Posted inଖେଳ

କଳିଙ୍ଗ ଷ୍ଟାଡିୟମରେ ସାଉଦି ଆରବ ପ୍ରତିନିଧି

ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଭାରତ-ଲେବାନନ୍‌ ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଫାଇନାଲର ପ୍ରତ୍ୟକ୍ଷଦର୍ଶୀ ହେବା ପାଇଁ ସାଉଦିଆରବ ଫୁଟ୍‌ବଲ ଫେଡେରେଶନର ଏକ ପ୍ରତିନିଧି ଦଳ ରବିବାର ଉପସ୍ଥିତ ଥିଲା। ଡେପୁଟି ସେକ୍ରେଟାରି ଜେନେରାଲ ଇବ୍ରାହିମ୍‌ ଅଲ୍‌କାବା ଏହି ଦଳର ନେତୃତ୍ୱ ନେଇଥିଲେ। ସାଉଦି ଫେଡେରେଶନର ସିନିୟର ଆଡ୍‌ଭାଇଜର ହିଚାମ ଏଲ୍‌ ଅମ୍‌ରାନି ଏବଂ ଡିଜିଏସ୍‌ ଆସିଷ୍ଟାଣ୍ଟ ସେକ୍ରେଟାରି ଏହି ଦଳରେ ସାମିଲ ଥିଲେ। ଏହି ପ୍ରତିନିଧି ଦଳ ସହ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ଓ ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ ମହାସଚିବ ଶାଜି ପ୍ରଭାକରନ ଉକ୍ତ ଅଞ୍ଚଳରେ ଫୁଟ୍‌ବଲର ବିକାଶ ଓ ପ୍ରମୋଶନ ସମ୍ପର୍କରେ ଆଲୋଚନା କରିଥିଲେ। ସାଫ୍‌ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ଏବଂ ଓଡ଼ିଶାରେ କିପରି ଫୁଟ୍‌ବଲର ବିକାଶ ହୋଇପାରିବ ସେ ସମ୍ପର୍କରେ ଉକ୍ତ ପ୍ରତିନିଧି ଦଳ ଏସିଆନ ଫୁଟ୍‌ବଲ ଫେଡେରେଶନ ସହ ମଧ୍ୟ ଆଲୋଚନା ଜାରି ରଖିବ। ସାଉଦିଆରବ ସହ ହୋଇଥିବା ଚୁକ୍ତି ଅନୁସାରେ ପ୍ରଥମଥର ପାଇଁ ସନ୍ତୋଷ ଟ୍ରଫି ଫୁଟ୍‌ବଲର ନକ୍‌ଆଉଟ ପର୍ଯ୍ୟାୟ ଭାରତ ବାହାରେ ରିୟାଦ୍‌ରେ ଖେଳା ଯାଇଥିଲା।
”ଆମେ ଚିତ୍ତାକର୍ଷକ କଳିଙ୍ଗ ଷ୍ଟାଡିୟମରେ ହିରୋ କଣ୍ଟିନେଣ୍ଟାଲ କପ୍‌ ଫାଇନାଲର ପ୍ରତ୍ୟକ୍ଷଦର୍ଶୀ ହୋଇଥିବାରୁ ପ୍ରକୃତରେ ସମ୍ମାନିତ ଅନୁଭବ କରୁଛୁ। ଏଠାକାର ପରିବେଶ ଏବଂ ଭିତ୍ତିଭୂମି ଚମତ୍କାର। ଆମକୁ ଏପରି ଏକ ସୁଯୋଗ ଦେଇଥିବାରୁ ଆୟୋଜକ ଭାରତ ଏବଂ ଓଡ଼ିଶା ନିକଟରେ ଆମେ କୃତଜ୍ଞ“ ବୋଲି ସାଉଦି ଆର୍‌ବିଆନ୍‌ ଫୁଟ୍‌ବଲ ଫେଡେରେଶନ ଡେପୁଟି ସେକ୍ରେଟାରି ଜେନେରାଲ ଇବ୍ରାହିମ ଅଲ୍‌କାବା ପ୍ରକାଶ କରିଛନ୍ତି। ଏହି ପ୍ରତିନିଧି ଦଳକୁ ସ୍ବାଗତ କରିଥିଲେ ରାଜ୍ୟ କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା। ”ଆମେ ଏହି ପ୍ରତିନିଧି ଦଳକୁ ସ୍ବାଗତ କରୁଛୁ। ଏପରି ଅତିଥିଙ୍କୁ ପାଇଁ ଆମେ ସମ୍ମାନିତ ହେବାପରି ଅନୁଭବ କରୁଛୁ। ସେମାନଙ୍କ ସହ ଭାବ ବିନିମୟ କରି ଆମେ ଫୁଟ୍‌ବଲର ବିକାଶ ପାଇଁ କାର୍ଯ୍ୟ କରିବୁ“ ବୋଲି ଭିନିଲ କହିଛନ୍ତି।

ଗୋଟିଏ ଗ୍ରୁପ୍‌ରେ ଭାରତ-ପାକିସ୍ତାନ

ଭାରତୀୟ ଫୁଟ୍‌ବଲ ପାଇଁ ଆଉ ଏକ ବଡ଼କଥା ହେଲା, ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ୨୦୨୩ ସାଫ୍‌ ଚାମ୍ପିୟନଶିପ୍‌ ଜୁନ୍‌ ୨୧ରୁ ଜୁଲାଇ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାଗନେବାକୁ ଯାଉଥିବା ୮ ଦଳକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ବି’ରେ ଭାରତ, ପାକିସ୍ତାନ, କୁଏତ୍‌ ଓ ନେପାଳ ରହିଛନ୍ତି। ସେହିପରି ଗ୍ରୁପ୍‌ ଏ’ରେ ଭୁଟାନ, ଲେବାନନ୍‌, ବାଂଲାଦେଶ ଓ ମାଳଦ୍ୱୀପ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri