୧୪ରୁ ଜୀ ସାର୍ଥକରେ ‘ସର୍ବଜିତା ଅନୁ’

କଟକ,୧୨ ।୩ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଏକ ଚିର ପରିଚିତ ନାମ ଅନୁ ଚୌଧୁରୀ। ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନରେ କରିବେ କମାଲ। ଦୀର୍ଘ ୨ଦଶନ୍ଧି ଧରି ୬୫ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଅନୁ। ତାଙ୍କର ସୁନ୍ଦର ଅଭିନୟ ଓ ନୃତ୍ୟରେ ଜନତା ହୋଇଛନ୍ତି ମନ୍ତ୍ରମୁଗ୍ଧ। ସେ ଯେ କେବଳ ଓଲିଉଡ୍‌ରେ ଚର୍ଚ୍ଚିତା ତାହା ନୁହେଁ, ବେଙ୍ଗଲୀ, ତେଲୁଗୁ ଏବଂ ହିନ୍ଦୀ ଫିଲ୍ମରେ ମଧ୍ୟ ଦର୍ଶକ ଦେଖିଛନ୍ତି ତାଙ୍କ ଅଭିନୟ। ଗ୍ଲାମର ଇଣ୍ଡଷ୍ଟ୍ରିରେ ବେଶ୍‌ ସୁନାମ ଅର୍ଜନ କରିଥିବା ଅନୁଙ୍କୁ ୨୦୦୫ ରେ ଫିଲ୍ମ ‘ଶାଶୁଘର ଚାଲିଯିବି’ରେ ଆକର୍ଷଣୀୟ ଅଭିନୟ ପାଇଁ ମିଳିଥିଲା ଓଡ଼ିଶା ରାଜ୍ୟ ଫିଲ୍ମ ପୁରସ୍କାର। ନାୟିକା ଅନୁ ପୁଣି ଆସୁଛନ୍ତି ଦର୍ଶକଙ୍କ ହୃଦୟରେ ଘର କରିବାପାଇଁ ଜୀ ସାର୍ଥକର ମେଗା ଧାରାବାହିକ ‘ସର୍ବଜିତା ଅନୁ’ରେ ଲିଡ୍‌ ରୋଲରେ ।
ସାର୍ଥକ ସଦାସର୍ବଦା ତା’ର ଦର୍ଶକମାନଙ୍କ ପାଇଁ ମନପସନ୍ଦର ଧାରାବାହିକ ନେଇ ଆସିଥାଏ। ଓଡ଼ିଆ କଳା, ସଂସ୍କୃତି ଓ ଚାଲିଚଳନକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି ଜୀ ସାର୍ଥକ। ଏହି ଧାରାରେ ସାମିଲ ହେବାକୁ ଯାଉଛି ମେଗା ଧାରାବାହିକ ସର୍ବଜିତା ଅନୁ। ଆଗରୁ ‘କେମିତି କହିବି କହ’ରେ ସୁପରଷ୍ଟାର ସିଦ୍ଧାନ୍ତ ଓ ‘ଦାଦାଗିରି’ରେ ଅନୁଭବଙ୍କ ଜଲୱା ପରେ ଏବେ ‘ସର୍ବଜିତା ଅନୁ’ରେ ଦର୍ଶକ ଦେଖିବେ ଏଭରଗ୍ରିନ୍‌ ନାୟିକା ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ। ମାର୍ଚ୍ଚ ୧୪ରୁ ସା ୮ ଟାରେ ଏହି ମେଗା ଧାରାବାହିକ ପ୍ରସାରଣ ହେବ। ଏହାକୁ ନେଇ ଦର୍ଶକଙ୍କ ଭିତରେ ରହିଛି ଅନେକ ଉତ୍କଣ୍ଠା। ପୂର୍ବ ସିରିଏଲ୍‌ ପରି ସର୍ବଜିତା ଅନୁ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ଆବଶ୍ୟକତାକୁ ପୂରଣ କରିବ ବୋଲି କହିଛନ୍ତି ଜୀ ସାର୍ଥକ ଚ୍ୟାନେଲ ମୁଖ୍ୟ ଅର୍ଘ୍ୟ ରାୟ ଚୌଧୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri