ସାଟେଲାଇଟ୍‌ ଆଧାରିତ ଟୋଲ୍‌ ଆଦାୟ ପ୍ରୟାସ

ଭୁବନେଶ୍ୱର,୧୦ା୬(ଅନୁରାଧା ମହାରଣା): ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ପାଇଁ ଟୋଲିଂ ସେବାକୁ ସରଳ କରିବା ସହ କାର୍ଯ୍ୟର ଦକ୍ଷତା ଏବଂ ସ୍ବଚ୍ଛତା ବୃଦ୍ଧି କରିବା ପାଇଁ ଇଣ୍ଡିଆନ ହାଇୱେ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ (ଆଇଏଚ୍‌ଏମ୍‌ସିଏଲ୍‌), ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଆଇ) ଦ୍ୱାରା ପ୍ରୋତ୍ସାହିତ କମ୍ପାନୀ ଜିଏନଏସ୍‌ଏସ୍‌ ପ୍ରୟାସ ଆରମ୍ଭ କରିଛି। ବର୍ତ୍ତମାନ କାର୍ଯ୍ୟ କରୁଥିବା ଫାସଟ୍ୟାଗ୍‌ ଇକୋସିଷ୍ଟମ ମଧ୍ୟରେ ଏନଏଚଏଆଇ ଜିିଏନ୍‌ଏସ୍‌ଏସ୍‌ ଆଧାରିତ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ ସିଷ୍ଟମ ଲାଗୁ କରିବାକୁ ଯୋଜନା କରାଯାଉଛି।

ପ୍ରଥମରେ ଉଭୟ ଆରଏଫଆଇଡି ଆଧାରିତ ଇଟିସି ଏବଂ ଜିଏନଏସ୍‌ଏସ୍‌ ଆଧାରିତ ଇଟିସି ଏକ ହାଇବ୍ରିଡ ମଡେଲ ବ୍ୟବହାର କରି ଏକାଠି କାର୍ଯ୍ୟ କରିବେ। ଜିଏନ୍‌ଏସ୍‌ଏସ୍‌ ଗାଡ଼ି ଟୋଲ ପ୍ଲାଜାରେ ଉପଲବ୍ଧ ହେବ। ଜିଏନ୍‌ଏସଏସ ଆଧାରିତ ଇଟିସି ବ୍ୟବହାର କରୁଥିବା ଯାନଗୁଡ଼ିକ ସହଜରେ ଟୋଲ ଦେଇ ପାରିବେ। ଏହି ପ୍ରକିୟା ସଫଳ ହେଲେ ସମସ୍ତ ଗାଡ଼ି ଜିଏନଏସ୍‌ଏସ୍‌ରେ ପରିଣତ ହେବ। ଭାରତରେ ଗ୍ଲୋବାଲ ନେଭିଗେଶନ ସାଟେଲାଇଟ ସିଷ୍ଟମ (ଜିଏନ୍‌ଏସ୍‌ଏସ୍‌) ଆଧାରିତ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ (ଇଟିସି)ର କାର୍ଯ୍ୟାନ୍ବୟନ ପାଇଁ ଏହା ଆଧାର ହୋଇପାରେ। ଏନେଇ ଆଗ୍ରହୀ କମ୍ପାନୀଗୁଡିକ ସେମାନଙ୍କ ସୁଚିନ୍ତିତ ପରାମର୍ଶ ଜୁଲାଇ ୨୨ରେ ଟେଣ୍ଡର @ihmcl.comକୁ ପଠାଇବେ ବୋଲି ସୂଚନା ରହିଛି।

ଭାରତରେ ଜିଏନଏସ୍‌ଏସ୍‌ ଆଧାରିତ ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହର ପ୍ରୟୋଗ ଜାତୀୟ ରାଜପଥରେ ଯାନବାହନ ଚଳାଚଳକୁ ସହଜ କରିବ। ରାଜପଥ ବ୍ୟବହାରକାରୀଙ୍କୁ ଅନେକ ସୁବିଧା ଯୋଗାଇବା ପାଇଁ ଯୋଜନା କରାଯାଇଛି। ଉପଭୋକ୍ତାମାନେ କେବଳ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଦୂରତା ପାଇଁ ଦେୟ ଦେଉଥିବାବେଳେ ଜିଏନ୍‌ଏନ୍‌ଏସ୍‌ ଆଧାରିତ ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହ ମଧ୍ୟ ଟୋଲ ସଂଗ୍ରହରେ ଅଧିକ ଦକ୍ଷତା ଆଣିବ। ଏହ ଟିକସ ଫାଙ୍କି ପଳାଇଯାଉଥିବା ଗାଡିକୁ ଚିହ୍ନଟ କରିବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri