୧୪ରୁ ଜୀ ସାର୍ଥକରେ ‘ସର୍ବଜିତା ଅନୁ’

କଟକ,୧୨ ।୩ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଏକ ଚିର ପରିଚିତ ନାମ ଅନୁ ଚୌଧୁରୀ। ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନରେ କରିବେ କମାଲ। ଦୀର୍ଘ ୨ଦଶନ୍ଧି ଧରି ୬୫ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଅନୁ। ତାଙ୍କର ସୁନ୍ଦର ଅଭିନୟ ଓ ନୃତ୍ୟରେ ଜନତା ହୋଇଛନ୍ତି ମନ୍ତ୍ରମୁଗ୍ଧ। ସେ ଯେ କେବଳ ଓଲିଉଡ୍‌ରେ ଚର୍ଚ୍ଚିତା ତାହା ନୁହେଁ, ବେଙ୍ଗଲୀ, ତେଲୁଗୁ ଏବଂ ହିନ୍ଦୀ ଫିଲ୍ମରେ ମଧ୍ୟ ଦର୍ଶକ ଦେଖିଛନ୍ତି ତାଙ୍କ ଅଭିନୟ। ଗ୍ଲାମର ଇଣ୍ଡଷ୍ଟ୍ରିରେ ବେଶ୍‌ ସୁନାମ ଅର୍ଜନ କରିଥିବା ଅନୁଙ୍କୁ ୨୦୦୫ ରେ ଫିଲ୍ମ ‘ଶାଶୁଘର ଚାଲିଯିବି’ରେ ଆକର୍ଷଣୀୟ ଅଭିନୟ ପାଇଁ ମିଳିଥିଲା ଓଡ଼ିଶା ରାଜ୍ୟ ଫିଲ୍ମ ପୁରସ୍କାର। ନାୟିକା ଅନୁ ପୁଣି ଆସୁଛନ୍ତି ଦର୍ଶକଙ୍କ ହୃଦୟରେ ଘର କରିବାପାଇଁ ଜୀ ସାର୍ଥକର ମେଗା ଧାରାବାହିକ ‘ସର୍ବଜିତା ଅନୁ’ରେ ଲିଡ୍‌ ରୋଲରେ ।
ସାର୍ଥକ ସଦାସର୍ବଦା ତା’ର ଦର୍ଶକମାନଙ୍କ ପାଇଁ ମନପସନ୍ଦର ଧାରାବାହିକ ନେଇ ଆସିଥାଏ। ଓଡ଼ିଆ କଳା, ସଂସ୍କୃତି ଓ ଚାଲିଚଳନକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି ଜୀ ସାର୍ଥକ। ଏହି ଧାରାରେ ସାମିଲ ହେବାକୁ ଯାଉଛି ମେଗା ଧାରାବାହିକ ସର୍ବଜିତା ଅନୁ। ଆଗରୁ ‘କେମିତି କହିବି କହ’ରେ ସୁପରଷ୍ଟାର ସିଦ୍ଧାନ୍ତ ଓ ‘ଦାଦାଗିରି’ରେ ଅନୁଭବଙ୍କ ଜଲୱା ପରେ ଏବେ ‘ସର୍ବଜିତା ଅନୁ’ରେ ଦର୍ଶକ ଦେଖିବେ ଏଭରଗ୍ରିନ୍‌ ନାୟିକା ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ। ମାର୍ଚ୍ଚ ୧୪ରୁ ସା ୮ ଟାରେ ଏହି ମେଗା ଧାରାବାହିକ ପ୍ରସାରଣ ହେବ। ଏହାକୁ ନେଇ ଦର୍ଶକଙ୍କ ଭିତରେ ରହିଛି ଅନେକ ଉତ୍କଣ୍ଠା। ପୂର୍ବ ସିରିଏଲ୍‌ ପରି ସର୍ବଜିତା ଅନୁ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ଆବଶ୍ୟକତାକୁ ପୂରଣ କରିବ ବୋଲି କହିଛନ୍ତି ଜୀ ସାର୍ଥକ ଚ୍ୟାନେଲ ମୁଖ୍ୟ ଅର୍ଘ୍ୟ ରାୟ ଚୌଧୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri