ମାଛ ବଞ୍ଚାଇ ଘର ପୋଡ଼ିଲେ

ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ। ହେଲେ କାଲିଫର୍ନିଆର ଲସ୍‌ଏଞ୍ଜେଲ୍ସରେ ଲାଗିଥିବା ନିଆଁକୁ ସହଜରେ ଆୟତ୍ତ କରିପାରୁନାହିଁ। ଜାନୁଆରୀ ୭ ତାରିଖରୁ ଲାଗିଥିବା ନିଆଁରେ ୧୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ହଜାରରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ନିଆଁକୁ ନିୟନ୍ତ୍ରଣ କରିବାରେ ସେଠାକାର ସରକାର ବିଫଳ ହୋଇଥିବା ପୃଥିବୀସାରା ଚର୍ଚ୍ଚା ହେଉଛି। ନିଆଁ କିଭଳି ଲାଗିଲା ତାହାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଜଙ୍ଗଲରେ କିଏ ନିଆଁ ଲଗାଇଥିଲେ କିମ୍ବା ବିଦ୍ୟୁତ୍‌ ତାର ବିଭ୍ରାଟରୁ ଏହା ବ୍ୟାପିଥିଲା ସେ ସଂକ୍ରାନ୍ତରେ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇ ନାହିଁ। ସାଧାରଣତଃ ବିଦ୍ୟୁତ୍‌ ଦୁର୍ଘଟଣାଜନିତ କାରଣରୁ ଜଙ୍ଗଲରେ ନିଆଁ ଲାଗିଥିବା ଜାଣିବା ପରେ ୟୁଟିଲିଟି ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ କାଲିଫର୍ନିଆ ପବ୍ଲିକ୍‌ ୟୁଟିଲିଟି କମିଶନ (ସିପିୟୁସି)କୁ ପ୍ରଥମେ ଜଣାଇବାର ନିୟମ ରହିଛି। ୟୁଟିଲିଟି ବୋଇଲେ ଜଳ, ବିଦ୍ୟୁତ୍‌ ଓ ସହରାଞ୍ଚଳର ଆବଶ୍ୟକ ସେବା ଯୋଗାଇବା ବ୍ୟବସ୍ଥା। ତେବେ ସମ୍ପୃକ୍ତ କର୍ମଚାରୀମାନେ ଉକ୍ତ ବ୍ୟବସ୍ଥାରେ କେଉଁଠି ଅସ୍ବାଭାବିକତା ଦେଖାଦେଇଛି ତାହାର ତଦନ୍ତ କରିଥାଆନ୍ତି। ଇତିମଧ୍ୟରେ କାଲିଫର୍ନିଆ ଗଭର୍ନର ଗାଭିନ୍‌ ନ୍ୟୁସୋମ୍‌ ଏହାର ସ୍ବତନ୍ତ୍ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ବନାଗ୍ନିକୁ ନେଇ ଆମେରିକାରେ ରାଜନୀତି ଜୋରସୋର ଚାଲିଛି। ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ କାଲିଫର୍ନିଆ ଗଭର୍ନର ଗାଭିନ୍‌ଙ୍କୁ ସମ୍ପୂର୍ଣ୍ଣ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛନ୍ତି। ଗାଭିନ୍‌ ଡେମୋକ୍ରାଟିକ୍‌ ପାର୍ଟିର ହୋଇଥିବାରୁ ତାଙ୍କୁ ଟ୍ରମ୍ପ ଟାର୍ଗେଟ କରୁଥିବା ବିଷୟ ମଧ୍ୟ ଆଲୋଚନା ହେଉଛି।
