ଭୁବନେଶ୍ୱର,୧୧।୨: ଭୁବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଦିନେଶ ନାୟକଙ୍କ ସ୍ତ୍ରୀ ମାମାଲି ନାୟକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଦିନେଶ ଲିଜା ସହିତ ସମ୍ପର୍କ ରଖି ଆଉ ନିୟମିତ ଘରକୁ ଆସୁ ନ ଥିବା ସହ ସ୍ତ୍ରୀ ଓ ଝିଅଙ୍କୁ ପଚାରୁ ନଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ବ୍ରିଜ୍ ତଳକୁ ଖସି ପଡ଼ିଥିବା ଗାଡ଼ିକୁ ବ୍ରହ୍ମଗିରି ଅଞ୍ଚଳର ସତ୍ୟବ୍ରତ ପ୍ରଧାନ ନାମକ ଜଣେ ଯୁବକ ଚଲାଉଥିଲେ।ସତ୍ୟବ୍ରତ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ପାର୍ଲରରେ କାମ କରୁଥିବା ତାଙ୍କ ପ୍ରେମିକାଙ୍କ ପାଖକୁ ଆସିଥିଲେ। ଏହି ସମୟରେ ପ୍ରେମିକା, ସତ୍ୟବ୍ରତଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

