‘ୟେସ୍‌’କହିଲେ ସବୁ ଶେଷ

ଆପଣଙ୍କୁ ଶୀର୍ଷକଟି ଆଶ୍ଚର୍ଯ୍ୟଜନକ ଲାଗିପାରେ। ଆମ ଭାରତୀୟ କଥିତ ଭାଷାରେ ୟେସ୍‌ ଅର୍ଥ ଗ୍ରହଣୀୟତା। ଏହା ଏକ ପ୍ରତିକାତ୍ମକ ଭଲ ପାଇବାର ଭାବନାକୁ ଚିତ୍ରିତ କରିଥାଏ। ଆମ୍ଭେମାନେ ଅନେକ କ୍ଷେତ୍ରରେ ୟେସ୍‌ ଶବ୍ଦଟି ବ୍ୟବହାର କରିଥାଉ। ତେବେ ଆମେ ଯେଉଁ ୟେସ୍‌ର ଆଲୋଚନା କରୁଛୁ ତାହା ନିଶ୍ଚିନ୍ତ ଭାବେ ଯେତିକି ଚିନ୍ତାଜନକ ସେତିକି ଆଶ୍ଚର୍ଯ୍ୟକର ମଧ୍ୟ। ବର୍ତ୍ତମାନ ଡିଜିଟାଲ ଆରେଷ୍ଟପରି ଏହି ଭୟାନକ ଅଦୃଶ୍ୟ ‘ୟେସ୍‌ ସ୍କାମ୍‌’ ଲୋକଙ୍କୁ କାଙ୍ଗାଳ କରିଦେଉଛି। ଆଖି ପିଛୁଳାକେ ଅନେକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥରାଶି ଉଭାନ ହୋଇଯାଉଛି। ମୋବାଇଲରେ ବିଶେଷକରି ମେସେଜ ବ୍ୟବସ୍ଥାରେ ଏପରି ସ୍କାମ୍‌ରମାନଙ୍କ ଅଦୃଶ୍ୟ ଚେହେରାକୁ କେହି ଦେଖି ପାରୁନାହାନ୍ତି ଆଉ ପୋଲିସର ସାଇବର ବିଭାଗ ଏହାକୁ ଠାବ କରିବା ମଧ୍ୟ ମୁସ୍କିଲ ହୋଇପଡ଼ୁଛି।
ଆପଣ ମୋବାଇଲରେ ପ୍ରାୟତଃ ଆର୍ଥିକ କାରବାର କରୁଥିବେ। ଭାରତରେ ଡିଜିଟାଲ ବ୍ୟବସ୍ଥା ଲୋକମାନଙ୍କୁ ସୁଲଭ, ହାତପାହାନ୍ତାରେ ତତ୍କାଳ ସେବା ପ୍ରଦାନ କରୁଥିବାରୁ ଅନେକେ ଏହାକୁ ବିଶେଷ ଭାବେ ଗ୍ରହଣ କରୁଛନ୍ତି। ତେବେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆମର ଆଜିର ଆଲୋଚନାଟି ରଖୁଛୁ। ଆପଣ ମୋବାଇଲ ବ୍ୟବହାର କରୁଥିବା ସମୟରେ ଧରନ୍ତୁ କେହି ଜଣେ ପ୍ରଥମେ ଆପଣଙ୍କୁ କଲ୍‌ କରି ଆପଣଙ୍କ ନଁା ଧରି ପ୍ରଶ୍ନଟି ପଚାରିବ। ଅପର ପାର୍ଶ୍ୱ ଜଣଙ୍କ ଆପଣଙ୍କ ନଁା ଧରି ପଚାରୁଛି ଅର୍ଥ ଆପଣ ବିନା ଦ୍ୱିଧାରେ ‘ୟେସ୍‌’ ନିଶ୍ଚିନ୍ତ ଭାବେ କହିବେ। କାରଣ ଏହା ଏକ କଥୋପକଥନର ସର୍ବନିମ୍ନ ଶାଳୀନତା। ତେବେ ଆପଣଙ୍କର ଏହି ଗୋଟିଏ ‘ୟେସ୍‌’ ଶବ୍ଦ ଆପଣଙ୍କୁ କାଙ୍ଗାଳ କରିଦେବ। ସେହି ୟେସ୍‌ କହିବାର କିଛି କ୍ଷଣ ଭିତରେ ଆପଣଙ୍କ ଆକାଉଣ୍ଟରେ ଥିବା ତମାମ ଅର୍ଥରାଶିକୁ ଅଦୃଶ୍ୟ ଅନ୍‌ଲାଇନର ସାଇବର ଠକ ପୂରାପୂରି ପୋଛି ଦେଇଥିବେ। ହଁ, କେହି କେହି ଓଟିପି ସମ୍ପର୍କରେ ପ୍ରଶ୍ନ ପଚାରି ପାରନ୍ତି, ତେବେ ଏହି ନୂଆ ୟେସ୍‌ ମାୟାଜାଲରେ ଆପଣଙ୍କୁ କୌଣସି ଓଟିପି ଦେବାକୁ ପଡ଼ିବ ନାହିଁ। ସାଇବର କ୍ଷେତ୍ରରେ ଭୟାନକ ଠକମାନେ ଏଭଳି ଅନେକ ପ୍ରଶ୍ନ ପଚାରି ପାରନ୍ତି, ଯାହାର ଉତ୍ତର କେବଳ ‘ୟେସ୍‌’, ଯାହାକୁ ଓଡ଼ିଆରେ ହଁ କୁହାଯାଏ। ସେମାନଙ୍କର ବ୍ୟବସ୍ଥା ହେଉଛି ଆପଣଙ୍କଠାରୁ କେବଳ ୟେସ୍‌ ଶବ୍ଦଟି ଗ୍ରହଣ କରିବା। ଏହାପଛର ଯେଉଁ ଅଦୃଶ୍ୟ ଠକାମିର କାରନାମା ରହିଛି ତାହା ଜାଣିଲେ ଦେହ ଶୀତେଇ ଉଠିବ। କାରଣ ୟେସ୍‌ ଶବ୍ଦଟି କହୁଥିବା ଆପଣଙ୍କ କଣ୍ଠସ୍ବରର ରେକର୍ଡ଼ ହିଁ ସେମାନଙ୍କ ପାଇଁ ଯଥେଷ୍ଟ। ଆପଣଙ୍କ କଣ୍ଠସ୍ବରରେ ଥିବା ୟେସ୍‌ ଶବ୍ଦକୁ ନେଇ ସାଇବର ଅପରାଧୀମାନେ ନୂଆ ଆକାଉଣ୍ଟ ଖୋଲିଥାନ୍ତି । ପରବର୍ତ୍ତୀ ସମୟରେ ଏଥିରେ କେବଳ ଦେଣନେଣ ହୋଇନଥାଏ ବରଂ ମୋଟାଅଙ୍କର ଋଣ ମଧ୍ୟ ଆବେଦନ ହୋଇଥାଏ। ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରମାଣ ସ୍ବରୂପ ଆପଣଙ୍କ ୟେସ୍‌ କଣ୍ଠସ୍ବରକୁ ଭଏସ୍‌ ବାୟୋମେଟ୍ରିକ ସିଷ୍ଟମ ବ୍ୟବସ୍ଥାରେ ଗ୍ରହଣ କରି ଭଏସ୍‌ କଲ୍‌ ଜରିଆରେ ଋଣ ମଞ୍ଜୁର କରିଥାନ୍ତି। ବର୍ତ୍ତମାନ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଜଣଙ୍କର କଣ୍ଠସ୍ବର ମଧ୍ୟ ବ୍ୟାଙ୍କ ଆକାଉଣ୍ଟର ପାସ୍‌ୱାର୍ଡ ବି ହୋଇପାରେ।
ୟେସ୍‌ ଅଦୃଶ୍ୟ, ଭୟାନକ ଠକମାନଙ୍କଠାରୁ ରକ୍ଷା ପାଇବା ପାଇଁ ସର୍ବପ୍ରଥମେ ଗୋଟିଏ କଥାକୁ ଭଲ ଭାବେ ମନେରଖନ୍ତୁ ଯେ, ଆପଣ କୌଣସି ଅଜଣା ବ୍ୟକ୍ତି ବା ସଂସ୍ଥାଠାରୁ ଆପଣଙ୍କ ସମ୍ବନ୍ଧିତ ଫୋନ୍‌ କଲ୍‌ ପାଉଥିଲେ ସର୍ବନିମ୍ନ ଭାବେ ୟେସ୍‌ କିମ୍ବା ହଁ ଆଦୌ କୁହନ୍ତୁ ନାହିଁ। ଅନେକ କ୍ଷେତ୍ରରେ ଦେଖାଯାଏ କେତେକ ଆକାଉଣ୍ଟଧାରୀଙ୍କର ଖାତା ଖୋଲିଲା ବେଳେ ଭଏସ ବାୟୋମେଟ୍ରିକ୍ସ ଅଥେଣ୍ଟିକେଶନ୍‌ ସିଷ୍ଟମ ରଖିଥାନ୍ତି, ତେଣୁ ଏ କ୍ଷେତ୍ରରେ ତୁରନ୍ତ ନିଜର ଖାତା ଖୋଲିଥିବା ବ୍ୟାଙ୍କକୁ ଯାଇ ଏହି ବ୍ୟବସ୍ଥାକୁ ତୁରନ୍ତ ଡିଜାବଲ୍‌ କରନ୍ତୁ, ଯାହାଦ୍ୱାରା ଆପଣ ଏହି ୟେସ୍‌ ସ୍କାମ୍‌ର ଭୟାନକ ଠକାମିରୁ ବର୍ତ୍ତି ପାରିବେ। ସେହିପରି ଆଉ ଏକ ଅଦୃଶ୍ୟ ଅନ୍‌ଲାଇନ ଠକଙ୍କ କାରନାମା ହେଉଛି ‘ଜାମ୍‌ ଡିପୋଜିଟ ସ୍କାମ୍‌’। ଉଦାହରଣସ୍ବରୂପ, ବ୍ୟାଙ୍କ ସହିତ ଜଡ଼ିତ ହୋଇଥିବା ଆପଣଙ୍କ ଫୋନ୍‌କୁ ଧରାଯାଉ ଏକ ସୂଚନା ଆସିବ ଯେ ଆପଣଙ୍କ ପାସ୍‌ବୁକରେ କିଛି ଟଙ୍କା କ୍ରେଡିଟ ବା ଜମା ହୋଇଛି। ତେଣୁ ଆପଣ ନିଶ୍ଚିନ୍ତ ନିଜର ୟୁପିଆଇ ଆକାଉଣ୍ଟ ଖୋଲି ସର୍ବପ୍ରଥମେ ଏହି ବିଷୟରେ ଜାଣିବା ପାଇଁ ଆଗ୍ରହ ରଖିବେ। ତେବେ ଏଇଠି ଆପଣ ପୂରାପୂରି ଫସିଯିବା ଥୟ। କାରଣ ଅଦୃଶ୍ୟ ଅନ୍‌ଲାଇନ ଠକମାନେ ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତ ହୋଇ ଏକ ବଡ଼ଧରଣର କ୍ୟାଶ ୱିଥ୍‌ଡ୍ରୟାଲ ରିକୁଏଷ୍ଟ ପଠାଇ ନିଜର ଯୋଜନା ପ୍ରସ୍ତୁତ କରିସାରିଥିବେ। ଆପଣ ନିଜର ଆକାଉଣ୍ଟ ଜାଣିବା ପାଇଁ ୟୁପିଆଇ ଖୋଲିଲା ବେଳକୁ ଯେତେବେଳେ ନିଜେ ପିନ୍‌ ନମ୍ବରଟି ପ୍ରଦାନ କରିବେ ଏହା ସ୍ବୟଂକ୍ରିୟ ଭାବେ ଆକସେସ୍‌ ହୋଇଯିବ, ଯାହାର ପରିଣାମ ସ୍ବରୂପ କିଛି କ୍ଷଣ ଭିତରେ ଆପଣଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଉଭାନ ହୋଇଯିବ।
ଆମ୍ଭମାନଙ୍କ ଭିତରେ ୟୁପିଆଇ ବହୁଳ ବ୍ୟବହାର ହେଉଛି। ତେବେ ଏଯାବତ୍‌ ଅନେକେ ପେମେଣ୍ଟ ରିକୁଏଷ୍ଟ ସମ୍ପର୍କରେ କିଛି ଜାଣନ୍ତି ନାହିଁ। ତେଣୁ କୌଣସି ପରିସ୍ଥିତିରେ ଅଜଣା ମେସେଜ ପଢ଼ି ତୁରନ୍ତ ମନଇଚ୍ଛା ସେମାନଙ୍କ କଥା ଗ୍ରହଣ କରନ୍ତୁ ନାହିଁ। କାରଣ ଏହା ପଛରେ ଏପରି କିଛି ଠକାମିର ଲିଙ୍କ୍‌ ରହିଥାଏ, ଯାହାକୁ ଆପଣ ଟଚ୍‌ କରିବାମାତ୍ରେ ସ୍କାମରମାନେ ଜାଲ୍‌ ଏସ୍‌ଏମ୍‌ଏସ୍‌ ଗେଟୱେ ଦ୍ୱାରା ଆକାଉଣ୍ଟକୁ ଟଙ୍କା ଆସିବା ପରି ଏକ ଧାରଣା ତିଆରି କରନ୍ତି। ସେହି ଏସ୍‌ଏମ୍‌ଏସ୍‌ରେ ୟୁପିଆଇ ଆକାଉଣ୍ଟ ଖୋଲିବାର ବିକଳ୍ପ ବି ରହିଥାଏ। ତେଣୁ ଏହି କ୍ଷେତ୍ରରେ ଆଦୌ ନିଜର ୟୁପିଆଇ ଆକାଉଣ୍ଟ ଖୋଲନ୍ତୁ ନାହଁ। ହଁ, ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମେସେଜଗୁଡ଼ିକ କେଉଁ ବିଧିବଦ୍ଧ ସେଣ୍ଟରରୁ ଆସିଛି ତାହା ଯାଞ୍ଚ କରନ୍ତୁ। ବର୍ତ୍ତମାନ ଲୋକଙ୍କ ଭିତରେ ସଚେତନତା ବଢ଼ୁଥିବାରୁ ହ୍ୟାକରମାନେ ସେହିପରି ଠକାମିର ନୂଆ ନୂଆ ତରିକା ଆପଣେଇଲେଣି। ତେଣୁ ବର୍ତ୍ତମାନ ଆଇଭିଆର କଲ୍‌ ଦ୍ୱାରା ଠକିବାର ଏକ ନୂଆ ଫନ୍ଦି ସାଇବର ଠକମାନେ ଆପଣାଉଛନ୍ତି। ଆଇଭିଆର କଲ୍‌ଗୁଡ଼ିକ ଟ୍ରାଇ ଦ୍ୱାରା ନିୟନ୍ତ୍ରିତ ହେବା ସତ୍ତ୍ୱେ ଠକଙ୍କ ରାଜୁତି କିନ୍ତୁ କମୁନାହିଁ। ଏ କ୍ଷେତ୍ରରେ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ଓ ଜରୁରିକାଳୀନ ଭୂମିକା ରହିଛି। ସେହିପରି ବିଭିନ୍ନ ପ୍ରକାର ଥାର୍ଡ଼ ପାର୍ଟି ଦ୍ୱାରା ଆପ୍‌ ବ୍ୟବସ୍ଥାକୁ ଗ୍ରହଣ କରି ଠକମାନେ ଟଙ୍କା ଗାଏବ କରିଥାନ୍ତି। ତେଣୁ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସତର୍କତା କୁହାଯିବ ଆପଣ ଆପ୍‌ ଷ୍ଟୋରରୁ ଆପ୍‌ ଇନ୍‌ଷ୍ଟଲ କରିବା ପୂର୍ବରୁ ସେ ଆପ୍‌ର ଡେସ୍କ୍ରିପଶନ ପଢ଼ିବା ସହ ଭଲ କରି ପରଖିବା ଉଚିତ। କୌଣସି ପରିସ୍ଥିତିରେ କାହାକୁ ମୋବାଇଲକୁ ଆସିଥିବା ଓଟିପି କହିବେ ନାହିଁ। ଏଭଳି କିଛିଟା ସତର୍କତା ଅବଲମ୍ବନ କଲେ, ଆମେ କିଛି ମାତ୍ରାରେ ନିଜକୁ ସୁରକ୍ଷା ଦେଇପାରିବା। ସାଧାରଣତଃ ଅସହଜରେ ଟଙ୍କା ପାଇବା ଲୋଭରେ ଲୋକେ ଠକାମିର ଶିକାର ହୁଅନ୍ତି। ସହଜରେ ଟଙ୍କା ଉପାର୍ଜନ କରିବାର କୌଣସି ଉପାୟ ପୃଥିବୀରେ ନାହିଁ। ଏଇ କଥା ଥରେ ବୁଝିଗଲେ ଆଉ କେହି ଆପଣକୁ ଠକିପାରିବେ ନାହିଁ।
ଆପଣଙ୍କ ଆକାଉଣ୍ଟକୁ ଯଦି ଅଚାନକ କୌଣସି ଭାବରେ କିଛି ଟଙ୍କା କ୍ରେଡ଼ିଟ ହୋଇଯାଇଛି ତେବେ ଆପଣ ‘ରାତାରାତି ବଡ଼ଲୋକ ହୋଇଗଲେ ବୋଲି’ ଏହି ବିଚାର ଆଦୌ କରନ୍ତୁ ନାହିଁ। କାରଣ କ୍ରେଡ଼ିଟ ସମ୍ବନ୍ଧରେ ସୂଚନାକୁ ଆପଣ ତତ୍‌କ୍ଷଣାତ ନ ଦେଖି ବରଂ କିଛି ସମୟ ପରେ ଏହାକୁ ଦେଖନ୍ତୁ। କାରଣ କିଛି ସମୟ ଅତିକ୍ରମ କରିଗଲେ ହ୍ୟାକରମାନେ ଆପଣଙ୍କୁ ଲୁଟିବା ପାଇଁ ଯେଉଁ କ୍ୟାଶ ୱିଥଡ୍ରୟାଲ ରିକୁଏଷ୍ଟ ଯୋଜନାବଦ୍ଧ ଭାବେ କରିସାରିଥିବେ ତାହା ଇତିମଧ୍ୟରେ ଇନ୍‌ଭାଲିଡ ହୋଇସାରିଥିବ। ସେହିପରି କୌଣସି ପରିସ୍ଥିତିରେ ଆଦୌ ଭୁଲ୍‌ ପିନ୍‌ ମାରନ୍ତୁ ନାହିଁ। କାରଣ ପ୍ରଥମ ପିନ୍‌ରେ ହିଁ ହ୍ୟାକରମାନେ ରିକୁଏଷ୍ଟ ଆକସେସ୍‌ କରିବା ପାଇଁ ସେମାନଙ୍କର ଠକାମିର ଜାଲ ବିଛେଇ ଥାଆନ୍ତି। ଆପଣ ଭୁଲ୍‌ ପିନ୍‌ ମାରିବା ଦ୍ୱାରା ସେ ରିକୁଏଷ୍ଟ କ୍ୟାନ୍‌ସେଲ ହୋଇଯାଏ। ଆପଣମାନଙ୍କର ସତର୍କତା କେବଳ ଆପଣଙ୍କୁ ନିଜର ଠକାମିରୁ ବଞ୍ଚାଇବ ନାହିଁ ବରଂ ବ୍ୟାଙ୍କ ପାଇଁ ଏକ ଅଯଥା ଆର୍ଥିକ ଝମେଲାରୁ ବଞ୍ଚାଇପାରିବ। ଆଜିର ସମୟରେ ଡିଜିଟାଲ ବ୍ୟବସ୍ଥା ଗୋଦରା କୋଡ଼େ ଯେତେ ମାଡ଼େ ସେତେ ପରି ଚାଲିଛି। ତେଣୁ ଆପଣ ଉପରୋକ୍ତ ସତର୍କତାଗୁଡ଼ିକ ଗ୍ରହଣ କରି ବ୍ୟାଙ୍କିଙ୍ଗ କାରବାର କରି ନିଜର ଅର୍ଥକୁ ସୁରକ୍ଷିତ ରଖନ୍ତୁ ଏବଂ ଆପଣଙ୍କ ଆକାଉଣ୍ଟ ଖୋଲିଥିବା ବ୍ୟାଙ୍କକୁ ଅଯଥା ଝମେଲାରୁ ବଞ୍ଚାଇବାରେ ସକ୍ଷମ ହୁଅନ୍ତୁ।

ଡ.ତପନ କୁମାର ପାଳ

ଏସ୍‌ବିଆଇ, ଷ୍ଟାଫ କଲୋନୀ, ଦେଉଳ ସାହି, ତୁଳସୀପୁର, କଟକ
ମୋ :୯୯୩୭୬୫୮୩୬୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?