କାଲିଫର୍ନିଆର ଜଙ୍ଗଲ ନିଆଁ ପାଇଁ ବଜ୍ରପାତକୁ ଦାୟୀ କରାଯାଉଥିବା ବେଳେ ତଦନ୍ତକାରୀମାନେ ଏହାକୁ ଖଣ୍ଡନ କରିଛନ୍ତି ବୋଲି ନ୍ୟାଶନାଲ ଫାୟାର ପ୍ରୋଟେକ୍ସନ ଆସୋସିଏଶନ ପକ୍ଷରୁ କୁହାଯାଇଛି। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ଘଟି ଥାଇପାରେ ବୋଲି କିଛି ଅନୁମାନ କରାଯାଉଛି। କିନ୍ତୁ ଟ୍ରମ୍ପ୍‌ କାଲିଫର୍ନିଆ ଗଭର୍ନରଙ୍କ ହେୟଜ୍ଞାନ ପାଇଁ ଏଭଳି ଘଟିଲା ବୋଲି ଯେଉଁ ବିଷୟ ଦୋହରାଇଛନ୍ତି ତାହାକୁ ମଧ୍ୟ ଗମ୍ଭୀରତାର ସହ ବିଚାର କରାଯିବା ଉଚିତ। ସେଠାରେ ଜଳ ପରିଚାଳନା ଠିକ୍‌ ନ ହେବାରୁ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇ ନାହିଁ। ବର୍ଷା ଜଳକୁ ଠିକ୍‌ ଭାବେ ସଂରକ୍ଷଣ କରା ନ ଯାଇ ତାହା ସମୁଦ୍ରକୁ ବୋହି ଯିବା ଲାଗି ଜାଣିଶୁଣି ଛାଡ଼ିଦିଆଯାଇଥିଲା। ଏଥିସହିତ ଜଳଭଣ୍ଡାରଗୁଡ଼ିକୁ ଖାଲି କରିଦିଆଯାଇଥିଲା। କାରଣ ଗୋଟିଏ ପ୍ରଜାତିର ମାଛ ବଢ଼ିବା ପାଇଁ କମ୍‌ ଜଳ ଦରକାର ପଡ଼ିଥାଏ, ଯାହାକୁ କାଲିଫର୍ନିଆ ରାଜ୍ୟ ସରକାର ଅତ୍ୟଧିକ ମାତ୍ରାରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଏହି ମାଛର ଚରିତ୍ର ଦେଖିଲେ ତାହା ଶେଉଳ ଓ ଗଡ଼ିଶା ଭଳି ମନେହୁଏ। ଅର୍ଥାତ୍‌ ଶେଉଳକୁ ବଞ୍ଚାଇବାକୁ ଯାଇ ବନ୍ଧରୁ ପାଣି ଶୁଖାଇ ଦିଆଯାଇଥିଲା, ଯେଉଁଥିପାଇଁ ଲସ୍‌ ଏଞ୍ଜେଲ୍‌ସ ଭଳି ସହର ଆଜି ପୋଡ଼ି ଅଙ୍ଗାର ହୋଇଯାଇଛି। ସହର ଏଭଳି ପୋଡ଼ିବା ପଛରେ ଅନ୍ୟତମ ମୁଖ୍ୟ କାରଣ ହେଉଛି ଆମେରିକାରେ ଅଧିକାଂଶ ଘର କାଠରେ ନିର୍ମିତ। ସେଠାରେ ଇଟା, ସିମେଣ୍ଟ କିମ୍ବା କଂକ୍ରିଟ୍‌ରେ ଘର ତିଆରି କରାଯାଇ ନ ଥିବାରୁ ଏହି ବିପତ୍ତି ଅଧିକ ମାରାତ୍ମକ ହୋଇଛି। ଏମିତି ଦେଖିଲେ ଲସ୍‌ ଏଞ୍ଜେଲ୍‌ସର ଯେଉଁ ଅଞ୍ଚଳରେ ନିଆଁ ଲାଗିଛି ତାହା ଧନିକ ବର୍ଗର ଲୋକଙ୍କ ଆବାସସ୍ଥଳୀ ଭାବେ ଜଣାଶୁଣା। ହଲିଉଡ୍‌ର ନାମୀଦାମୀ ଅଭିନେତ୍ରୀ ଓ ଅଭିନେତାଙ୍କ ଅନେକ ବିଲିୟନ ଡଲାରର ଘର ଏହି ବନାଗ୍ନି ଯୋଗୁ ଜଳିପୋଡ଼ି ଯାଇଛି। ଏହା ମଧ୍ୟ ଆଲୋଚନା ହେଉଛି ଯେ କାଲିଫର୍ନିଆରେ ଜଳ ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ କିନ୍ନର ଓ ସମଲିଙ୍ଗୀ ରହିଛନ୍ତି। ସେଠାରେ କୁହାଯାଉଛି ସାଧାରଣ ପୁରୁଷ କିମ୍ବା ମହିଳାଙ୍କ ଭଳି ତୃତୀୟଲିଙ୍ଗୀ ବା ସମଲିଙ୍ଗୀମାନେ ନିଜ ଦାୟିତ୍ୱଠାରୁ ଅଧିକ ଗୁରୁତ୍ୱ ନିଜର ସାମାଜିକ ସ୍ଥିତି ପ୍ରତି ଦେଇଆସୁଛନ୍ତି। ଆମେରିକାରେ ଇକ୍ୱିଟି ବା ସମାନତାକୁ ଗୁରୁତ୍ୱ ଦିଆଯାଇ କିନ୍ନରଙ୍କୁ ନିଯୁକ୍ତ କରାଯାଉଥିବାରୁ ଏହା ତାହାର ଫଳ ବୋଲି କେତେକେ କହୁଛନ୍ତି। ଆହୁରି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଲସ୍‌ ଏଞ୍ଜେଲ୍‌ସ ମେୟର କାରେନ୍‌ ବାସ୍‌ ତାଙ୍କ ପଦମର୍ଯ୍ୟାଦା ରକ୍ଷା କରିବାରେ ବିଫଳ ହୋଇଛନ୍ତି। କାରଣ ୭ ଜାନୁଆରୀରେ ସେଠାରେ ନିଅଁା ଲାଗିଥିବା ବିଷୟ ଜାଣିବା ସତ୍ତ୍ୱେ କାରେନ୍‌ ଘାନାର ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଚାଲିଯାଇଥିଲେ। ତାଙ୍କ ଗସ୍ତର ଏକ ସପ୍ତାହ ପୂର୍ବରୁ ନ୍ୟାଶନାଲ ଓ୍ବେଦର ସର୍ଭିସ ସୂଚନା ଦେଇଥିଲା ଯେ ଖୁବ୍‌ ଶୀଘ୍ର ଜଙ୍ଗଲ ନିଆଁ ଲାଗିବାର ଆଶଙ୍କା ରହିଛି। କେବଳ ସେତିକି ନୁହେଁ କାରେନ୍‌ ତାଙ୍କ ଅଗ୍ନିଶମ ବିଭାଗ ଲାଗି ଥିବା ବଜେଟରୁ ୧୭.୬ ମିଲିୟନ ଡଲାର ହ୍ରାସ କରିଥିବା ମଧ୍ୟ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଏପଟେ ଦେଖିଲା ବେଳକୁ ଘର ଲାଗି ବୀମା କରିଥିବା ବ୍ୟକ୍ତି କ୍ଷତିପୂରଣ ପାଇବାରୁ ବଞ୍ଚତ୍ତ ହେବେ ବୋଲି ଜଣାପଡ଼ିଲାଣି। କାରଣ କ୍ଷତି ହୋଇଥିବା ପରିମାଣକୁ ଭରଣା କରିବା ଲାଗି ବୀମା ସଂସ୍ଥାଗୁଡ଼ିକ ପାଖରେ ସେତିକି ଅର୍ଥ ନାହିଁ। ପୁଣି ଶୁଣିବାକୁ ମିଳିଲାଣି ଯେ ନିକଟରେ କେତେକ ବୀମା ସଂସ୍ଥା ବନାଗ୍ନିକୁ କ୍ଷତିପୂରଣ ତାଲିକାକୁ ବାଦ୍‌ ଦେଇଛନ୍ତି, ଯଦ୍ଦ୍ବାରା କ୍ଷତିଗ୍ରସ୍ତମାନେ ଅଣ୍ଟା ସଳଖି ଛିଡ଼ା ହେବାର ସବୁ ଭରସା ହରାଇଛନ୍ତି।
ଏହି ପୃଷ୍ଠଭୂମିରେ କୁହାଯାଇପାରେ ଯେ ଆମେରିକା ଭଳି ରାଷ୍ଟ୍ରରେ ନିଆଁକୁ ଆୟତ୍ତ କରିବା କଷ୍ଟକର ହେଉଥିବା ବେଳେ ଭାରତ ସେଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ। ବ୍ୟବସ୍ଥିତ ଢଙ୍ଗରେ ବିପର୍ଯ୍ୟୟକୁ ମୁକାବିଲା କରା ନ ଯାଇପାରିଲେ ଏଠାରେ ମଧ୍ୟ ସ୍ଥିତି ଅଣାୟତ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri