୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଶତ୍ରୁଘ୍ନ ସିହ୍ନା, ଝିଅ ସୋନାକ୍ଷୀଙ୍କୁ ଏଥିରୁ ଟଙ୍କାଟିଏ ଦେବାକୁ କଲେ ମନା, କାରଣ…

ମୁମ୍ବାଇ: ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ପରିବାର ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଜାହିର ଇକ୍‌ବାଲଙ୍କ ସହ ଝିଅ ସୋନାକ୍ଷୀ ସିହ୍ନାଙ୍କ ବିବାହ ଏବଂ ଭାଇ ଲବଙ୍କ ଏହି ବିବାହରେ ଯୋଗ ନ ଦେବା ଖବର ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିବାହକୁ ନେଇ ତାଙ୍କ ହୃଦୟ ଭାଙ୍ଗି ଯାଇଛି ବୋଲି ଆଲୋଚନା ହେଉଛି। ଶତ୍ରୁଘ୍ନ ନିଜେ ଏକଥା ସ୍ବୀକାର କରିଛନ୍ତି। କିନ୍ତୁ ଶତ୍ରୁଘ୍ନ ଏବଂ ତାଙ୍କ ସ୍ତ୍ରୀ ପୁନମ୍‌ ନିଜ ଝିଅର ସୁଖ ପାଇଁ ଏହି ବିବାହରେ ରାଜି ହୋଇଥିଲେ। ଶତ୍ରୁଘ୍ନ ୨୧୦ କୋଟି ଟଙ୍କା ସମ୍ପତ୍ତି ଅଛି, କିନ୍ତୁ ସେ ତାଙ୍କ ସମ୍ପତ୍ତିରୁ ତାଙ୍କ ଝିଅକୁ କିଛି ଦେବାକୁ ଚାହୁଁନାହାନ୍ତି। ଆମେ ଏକଥା କହୁ ନାହୁଁ, ଏକ ସାକ୍ଷାତକାରରେ ଶତ୍ରୁଘ୍ନ ନିଜେ ଏହି ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଥିଲେ।

ଶତ୍ରୁଘ୍ନ କେବଳ ଜଣେ ପ୍ରସିଦ୍ଧ ଅଭିନେତା ନୁହନ୍ତି ବରଂ ଜଣେ ରାଜନେତା ମଧ୍ୟ ଅଟନ୍ତି। ‘କାଳୀଚରଣ’ର ପ୍ରଭାକରଙ୍କ ପାଖରେ କେବଳ ବିହାର ଏବଂ ମୁମ୍ବାଇ ନୁହେଁ ମେହେରାଲି, ଡେରାଡୁନ ଏବଂ ଦିଲ୍ଲୀରେ ମଧ୍ୟ କୋଟି କୋଟି ମୂଲ୍ୟର ସମ୍ପତ୍ତି ରହିଛି। ଏହି ୭୭ ବର୍ଷୀୟ ଅଭିନେତା ୨୧୦ କୋଟି ଟଙ୍କାର ମାଲିକ, ତାଙ୍କ ସମ୍ପତ୍ତିରୁ ଏକ ଟଙ୍କା ମଧ୍ୟ ତାଙ୍କ ଝିଅକୁ ଦେବାକୁ ଚାହାନ୍ତି ନାହିଁ। ଏହା ନିଜେ ଅଭିନେତା ପ୍ରକାଶ କରିଛନ୍ତି।

କ୍ରମାଗତ ଦ୍ୱିତୀୟ ଥର ପାଇଁ ପଶ୍ଚିମବଙ୍ଗର ଆସନସୋଲରୁ ୨୦୨୪ ଲୋକ ସଭା ନିର୍ବାଚନରେ ଶତ୍ରୁଘ୍ନ ଜିତିଛନ୍ତି। ପାଟନା, ମୁମ୍ବାଇ, ମେହେରାଲି, ଡେରାଡୁନ ଏବଂ ଦିଲ୍ଲୀରେ ଅବସ୍ଥିତ ୫ଟି ବଡ ଘରର ମାଲିକ ଶତ୍ରୁଘ୍ନ। ମୁମ୍ବାଇରେ ଥିବା ତାଙ୍କ ଘର ‘ରାମାୟଣ’ର ମୂଲ୍ୟ ୮୮କୋଟି ଟଙ୍କା। ଏତେ ଧନ ଥାଇ ମଧ୍ୟ ସେ ନିଜ ଝିଅ ନାମରେ କିଛି କରିବାକୁ ଯାଉନାହାନ୍ତି। ଏହା ପଛର କାରଣ ହେଉଛି କିଛି ବର୍ଷ ପୂର୍ବେ ନିର୍ବାଚନ ସମୟରେ ସେ ନିଜର ସମ୍ପତ୍ତି ଘୋଷଣା କରିଥିଲେ।

ବାସ୍ତବରେ ଏକ ସାକ୍ଷାତକାର ସମୟରେ ଶତ୍ରୁଘ୍ନ ତାଙ୍କ ସମ୍ପତ୍ତିରେ ତାଙ୍କ ଝିଅ ଏବଂ ପୁଅମାନେ କେତେ ଅଂଶ ପାଇବେ ବୋଲି ପଚରାଯାଇଥିଲା। ତା’ପରେ ସେ କହିଥିଲେ, ‘ମୁଁ ମୋ’ ଝିଅକୁ କିଛି ଦେବି ନାହିଁ। ମୋ ଝିଅ ବର୍ତ୍ତମାନ ଆତ୍ମର୍ନିଭରଶୀଳ ଏବଂ ଭଲ ରୋଜଗାର କରୁଛି। ସେ କାହା ଉପରେ ନିର୍ଭରଶୀଳ ହେବାକୁ ଆବଶ୍ୟକ କରେ ନାହିଁ ଏବଂ ମୁଁ ଏଥିପାଇଁ ଗର୍ବିତ। ମୋ ଝିଅ ସ୍ପଷ୍ଟ କହିଛି ଯେ, ସେ ମୋ’ ଠାରୁ କିଛି ନେବ ନାହିଁ ଏବଂ ମୁଁ ତା’ର ବିଶ୍ୱାସ ପାଇଁ ଗର୍ବିତ। ଆଜି ପର୍ଯ୍ୟନ୍ତ ସେ ଯାହା ହାସଲ କରିଛି, ସେ ନିଜେ କରିଛି ଏବଂ ମୁଁ ପ୍ରାର୍ଥନା କରୁଛି ଯେ, ସେ ସର୍ବଦା ଖୁସିରେ ରହୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri