ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’ଙ୍କ ଦେହାନ୍ତ; ୨୦ ବର୍ଷ ଧରି ଥିଲେ କୋମାରେ, ଜାଣନ୍ତୁ କିଏ ଥିଲେ…

ରିଆଧ,୨୦।୭: ସାଉଦୀ ଆରବର ‘ସ୍ଲିପିଂ ପ୍ରିନ୍ସ’ ଆଲୱାଲିଦ ବିନ ଖାଲିଦଙ୍କର ୨୦ ବର୍ଷ କୋମାରେ ରହିବା ପରେ ଦେହାନ୍ତ ହୋଇଛି। ସେ ସାଉଦି ରାଜ ପରିବାରର ସଦସ୍ୟ ତଥା ବିଶ୍ୱବ୍ୟାପୀ ‘ସ୍ଲିପିଂ ପ୍ରିନ୍ସ’ ନାମରେ ଜଣାଶୁଣା ଥିଲେ। ୨୦୦୫ ମସିହାରେ ମାତ୍ର ୧୮ ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତା’ପରେ କୋମାରେ ରଖାଯାଇଥିଲା।

‘ସ୍ଲିପିଂ ପ୍ରିନ୍ସ’ କିଏ ଥିଲେ?
ପ୍ରିନ୍ସ ଆଲୱାଲିଦ ବିନ ଖାଲିଦ ହେଉଛନ୍ତି ସାଉଦୀ ଆରବର ବ୍ୟବସାୟୀ ପ୍ରିନ୍ସ ଖାଲିଦ ବିନ ତାଲାଲଙ୍କ ପୁତ୍ର। ସେ ସଉଦୀର ଏକ ଶକ୍ତିଶାଳୀ ଓ ପ୍ରଭାବଶାଳୀ ରାଜ ପରିବାରର ସଦସ୍ୟ ଥିଲେ। ୨୦୦୫ରେ ଏକ କାର ଦୁର୍ଘଟଣା ପରେ ସେ କୋମାରେ ଚାଲିଯାଇଥିଲେ। ତାଙ୍କ ପରିବାର କେବେ ହାର ମାନି ନ ଥିଲେ। ୨୦ ବର୍ଷ ଧରି ତାଙ୍କୁ ଜୀବନରକ୍ଷା ପ୍ରଣାଳୀ ମାଧ୍ୟମରେ ବଞ୍ଚାଇ ରଖିଥିଲେ।

କାହିଁକି ତାଙ୍କୁ ‘ସ୍ଲିପିଂ ପ୍ରିନ୍ସ’ କୁହାଯାଉଥିଲା?
ବର୍ଷ ବର୍ଷ ଧରି ତାଙ୍କ ଅବସ୍ଥା ଅପରିବର୍ତ୍ତିତ ରହିଥିଲା। ସେ ନା କଥା କହି ପାରୁଥିଲେ, ନ ହଲଚଲ ହୋଇପାରୁଥିଲେ। କେବଳ ତାଙ୍କ ଆଖିପତା ବେଳେବେଳେ ସାମାନ୍ୟ ହଲଚଲ କରୁଥିଲା। ସୋସିଆଲ ମିଡିଆରେ ତାଙ୍କର ହସ୍ପିଟାଲ ବେଡ୍‌ରେ ଥିବା ଫଟୋ ପ୍ରାୟତଃ ଭାଇରାଲ ହେଉଥିଲା, ଯେଉଁଥିପାଇଁ ତାଙ୍କୁ ‘ସ୍ଲିପିଂ ପ୍ରିନ୍ସ’ ନାମ ଦିଆଯାଇଥିଲା।

‘ସ୍ଲିପିଂ ପ୍ରିନ୍ସ’ଙ୍କ ସମ୍ପତ୍ତି କେତେ ଥିଲା?
ପ୍ରିନ୍ସ ଆଲୱାଲିଦଙ୍କର ନିଜସ୍ବ ଆୟ ନଥିଲା, କାରଣ ସେ ଯୁବାବସ୍ଥାରେ ହିଁ ଦୁର୍ଘଟଣାର ଶିକାର ହୋଇଥିଲେ। ତଥାପି ସେ ସଉଦୀ ଅରବର ସବୁଠାରୁ ଧନୀ ପରିବାରର ଜଣେ ସଦସ୍ୟ ଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କ ଜେଜେ ପ୍ରିନ୍ସ ଆଲୱାଲିଦ ବିନ ତାଲାଲଙ୍କ ସମ୍ପତ୍ତି ପ୍ରାୟ ୧୮-୨୦ ବିଲିୟନ ଡଲାର (ପାଖାପାଖି ୧.୫ ଲକ୍ଷ କୋଟି ଟଙ୍କା)। ତାଙ୍କ ପିତା ପ୍ରିନ୍ସ ଖାଲିଦ ବିନ ତାଲାଲ ମଧ୍ୟ ଜଣେ କୋଟିପତି। ପରିବାରର ମୋଟ ସମ୍ପତ୍ତି ୨୫ ବିଲିୟନ ଡଲାରରୁ ଅଧିକ ଆକଳନ କରାଯାଏ। ତେଣୁ ପ୍ରିନ୍ସ ଆଲୱାଲିଦ ଏକ ଅତ୍ୟନ୍ତ ସମ୍ପନ୍ନ ରାଜ ବଂଶର ଅଂଶ ଥିଲେ।

୨୦ ବର୍ଷ ଧରି ICUରେ କାହିଁକି ରଖାଯାଇଥିଲା?
ପରିବାରର ବିଶ୍ୱାସ ଥିଲା ଯେ ଭଗବାନ ତାଙ୍କୁ ସୁସ୍ଥ କରିଦେବେ। ତାଙ୍କ ପିତା ଚିକିତ୍ସା ବନ୍ଦ କରିବା କିମ୍ବା ଜୀବନରକ୍ଷା ସିଷ୍ଟମ ହଟାଇବାକୁ ମନା କରିଦେଇଥିଲେ। କିଛି ସମୟରେ ସାମାନ୍ୟ ପ୍ରତିକ୍ରିୟା ଦେଖିବା ପରେ ପରିବାରକୁ ଆଶା ଥିଲା ଯେ ସେ ଦିନେ ସୁସ୍ଥ ହେବେ।

ଶେଷ ସମୟ:
ପ୍ରିନ୍ସ ଆଲୱାଲିଦଙ୍କ ମୃତ୍ୟୁର ପୁଷ୍ଟି ତାଙ୍କ ଜେଜେ ପ୍ରିନ୍ସ ଆଲୱାଲିଦ ବିନ ତାଲାଲ କରିଛନ୍ତି। ସୋସିଆଲ ମିଡିଆରେ ହଜାର ହଜାର ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଅରବ ଜଗତରେ ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା, କାରଣ ୨୦ ବର୍ଷ ଧରି ଲୋକଙ୍କ ଆଶା ଏହି ଯୁବ ପ୍ରିନ୍ସଙ୍କ ସହ ଜଡ଼ିତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri