ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା ଥିଲେ । କିଛି ଦିନ ତଳେ ମସ୍ତିସ୍କା ଘାତ ହେବାରୁ ବୁର୍ଲା ଭୀମସାର ମେଡିକାଲରେ ଚିକିତ୍ସାଧୀନ ହୋଇ ଘରକୁ ଫେରିଥିଲେ । ପେଲେସ ଲାଇନ ବାସଭବନରେ ରବିବାର ତାଙ୍କର ପରଲୋକ ହୋଇ ଯାଇଛି ।
ଶେଷ ଦର୍ଶନ ପାଇଁ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରକୁ ପହଂଚି ଥିଲେ । ଟିଟିଲାଗଡ଼ ରୋଡ଼ ସ୍ଥିତି ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଜ୍ୟେଷ୍ଠ ପୁତ୍ର ଓ଼ମ ପ୍ରକାଶ ନାୟକ ମୁଖାଗ୍ନି ଦେଇଥିଲେ । ସେହିପରି ଅନ୍ୟ ତିନି ପୁତ୍ର ସରକାର ଓକିଲ ଓଁକାର ନାୟକ, ଓ଼ମ ସ୍ୱରୂପ ନାୟକ ଏବଂ କନିଷ୍ଠ ପୁତ୍ର ତଥା ଆକାଶ ବାଣୀ ଉଦଘୋଷକ ଓ଼ମ ପ୍ରଣବ ନାୟକ ସହିତ ତାଙ୍କର ବଡ଼ ଜାମାତା ଡ଼ ଗୋବର୍ଦ୍ଧନ ନାୟକ ଏବଂ ସାନ ଜାମାତା ଜନମୁଖର ସମ୍ପାଦକ ବୀରେନ୍ଦ୍ର ପାଣିଗ୍ରାହୀ ସମତେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ପୌରାଧ୍ୟକ୍ଷ୍ୟା ଲିକା ସାହୁ ଏବଂ ଉପାଧ୍ୟକ୍ଷ୍ୟା ଗାୟତ୍ରୀ ଭୋଇ ଗଭୀର ଦୁଃଖ ପ୍ରକାଶ କରିଛିନ୍ତି ।