୍ୟ କରି ଲୋକଙ୍କର ଆସ୍ଥା ଭାଜନ ହେବା ନୂତନ ସରକାରର ଆଭିମୁଖ୍ୟ, ମୂଳଲକ୍ଷ୍ୟ ହେବା ବିଧେୟ। ଏହା ନ ହୋଇ ଯଦି ପୂର୍ବ କାର୍ଯ୍ୟର ତର୍ଜମା କରି ପୂର୍ବ ସରକାରକୁ ବଦନାମ କରିବାରେ ନୂତନ ସରକାର ବ୍ୟସ୍ତ ରହିବେ, ତେବେ ପ୍ରଗତିମୂଳକ ନୂତନ କାର୍ଯ୍ୟପନ୍ଥା ଗ୍ରହଣ ହେବ କେବେ! ପ୍ରଗତି କାମରେ ନୁହେଁ, କଥାରେ ହିଁ ରହିଯିବ।
ଆଜି ହେଉ କି କାଲି, ଯଦି ପୁରୀକୁ ମହାନଗର ନିଗମରେ ପରିଣତ କରାଯାଏ ଏବଂ ଆନ୍ତର୍ଜାତିକ ବିମାନ ବନ୍ଦର କାର୍ଯ୍ୟକ୍ଷମ ହୁଏ, ତେବେ ଏହା କେବଳ ଭାରତର ନୁହେଁ, ସାରା ପୃଥିବୀର ପର୍ଯ୍ୟଟକମାନଙ୍କର ଏକ ମନଲୋଭା ଆକର୍ଷଣୀୟ କେନ୍ଦ୍ର ହେବ ଏହା ନିଃସନ୍ଦେହ। ସରକାରୀ ଆୟ ବଢ଼ିବ। ଏସବୁ କାର୍ଯ୍ୟକାରୀ ହେଲେ, ପୁନଶ୍ଚ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ପ୍ରଶସ୍ତୀକରଣ ଅନିବାର୍ଯ୍ୟ ହୋଇପଡ଼ିବ। ଗମନାଗମନର ଯେତେ ବିକାଶ ହେବ, ଭକ୍ତଙ୍କ ସୁଅ ସେତେ ଛୁଟିବ। ପ୍ରତିବର୍ଷ ରଥଯାତ୍ରାରେ ଭକ୍ତଙ୍କ ଉପସ୍ଥିତି ଲକ୍ଷ ଲକ୍ଷ ଆକାରରେ ବଢ଼ି ଚାଲୁଛି। କିନ୍ତୁ ସହର ଭିତରେ ଅର୍ଥାତ୍‌ ସିଂହଦ୍ୱାରଠାରୁ ଗୁଣ୍ଡିଚାମନ୍ଦିର ପର୍ଯ୍ୟନ୍ତ ରାସ୍ତା ଯେ ସ୍ଥିର ଏବଂ ସୀମିତ। ରାସ୍ତାର ଓସାର ବୃଦ୍ଧି ମଧ୍ୟ ଅଧିକ ହେବାର ଆବଶ୍ୟକତା ଉପଲବ୍ଧି ହେଲାଣି।
କଥା ଅପେକ୍ଷା କାମ ଲୋକଙ୍କୁ ଅଧିକ ଆକର୍ଷିତ ଏବଂ ପ୍ରଭାବିତ କରେ। କଥା ସାମୟିକ ଖୁସି ଆଣେ, ପରେ କାର୍ଯ୍ୟଠାରୁ ଦୂରେଇଗଲେ ଘୃଣା ସୃଷ୍ଟି କରେ। ସମଷ୍ଟିଗତ ଅପେକ୍ଷା ଗୋଷ୍ଠୀଗତ କେବେ ସ୍ପୃହଣୀୟ ନୁହେଁ। ସମସ୍ତେ ଭାରତୀୟ। ଭାରତ ସମସ୍ତଙ୍କର। ଉନ୍ନତି ପରିକଳ୍ପନା କରାଯାଉ ଭାରତର। ତେବେ ଯାଇ ଦେଶର ଅଭିବୃଦ୍ଧି ସମ୍ଭବ। ବିକଶିତ ଭାରତର ସ୍ବପ୍ନ ସାକାର ହେବ। ଯେ କେହି ଦଳ ସରକାରକୁ ଆସିଲେ ଦଳ ତା’ର ମୁଖ୍ୟ ନ ହୋଇ ଜନତା, ଦେଶ ତା’ର ନିଜର ହେଉ। ସର୍ବାଙ୍ଗୀନ ଉନ୍ନତି ପ୍ରତି ଧ୍ୟାନ ଦିଆଯାଉ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅଭାବୀର ଭାବ ପୂରଣ ସରକାରଙ୍କର ପ୍ରାଥମିକତାରେ ରହୁ। ଲୋକଙ୍କ କଥା ଭାବିଲେ, ଲୋକେ ବି ସରକାରଙ୍କ କଥା ଭାବିବେ। ସରକାର ଲୋକମୁଖରେ ଲୋକଙ୍କ ସରକାର ବୋଲି ପ୍ରକଟିତ ହେବ। ସରକାରଙ୍କୁ ଏହା ଲୋକଙ୍କ ସରକାର ବୋଲି କହିବାକୁ ପଡ଼ିବ, ଅନୁଭବରେ ଆସିବ। ଜନତାଙ୍କ ପାଇଁ କହନ୍ତୁ, କରନ୍ତୁ।

ଭଗବାନ ଦାଶ
ଗୁଣ୍ଡିଚାବିହାର, ପୁରୀ
ମୋ: ୮୨୪୯୦୮୨୪୦୦


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri