ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ସବିଶେଷ ପ୍ରକଳ୍ପ ରିପୋର୍ଟ (DPR) କୁ ଅନୁମୋଦନ ମିଳିଛି।

ଏଠାରେ ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଅଭୟାରଣ୍ୟ ମଧ୍ୟରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିପାଇଁ ବ୍ୟାଘ୍ର ଅଭୟାରଣ୍ୟର ୬ଟି ପ୍ରମୁଖ ସ୍ଥାନକୁ ଚିହ୍ନଟ କରାଯାଇଛି।

ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୁଣାକୋଟ, ଜଗନ୍ନାଥପୁର, ଟିକରପଡ଼ା, ବାଲିପୁଟ, କୁସଙ୍ଗ ଏବଂ ଛାମୁଣ୍ଡିଆ ଠାରେ ନୂଆ ପ୍ରବେଶ ପଥ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ଫୁଡ୍‌ କୋର୍ଟ, ଫ୍ଲୋଟିଂ ଜେଟି, ବନ୍ ଫାୟାର, ୱାଚ ଟାୱାର ଏବଂ ରିଭର ଭିୟୁ ଡେକ୍ ଭଳି ସୁବିଧା ସାମିଲ ରହିଛି।

ଏହି ରୂପାନ୍ତରଣ ପରେ ସାତକୋଶିଆ କେବଳ ଓଡ଼ିଶା ନୁହେଁ, ବରଂ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହେବ ବୋଲି ଆଶା କରାଯାଉଛି।

Share