Traffic sign quoting shutdown
ଭଦ୍ରକ ଅଫିସ, ୧ା୮-ଅଗଷ୍ଟ ମାସର ସବୁ ଶନିବାର ଓ ରବିବାର ଶଟ୍ଡାଉନ ରହିବ। ଭଦ୍ରକ ଜିଲାର ବିଭିନ୍ନ କୋଣାନୁକୋଣରେ ଏହି ନିୟମ ବଳବତ୍ତର ରହିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ପୂର୍ବଭଳି ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି କୁହାଯାଇଛି। ଜିଲାରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ପର୍ଯ୍ୟାୟକ୍ରମେ ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।