ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ତୃପ୍ତି ଡିମ୍ରୀ। ବ୍ୟବସାୟୀ ତଥା ମଡେଲ ଶ୍ୟାମ ମର୍ଚ୍ଚାଣ୍ଟଙ୍କୁ ସେ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦୁହେଁ କିନ୍ତୁ ଏନେଇ ମୁହଁ ଖୋଲୁ ନାହାନ୍ତି। ସୋସିଆଲ ମିଡିଆରେ କେବଳ କିଛି ଫଟୋ ସମ୍ପର୍କ ଉପରେ ମୋହର ଲଗାଉଛି।
ମର୍ଚ୍ଚାଣ୍ଟ ପ୍ରଥମେ ମଡେଲିଂ ଜଗତରେ ନାଁ କମାଇବା ପରେ ବ୍ୟବସାୟରେ ପାଦ ଥାପିଥିଲେ। ତୃପ୍ତି ବଲିଉଡରେ ବହୁ ବର୍ଷ ଧରି କାମ କରୁଛନ୍ତି। ସେ ଆନିମଲ ଫିଲ୍ମରେ ରଣବୀର କପୁରଙ୍କ ସହ ଅଭିନୟ କରି ରାତାରାତି ପାଲଟି ଯାଇଥିଲେ ଷ୍ଟାର। ନିକଟରେ ଫିଲ୍ମ ‘ଧଡ଼କ ୨’ରେ ସେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କର ଅଭିନୟ ଖୁବ ପ୍ରଶଂସା ପାଇଥିଲା। ତୃପ୍ତି ତାଙ୍କ ବୋଲ୍ଡ ଅନ୍ଦାଜ ପାଇଁ ଜଣାଶୁଣା। ସୋସିଆଲ ମିଡ଼ିଆରେ ତୃପ୍ତି ନିୟମିତ ଫଟୋ ଓ ଭିଡ଼ିଓ ଶେୟାର କରନ୍ତି, ଯାହା ଇଣ୍ଟରନେଟରେ ଭାଇରାଲ ହୋଇଥାଏ। ତେବେ ଏବେ ତାଙ୍କ ଏକାନ୍ତ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଗାମୀ ଦିନରେ ତାହା ସ୍ପଷ୍ଟ ହେବ ବୋଲି ପ୍ରଶଂସକ ଅନୁମାନ କରୁଛନ୍ତି।


